ETV Bharat / city

ଷ୍ଟିମ ପାଇପ ଫାଟିବା ଘଟଣା: ଚିକିତ୍ସାଧିନ ଅବସ୍ଥାରେ ଗୁରୁତର ଶ୍ରମିକଙ୍କ ମୃତ୍ୟୁ - Serious workers die

ଗତ ତିନିଦିନ ତଳେ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହରର ଗ୍ରାସିମ କମ୍ପାନୀରେ ଷ୍ଟିମ ପାଇପ ବେଲ ଫାଟି କାର୍ଯ୍ୟରତ ଦୁଇ ଶ୍ରମିକଙ୍କ ସମେତ ଜଣେ ଇଞ୍ଜିନିୟର ଗୁରୁତର ହେବା ଘଟଣାରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।

ଚିକିତ୍ସାଧିନ ଅବସ୍ଥାରେ ଗୁରୁତର ଶ୍ରମିକଙ୍କ ମୃତ୍ୟୁ

author img

By

Published : Oct 9, 2020, 11:11 PM IST

ବ୍ରହ୍ମପୁର: ଚିକିତ୍ସାଧିନ ଅବସ୍ଥାରେ ଗୁରୁତର ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ । ଗତ ତିନିଦିନ ତଳେ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହରର ଗ୍ରାସିମ କମ୍ପାନୀରେ ଷ୍ଟିମ ପାଇପ ବେଲ ଫାଟି କାର୍ଯ୍ୟରତ ଦୁଇ ଶ୍ରମିକଙ୍କ ସମେତ ଜଣେ ଇଞ୍ଜିନିୟର ଗୁରୁତର ହେବା ଘଟଣାରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।

ମଙ୍ଗଳବାର ଷ୍ଟିମ ପାଇପ ଫାଟି ତିନିଜଣ ଗୁରୁତର ହୋଇଥିଲେ। ମୃତକ ହେଲେ ପୁଇଁତୋଳା ଗ୍ରାମର ୩୨ ବର୍ଷୀୟ ଶଙ୍କର ରାଉଳ । ଘଟଣା ପରେ ଶଙ୍କର ଗୁରତର ହେବାରୁ ପ୍ରଥମେ ତାଙ୍କୁ ବ୍ରହ୍ମପୁର ଏବଂ ପରେ ରାଜଧାନୀ ଭୁବନେଶ୍ବର ସ୍ଥିତ ଘରୋଇ ହସ୍ପିଟାଲରେ ଅଧିକ ଚିକିତ୍ସା ପାଇଁ ନିଆଯାଇଥିଲା । ମୃତ୍ୟୁ ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

ଅନ୍ୟ ଦୁଇଜଣ ଏବେବି ଆହତ ହୋଇ ଚିକିତ୍ସାଧୀନ ରହିଛନ୍ତି। ଆହାତ ଶ୍ରମିକଙ୍କୁ କ୍ଷତିପୂରଣ ଦାବି ନେଇ କମ୍ପାନୀରେ କାର୍ଯ୍ୟରତ ଶ୍ରମିକମାନେ କମ୍ପାନୀ ସମ୍ମୁଖରେ ଧାରଣାରେ ବସିବା ସହ କମ୍ପାନୀର ଉଚ୍ଚ କର୍ତ୍ତୁପକ୍ଷ, ଜିଲ୍ଲା ପ୍ରଶାସନ, ଶ୍ରମିକଙ୍କ ମଧ୍ୟରେ ବୈଠକ କରାଯାଇ କମ୍ପାନୀ ପକ୍ଷରୁ ଦାବୀ ପୂରଣ କରିବା ପାଇଁ ପ୍ରତିଶୃତି ଦେବା ପରେ ଶ୍ରମିକମାନେ ଧାରଣାରୁ ଓହରିଥିଲେ।

ଏପରିକି ବୈଠକ ପରେ କମ୍ପାନୀ କର୍ତ୍ତୁପକ୍ଷ ୧୨ ଲକ୍ଷ ଟଙ୍କା ସହିତ ପରିବାର ଜଣକୁ ଚାକିରୀ ଦେବା ସହ ଚିକିତ୍ସାର ସମସ୍ତ ଖର୍ଚ୍ଚ କମ୍ପାନୀ ବହନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.