ETV Bharat / city

ସଙ୍ଗରୋଧ କେନ୍ଦ୍ରର ରୂପ ନେଲା ବ୍ରହ୍ମପୁରର ପ୍ରେସ କ୍ଲବ

author img

By

Published : May 2, 2021, 5:22 PM IST

ବ୍ରହ୍ମପୁରର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ସେମାନଙ୍କ ପ୍ରେସ୍ କ୍ଲବକୁ ଗଣମାଧ୍ୟମ ଏବଂ ସେମାନଙ୍କ ପରିବାର ପାଇଁ ସଙ୍ଗରୋଧ କେନ୍ଦ୍ରରେ ପରିଣତ କରିଛନ୍ତି । ଯାହାକି ଏହା ରାଜ୍ୟର ଗଣମାଧ୍ୟମ କ୍ଷେତ୍ରରେ ଏକ ଆଦର୍ଶ ସୃଷ୍ଟି କରିଛି । ଅଧିକ ପଢନ୍ତୁ...

ବ୍ରହ୍ମପୁରର ପ୍ରେସ୍ କ୍ଲବ୍ ହେଲା ସଙ୍ଗରୋଧ କେନ୍ଦ୍ର

ବ୍ରହ୍ମପୁର: କୋରୋନା କାଳରେ ନିଜେ ସତର୍କ ରହି ଅନ୍ୟକୁ ସଚେତନତା କରିବା ପାଇଁ କରାଯାଉଛି ଆହ୍ବାନ । ଏଭଳି ସମୟରେ ବ୍ରହ୍ମପୁରର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ଏକ ପାଦ ଆଗକୁ ଆସି ସେମାନଙ୍କ ପ୍ରେସ୍ କ୍ଲବକୁ ଗଣମାଧ୍ୟମ ଏବଂ ସେମାନଙ୍କ ପରିବାର ପାଇଁ ପ୍ରସ୍ତୁତ କରିଛନ୍ତି ସଙ୍ଗରୋଧ କେନ୍ଦ୍ର । ଯାହାକି ଏହା ରାଜ୍ୟର ଗଣମାଧ୍ୟମ କ୍ଷେତ୍ରରେ ଏକ ଆଦର୍ଶ ସୃଷ୍ଟି କରିଛି । କୋଭିଡ-୧୯ ମହାମାରୀର ମୁକାବିଲା କରିବା ପାଇଁ ପ୍ରଥମଥର ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ବ୍ରହ୍ମପୁର ମହାନଗର ନିଗମ ସହଯୋଗରେ ଏପରି ଆୟୋସଲେସନ ସେଣ୍ଟର ପ୍ରସ୍ତୁତ କରାଯିବା ସହିତ ପ୍ରେସ୍ କ୍ଲବ୍‌ କୋଠାକୁ ସ୍ଵତନ୍ତ୍ର ସଙ୍ଗରୋଧ କେନ୍ଦ୍ରରେ ପରିଣତ କରାଯାଇଛି ।

ଏଠାରେ ୮ଟି ଶଯ୍ୟା ବ୍ୟବସ୍ଥା କରାଯାଇଥିବା ବେଳେ ଆବଶ୍ୟକ ସାମଗ୍ରୀ ତଥା ଶଯ୍ୟା, ତକିଆ, ଚାଦର, ମଗ୍, ବାଲ୍ଟି, ପେଷ୍ଟ, ବ୍ରସ୍ ଆଦି ଯୋଗାଇ ଦିଆଯାଇଛି । ୨ଟି ଲେଖାଏଁ ଅକ୍ସିମିଟର୍ ଓ ଥର୍ମାଲ ସ୍କ୍ରିନିଂ ମେସିନ୍ ମଧ୍ୟ ଉପଲବ୍ଧ ରହିଛି । ଏପରିକି ବିଭିନ୍ନ ସଙ୍ଗଠନ ପ୍ରୟାସରେ ଅକ୍ସିଜେନ୍‌ ସିଲିଣ୍ଡର ବ୍ୟବସ୍ଥା କରାଯିବା ସହିତ ଆବଶ୍ୟକ ଡାକ୍ତର ବ୍ୟବସ୍ଥା କରାଇବା ପାଇଁ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ଉଦ୍ୟମ ଜାରି ରଖିଥିବା ବେଳେ ଏ ନେଇ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ ବିଭାଗର ଅଧିକ ସହଯୋଗ କାମନା କରାଯାଇଛି । ଏହା ସହରର ପ୍ରମୁଖ ରାସ୍ତା ନିକଟରେ ଏବଂ ନଗର ଚିକିତ୍ସାଳୟ ନିକଟରେ ଥିବାରୁ ରାପିଡ୍ ରେସ୍‌ପନ୍ସ ଟିମ୍ (ଆରଆରଟି) ଏଠାକୁ ଆସି ପ୍ରତି ସମୟରେ ଯାଞ୍ଚ କରିପାରିବେ ।

ସନ୍ଦିଗ୍ଧ ସାମ୍ବାଦିକମାନେ ଏଠି ସୁବିଧାରେ ଆଇସୋଲେସନରେ ରହିପାରିବେ। କୋଭିଡର ଦ୍ଵିତୀୟ ଲହରୀରେ ଅନେକ ସାମ୍ବାଦିକ ଆକ୍ରାନ୍ତ ହେବା ପରେ ରାଜ୍ୟରେ ଗଣମାଧ୍ୟମ ପ୍ରତିନିଧି ମାନେ ବିଭିନ୍ନ ପ୍ଳାର୍ଟଫର୍ମରେ ଏକତ୍ରିତ ହୋଇ ଅନେକ ପଦକ୍ଷେପ ନେଉଥିବା ବେଳେ ବ୍ରହ୍ମପୁର ସହରରେ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯିବା ସହିତ ଗଣମାଧ୍ୟମ ପ୍ରତିନିଧିମାନେ ଅଧିକ ସତର୍କ ରହିବାକୁ ଆହ୍ବାନ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.