ବ୍ରହ୍ମପୁର: ଆଜି ମଦର୍ସ ଡେ’ ବା ମାତୃତ୍ବ ଦିବସ । ମା’ ପାଇଁ ଦିନଟିଏ । ପ୍ରତ୍ୟେକ ବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଏ । ମାଆ ପାଇଁ ରହିଥିବା ଏହି ଦିନଟିକୁ ନେଇ ବ୍ରହ୍ମପୁରର ବାଲୁକାଶିଳ୍ପୀ ସତ୍ୟ ମହାରଣା ନିଜର ସ୍ୟାଣ୍ଡ ଆନିଭେସନ୍ ଜରିଆରେ ମାତୃତ୍ବ ଦିବସର ବାର୍ତ୍ତା ପ୍ରଦାନ କରିଛନ୍ତି ।
ଶିଶୁଟିକୁ ଳାଳନ ପାଳନ କରିବା ଠାରୁ ଆରମ୍ଭ କରି ସମାଜରେ ପ୍ରତିଷ୍ଠିତ ନାଗରିକ କରିବା କ୍ଷେତ୍ରରେ ମାଆର ଭୂମିକା ରହିଥାଏ ଗୁରୁତ୍ବପୂର୍ଣ୍ଣ । ଏପରିକି ଶିଶୁଟି ଯେତେବେଳେ ଛୋଟ ସମୟରେ କିଛି କହିଥାଏ କେବଳ ମାଆ ହିଁ ତାର କଥା ଓ ଭାଷାକୁ ବୁଝପାରିଥାଏ । ହେଲେ ସମାଜରେ ଅନେକ ବଡ ହୋଇଗଲା ପରେ ସେହି ମାଆର କିଛି କଥା ବୁଝିପାରିନଥାନ୍ତି ଯାହାକି ଅତ୍ୟନ୍ତ ଦୁଃଖଦାୟକ ।
ଏହାକୁ ନିଜର କଳା ମାଧ୍ୟମରେ ଦର୍ଶାଇବା ସହ ସମସ୍ତେ ମାଆ ପ୍ରତି ରହିଥିବା ଭଲ ପାଇବା ସହ ତାଙ୍କ ପ୍ରତି ନିଜର ଉତ୍ତର ଦାୟିତ୍ବ ବୃଦ୍ଧି କରିବାକୁ ଆହ୍ବାନ କରିଛନ୍ତି ଶିଳ୍ପୀ ଜଣଙ୍କ । ଏପରିକି ସମାଜରେ ସମସ୍ତେ ମିଳିତ ଭାବରେ ଧରିତ୍ରୀ ମା’କୁ ରକ୍ଷା କରିବା ପାଇଁ ବୃକ୍ଷ ରୋପଣ କରି ସବୁଜିମା ସୃଷ୍ଟି କରିବାକୁ ଆହ୍ବାନ କରିଛନ୍ତି ସେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ