ETV Bharat / city

ଉଛୁଳୁଛି ବୈତରଣୀ ଓ ସାଳନ୍ଦି, ବନ୍ୟା ପାଣିରେ ଭାସୁଛି ତିହିଡି - ତିହିଡିରେ ବନ୍ୟା ସ୍ଥିତି ସଙ୍ଗୀନ

ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ସ୍ଥିତି । ଭଦ୍ରକ ତିହିଡି ବ୍ଲକରେ ବନ୍ୟା ସ୍ଥିତି ସଙ୍ଗୀନ ରହିଛି । ଜଳବନ୍ଦୀରେ ଏକାଧିକ ପଞ୍ଚାୟତ । ବୈତରଣୀ ଓ ସାଳନ୍ଦି ନଦୀର ଉଛୁଳା ବନ୍ୟାଜଳ ସମେତ ଶାଖା ନଦୀ ନାଳିଆ, ରେବ, କପାଳି ଓ ଗେଙ୍ଗୁଟି ଆଦିରେ ଜଳସ୍ତର ବୃଦ୍ଧି ପାଇଛି । ଅଧିକ ପଢନ୍ତୁ

ବନ୍ୟା ଜଳରେ ଭାସୁଛି ତିହିଡି,ଉଛୁଳୁଛି ବୈତରଣୀ ଓ ସାଳନ୍ଦି

author img

By

Published : Aug 19, 2022, 8:52 AM IST

ଭଦ୍ରକ: ଜିଲ୍ଲା ତିହିଡି ବ୍ଲକରେ ବନ୍ୟା ସ୍ଥିତି ସଙ୍ଗୀନ ରହିଛି । ଗତ 8 ଦିନ ହେଲା ବୈତରଣୀ ଓ ସାଳନ୍ଦି ନଦୀର ବନ୍ୟାଜଳ ବ୍ଲକର ବୋଡକ, ବିଲଣା, ବାରୋ, କାଁପଡା ଓ ଶ୍ୟାମସୁନ୍ଦରପୁର ପଞ୍ଚାୟତକୁ ଜଳମଗ୍ନ କରି ରଖିଛି । ବନ୍ୟାଜଳ ପ୍ରଭାବରେ ବିଲଣା ପଞ୍ଚାୟତର ବିଭିନ୍ନ ଗାଁ ଗଣ୍ଡାରେ ପାଣି ଘରେ ପଶିଯିବାରୁ 30 ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

ବନ୍ୟା ଜଳରେ ଭାସୁଛି ତିହିଡି,ଉଛୁଳୁଛି ବୈତରଣୀ ଓ ସାଳନ୍ଦି

ଶ୍ୟାମସୁନ୍ଦରପୁର ପଞ୍ଚାୟତ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଥିବା ଜଣାଯାଇଛି । ବୋଡକରେ ରେବ ନଦୀର ପାଣି ଲହଡି ଭାଙ୍ଗୁଥିବା ବେଳେ ସେହି ପାଣି ବିଲଣା, ବାରୋ ଓ କାଁପଡା ପର୍ଯ୍ୟନ୍ତ ପ୍ରଭାବିତ କରୁଛି । ପାଣିରେ ବୁଡି ରହିଛି ଚାଷ ଜମି । ସାଳନ୍ଦିର ଶାଖା ନାଳିଆ ନଦୀର ଖଜୁରୀବାହାଳୀ ଓ ବରଡାଗଡିଆରେ 3ଟି ଘାଇ ସୃଷ୍ଟି ହେବାରୁ ଚାଷ ଜମି ଜଳମଗ୍ନ ରହିଛି । ବିଲଣା ପଞ୍ଚାୟତରେ ତିଆଡିସାହି, କେରଡିହ, ଶାସନ, ବାସନ୍ତୀ ନଗର, ଲଞ୍ଜତାରା ଓ ଖର୍ଦ୍ଦାପାଟଣାରେ ବନ୍ୟାଜଳ ତାଣ୍ଡବ ରଚାଉଛି। ବୋଡକରେ ବୋଡକ, ଶାସନ, ଓରାଳି, ଅଣ୍ଡରେଇ ଆଦି ଗ୍ରାମ ପାଣିଘେରରେ ରହିଥିବା ବେଳେ ବାରୋ ପଞ୍ଚାୟତରେ ବାରୋ, ଚବିଶପଡା, ବଳିଆରପୁର, ଶାସନଖାସ, ନରସିଂହପୁର ଓ ଦହପାଣିଆ ଗାଁ ଜଳମଗ୍ନ ହୋଇ ରହିଛି ।

ରାଧାନଗର ଓ ବଳିଆରପୁର ଗାଁ ରାସ୍ତାରେ ଲହଡି ଭାଙ୍ଗୁଛି ବନ୍ୟା ଜଳ । ଗୁରୁବାର ସକାଳେ ପ୍ରଶାସନ ଓ ସାଳନ୍ଦି ଜଳସେଚନ ବିଭାଗ ପକ୍ଷରୁ କ୍ଷେତ୍ରୀୟ ତଦନ୍ତ କରିଯାଇଛି ଏବଂ ଜନବସତିକୁ ସୁରକ୍ଷିତ ରଖିବା ଲାଗି ଘାଇ ଗୁଡିକୁ ବାଲି ବସ୍ତା ଦ୍ବାରା ଆବଦ୍ଧ କରାଯିବା ସହିତ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ସୂଚନା ମିଳିଛି । ପୂବର୍ତନ ତିହିଡ଼ି ବ୍ଲକ ଅଧ୍ୟକ୍ଷା ତଥା ଜିଲ୍ଲା ପରିଷଦ ସଭ୍ୟା ବିଦ୍ୟୁତ ଲତା ନାୟକ, ବିଡିଓ ବସନ୍ତ କୁମାର ସାହାଣିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ବିପନ୍ନଙ୍କୁ ଭେଟିଛନ୍ତି । ଖୁବଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ସେହିପରି ସାଳନ୍ଦି ସଂସ୍କାରରେ ନାଳିଆ ନଦୀକୁ ହିରାଘାଇ ପର୍ଯ୍ୟନ୍ତ ଏବଂ ସାଳନ୍ଦି ନଦୀ ବିଲଣା ଠାରୁ ତଳକାଁପଡା ପର୍ଯ୍ୟନ୍ତ ସଂସ୍କାର କାର୍ଯ୍ୟ ତ୍ବରାନ୍ନିତ କରିବା ସହି ସହିତ ଦୁଇ ପାର୍ଶ୍ବରେ ସୁଦୃଢ ଆଡିବନ୍ଧ ଓ ନାଳ ଗୁଡିକରେ ସ୍ଲୁଇସ୍ ଗେଟ୍ ନିର୍ମାଣ କରାଗଲେ ଚାଷୀମାନଙ୍କ ଦୁଃଖ ଦୂର ହୋଇପାରିବ ବୋଲି ଦାବି ହୋଇଛି । ଚଳିତ ବର୍ଷ ସ୍ବଳ୍ପବୃଷ୍ଟିରେ ଚାଷକାର୍ଯ୍ୟ ବିଳମ୍ବ ହୋଇଥିବା ବେଳେ କିଛିଦିନ ହେଲା ତଳି ରୁଆ ହୋଇଥିଲା । ଯାହା ଏହି ବନ୍ୟାରେ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ଯାଉଛି । ଆଉ ସମୟ ନାହିଁ ଦ୍ଵିତୀୟ ଥର ରୁଆ କାର୍ଯ୍ୟ କରି ଧାନ ଅମଳ କରିବାକୁ ଯାହାକୁ ନେଇ ଚିନ୍ତାରେ ଚାଷୀ । କୃଷି ଋଣ ଛାଡ କରିବା ସହିତ ଆଗାମି ଡାଳୁଆ ଧାନ ଚାଷ ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ଚାଷୀ ଦାବି କରିଛନ୍ତି । ବୈତରଣୀ ଓ ସାଳନ୍ଦି ନଦୀର ଉଛୁଳା ବନ୍ୟାଜଳ ସମେତ ଶାଖା ନଦୀ ନାଳିଆ, ରେବ, କପାଳି ଓ ଗେଙ୍ଗୁଟି ଆଦିରେ ଜଳସ୍ତର ବୃଦ୍ଧି ପାଇଛି । ଏବେ ଠାରୁ ଯଦି ଅଧିକ ଜଳ ପ୍ରବାହିତ ହୁଏ ତେବେ ପରିସ୍ଥିତି ଅସମ୍ଭାଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.