ବ୍ରହ୍ମପୁର: ହାଥରସ ଘଟଣାକୁ ନେଇ ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ପୀଡିତାଙ୍କ ପରିବାରକୁ ଭେଟିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯିବା ସମୟରେ ଜିଲ୍ଲା ପ୍ରଶାସନର ଠେଲାପେଲା କରିବା ପରେ ତାଙ୍କୁ ଗିରଫ କରିଛନ୍ତି । ଏହାକୁ ନେଇ ଗଞ୍ଜାମ ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ନିନ୍ଦା କରାଯିବା ସହ ପ୍ରତିବାଦ ଓ ବିକ୍ଷୋଭ କାର୍ଯ୍ୟକ୍ରମ ବ୍ରହ୍ମପୁରରେ ସହରରେ ଅନୁଷ୍ଠିତ ହୋଇଯାଇଛି ।
ଛାତ୍ର କଂଗ୍ରେସ ପକ୍ଷରୁ ସହରରେ କ୍ୟାଣ୍ଡେଲ ଧରି ବିକ୍ଷୋଭ ସହ ପ୍ରତିବାଦ କରାଯାଇ ନ୍ୟାୟ ପ୍ରଦାନ କରିବାକୁ ଦାବି କରାଯାଇଥିଲା । ଅନ୍ୟପଟେ ଯୁବ କଂଗ୍ରେସ ପକ୍ଷରୁ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀଙ୍କ କୁଶପିତୁଳିକା ଦାହ କରାଯାଇଥିଲା । I
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ