ETV Bharat / city

ଭିଜିଲାନ୍ସ ଜାଲରେ ଆରଆଇ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ରେଡ ହ୍ୟାଣ୍ଡ ଧରାପଡିଲେ ରାଜସ୍ବ ନିରୀକ୍ଷକ । ଅଧିକ ପଢନ୍ତୁ..

author img

By

Published : Apr 13, 2021, 8:18 PM IST

ଭିଜିଲାନ୍ସ ଜାଲରେ  ଆରଆଇ
ଭିଜିଲାନ୍ସ ଜାଲରେ ଆରଆଇ

ବ୍ରହ୍ମପୁର: ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ରାଜସ୍ବ ନିରୀକ୍ଷକ । ଏକ ବିବାଦୀୟ ଜମିର ସୀମା ନିର୍ଦ୍ଧାରଣ କରିବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଲେ ରାଜସ୍ବ ନିରୀକ୍ଷକ ।

ଗଞ୍ଜାମ ଦିଗପହଣ୍ଡି ତହସିଲ ଅନ୍ତର୍ଗତ ଭୀଷ୍ମଗିରି ରାଜସ୍ବ ନିରୀକ୍ଷକ ଏ ଶ୍ରୀକାନ୍ତ ଦୋରାଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଭୀଷ୍ଣଗିରି ଅଞ୍ଚଳର ସୁବାସ ଚନ୍ଦ୍ର ପଣ୍ଡା ଙ୍କ ଠାରୁ ଏହି ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଆରଆଇ । ଲାଞ୍ଚ ନେଉଥିବା ଅଭିଯୋଗରେ ପୂର୍ବରୁ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଲୁଚି ରହିଥିଲେ , ଆଉ ଘଟଣାସ୍ଥଳରେ ଆର.ଇଙ୍କୁ ଧରିବା ସହିତ ତାଙ୍କ ପ୍ୟାଣ୍ଟର ବାମ ପାଶ୍ବପକେଟରୁ ଲାଞ୍ଚ ଟଙ୍କା ଜବତ କରିଛନ୍ତି ।

ଏହାପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ସ୍ଥିତ ଆର୍.ଆଇଙ୍କ ବାସଭବନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ ଜାରି ରହିଛି । ପୂର୍ବରୁ ଶ୍ରୀକାନ୍ତଙ୍କ ଉପରେ ଭୁବନେଶ୍ବର ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା ବୋଲି ବ୍ରହ୍ମପୁର ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକ ଶାନ୍ତୁନୁ ପାଢୀ ସୂଚନା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.