ETV Bharat / city

ଜଗନ୍ନାଥପୁର ଷ୍ଟେସନ ପହଞ୍ଚିବ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍, ପ୍ରଶାସନର ପ୍ରସ୍ତୁତି

author img

By

Published : May 2, 2020, 10:00 PM IST

ଏନାକୁଲମ୍-ଭୁବନେଶ୍ବର ସ୍ବତନ୍ତ୍ର ଶ୍ରମିକ ଟ୍ରେନ ରବିବାର ଜଗନ୍ନାଥପୁର ରେଳଷ୍ଟେସନରେ ପହଞ୍ଚିବ । ଗଞ୍ଜାମ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ଅଧିକ ପଢ଼ନ୍ତୁ...

special train for labour will reach tomorrow at jagannathpur station
ଜଗନ୍ନାଥପୁର ଷ୍ଟେସନ ପହଞ୍ଚିବ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ,ପ୍ରଶାସନର ପ୍ରସ୍ତୁତି

ବ୍ରହ୍ମପୁର: କେରଳରୁ ଓଡିଶା ଅଭିମୁଖେ ବାହାରିଥିବା ଏନାକୁଲମ୍-ଭୁବନେଶ୍ବର ସ୍ବତନ୍ତ୍ର ଶ୍ରମିକ ଟ୍ରେନ ରବିବାର ଓଡିଶାରେ ପହଞ୍ଚିବା । ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ରବିବାର ସକାଳ ସମୟରେ ଏହି ଟ୍ରେନ ଆନ୍ଧ୍ର- ଓଡିଶା ସୀମାନ୍ତ ଦେଇ ବ୍ରହ୍ମପୁର ଉପକଣ୍ଠ ଜଗନ୍ନାଥପୁର ରେଳଷ୍ଟେସନରେ ପହଞ୍ଚିବ ।

ସେଠାରେ ଦକ୍ଷିଣ ଓଡିଶାର ସମସ୍ତ ଜିଲ୍ଲାର ଯାତ୍ରୀଙ୍କୁ ଓହ୍ଲାଯାଇ ସ୍ବତନ୍ତ୍ର ବସରେ ସେମାନଙ୍କ ଜିଲ୍ଲାକୁ ପଠାଯିବ । ଏହାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଗନ୍ନାଥପୁର ରେଳଷ୍ଟେସନ ଠାରେ କିଭଳି ପ୍ରବାସୀ ଓଡିଆ ଯାତ୍ରୀ ମାନଙ୍କୁ କିଭଳି ଭାବେ ନିଆଯିବ ତାହାକୁ ଅନୁଧ୍ୟାନ କରାଯାଇଛି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ରେଳଷ୍ଟେନରେ ପହଞ୍ଚି ଜିଲ୍ଲାପାଳ, ଏସପି, ମହାନଗର ନିଗମ କମିଶନର ଏବଂ ଉପସ୍ଥିତ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଟ୍ରେନ ସକାଳ ୫ ଟାରୁ ୬ ମଧ୍ୟରେ ଜଗନ୍ନାଥପୁର ଏବଂ ସକାଳ ୮.୩୦ ରୁ ୯.୩୦ ମଧ୍ୟରେ ଖୋର୍ଦ୍ଧା ରୋଡରେ ପହଞ୍ଚିବ ।

ଯାହାକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟତଃ ଏହି ଟ୍ରେନରେ ଗଞ୍ଜାମ ଜିଲ୍ଲାର ୧୩୧ ଜଣ, କନ୍ଧମାଳ ଜିଲ୍ଲାର ୩୫୩ ଜଣ, ବୌଦ୍ଧ ଜିଲ୍ଲାର ୬ ଜଣ, ରାୟଗଡାର ୧୭ ଜଣ, କୋରାପୁଟର ଜଣେ ଓ ନବରଙ୍ଗପୁରର ତିନି ଜଣ ପ୍ରବାସୀ ଓଡିଆ ଆସୁଥିବା ଜଣାଯାଇଛି ।

ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.