ବ୍ରହ୍ମପୁର: ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ଏହି ଅବସରରେ ରେଶମ ସହର ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସହରର ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ସମ୍ମୁଖରେ କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ତମାଖୁର ବ୍ୟବହାର ଓ ତମାଖୁ ଛାଡନ୍ତୁ ଜୀବନ ବଞ୍ଚାନ୍ତୁ ବାର୍ତ୍ତା ନେଇ ଜନ ସଚେତନତା କରାଯାଇଥିଲା ।
ତମାଖୁ ଅଭ୍ୟାସ ଯୋଗୁଁ କିପରି ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଉଛନ୍ତି ଓ ଏଥିପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେନେଇ କ୍ରାନ୍ତି ଅନୁଷ୍ଠାନ ମୁଖ୍ୟ ଦେବାନନ୍ଦ ଦାଶ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ସଚେତନ କରାଇଥିଲେ ।