ETV Bharat / city

୧୭ ଲକ୍ଷର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଭଦ୍ରକରେ ବ୍ରାଉନ ସୁଗାର ଚେର । ବେପାର ବେଳେ ଧରିଲା ଅବକାରୀ ଗୁଇନ୍ଦା । ଜଣେ ଗିରଫ । ଅଧିକ ପଢନ୍ତୁ...

author img

By

Published : Jul 20, 2021, 10:26 PM IST

୧୭ ଲକ୍ଷର ବ୍ରାଉନ ସୁଗାର ଜବତ, ଜଣେ ଗିରଫ
୧୭ ଲକ୍ଷର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଭଦ୍ରକ : କଟକ କେନ୍ଦ୍ରାଞ୍ଚଳ ଅବକାରୀ ପୋଲିସକୁ ସଫଳତା। ଭଦ୍ରକ ଗୁଆମାଳ ଠାରେ ବେପାରବେଳେ 175 ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଅବକାରୀ ଗୁଇନ୍ଦା ବିଭାଗ। ଜବତ ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ 17 ଲକ୍ଷ ଟଙ୍କା ହେବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି । ଗିରଫ ଅଭିଯୁକ୍ତର ନାଁ ତପନ କୁମାର ବେହେରା ବୋଲି ଜଣାପଡିଛି ।

୧୭ ଲକ୍ଷର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଖବର ଅନୁଯାୟୀ ବାଇକ ଦ୍ବାରା ବ୍ରାଉନ ସୁଗାର ବିକିବା ପାଇଁ ନେଇ ଯାଉଥିବା ସମୟରେ, କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଗୁଆମାଳ ଶିବ ମନ୍ଦିର ଠାରେ ତପନ ବେହେରାଙ୍କୁ ସନ୍ଦେହ ଜନକ ଅବସ୍ଥାରେ ଦେଖି ପଚରା ଉଚୁରା କରିବା ସହ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଯୁବକଙ୍କ ନିକଟରୁ ପରିମାଣରେ ବ୍ରାଉନ ସୁଗାର ଜବତ ହୋଇଥିଲା । ତେବେ ଏନେଇ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.