ETV Bharat / city

କାଜୁ ଜଙ୍ଗଲରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର - jungle

କାଜୁ ଜଙ୍ଗଲରରୁ ମିଳିଲା ମହିଳାଙ୍କ ମୃତଦେହ । ତଦନ୍ତରେ ଲାଗିପଡିଛି ସ୍ଥାନୀୟ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : May 11, 2019, 8:20 PM IST

ବ୍ରହ୍ମପୁର: କାଜୁ ଜଙ୍ଗଲରୁ ମିଳିଲା ମହିଳାଙ୍କ ରକ୍ତାକ୍ତ ମୃତଦେହ । ଏଭଳି ଚାଞ୍ଚଲ୍ୟ ଖେଳାଇଦେବା ଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ତାଳପଡା ପଞ୍ଚାୟତରେ । ମହିଳାଙ୍କ ଏହି ମୃତଦେହଟି ଲକ୍ଷ୍ମୀନାରାୟଣପୁର କାଜୁ ଜଙ୍ଗଲରୁ ମିଳିଛି । ପୋଲିସର ପ୍ରାଥମିକ ତଦନ୍ତ ପରେ ମୃତଦେହଟି ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦ ନଗର ଅଞ୍ଚଳର ଲକ୍ଷ୍ମୀ ସାହୁଙ୍କର ବୋଲି ଜଣାପଡ଼ିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସୂଚନା ଅନୁସାରେ, ମୃତ ମହିଳା ଜଣକ କୋରାପୁଟ ଜିଲ୍ଲା ଦାମନଯୋଡିରେ କିଛି ବର୍ଷ ହେଲା ବିବାହ କରିଥିଲେ । ତାଙ୍କ ସ୍ବାମୀ ଗୋବିନ୍ଦ ସାହୁ ରାଜ୍ୟ ବାହାରେ ରହି ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି । ଗତକାଲି ଏହି ମହିଳା ଜଣକ ଏକ ଘରୋଇ ବ୍ୟାଙ୍କକୁ ଯିବେ କହି ଘରୁ ବାହାରି ଆସିଥିବା ବେଳେ ଆଉ ଘରକୁ ଫେରିନଥିଲେ । ଫଳରେ ଲକ୍ଷ୍ମୀଙ୍କ ଭଉଣୀ ଏନେଇ ସ୍ଥାନୀୟ ଗୋଳନ୍ଥରା ଥାନାକୁ ଅବଗତ କରାଇଥିଲେ ।

ପୋଲିସର ତଦନ୍ତ ପରେ ଖଲ୍ଲିକୋଟ ନିକଟସ୍ଥ ଏକ କାଜୁ ଜଙ୍ଗଲରେ ମହିଳାଙ୍କ ମୃତଦେହ ମିଳିବା ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତାକ୍ତ ଚିହ୍ନ ଦେଖିବାକୁ ମିଳିଥିଲା । ଏହାସହ ମୃତଦେହ ପାଖରୁ ଏକ ଭ୍ୟାନିଟ ବ୍ୟାଗ ସହ ମୋବାଇଲ ମିଳିଛି ।

ଖବର ପାଇ ସ୍ଥାନୀୟ ପୋଲିସ ଓ ଛତ୍ରପୁର ଏସଡିପିଓ ଉତ୍କଳ କେଶରୀ ଦାସ, ଆଇଆଇସି ସୁନୀଲ କୁମାର ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ମହିଳାଙ୍କ ଶରୀରର ୧୫ରୁ ଊର୍ଦ୍ଧ୍ବ ସ୍ଥାନରେ ଛୁରୀରେ ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.