ETV Bharat / city

MKCG ମେଡିକାଲ ଆଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ଧାରଣା

author img

By

Published : May 16, 2022, 1:25 PM IST

Updated : May 17, 2022, 3:36 PM IST

ଏମକେସିଜି ମେଡିକାଲ ଆଗରେ ଧାରଣା । ପ୍ରମୁଖ ଦଫା ଦାବି ନେଇ ମେଡିକାଲ ମୁଖ୍ୟ ଫାଟକ ସମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେଇଛନ୍ତି କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି । ଅଧିକ ପଢନ୍ତୁ

ଏମକେସିଜି ମେଡିକାଲ ଆଗରେ ଧାରଣା
ଏମକେସିଜି ମେଡିକାଲ ଆଗରେ ଧାରଣା

ବ୍ରହ୍ମପୁର: ଏମକେସିଜି ମେଡିକାଲ ଆଗରେ ଧାରଣା । ପ୍ରମୁଖ ଦଫା ଦାବି ନେଇ ମେଡିକାଲ ମୁଖ୍ୟ ଫାଟକ ସମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେଇଛନ୍ତି କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି । ଗୁରୁତ୍ବପୂର୍ଣ୍ଣ ସମସ୍ୟାକୁ ପ୍ରସଙ୍ଗ କରି ପୂରଣ କରିବାକୁ ଦାବି କରି ଧାରଣା ଦେଇଛନ୍ତି ସଦସ୍ୟ । ଏମକେସିଜି ମେଡିକାଲରେ ଖାଲି ରହିଥିବା ଡାକ୍ତର ପଦବୀ ତୁରନ୍ତ ପୂରଣ କରିବା, ମେଡିକାଲର ଟ୍ରମା କେୟାର ସେଣ୍ଟରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ବର୍ଣ୍ଣ କେୟାର ୟୁନିଟ ତୁରନ୍ତ ଖୋଲାଯିବା ସହ ମେଡିକାଲର କାଜୁଆଲଟିରେ ବରିଷ୍ଠ ଅଭିଜ୍ଞ ଡାକ୍ତର ନିଯୁକ୍ତି କରିବା ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗକୁ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି । ଶାନ୍ତିପୂର୍ଣ୍ଣ ଭାବରେ ଗଣଧାରଣାରେ ସାମିଲ ହୋଇଛନ୍ତି ଗଣାମାଧ୍ୟମ ପ୍ରତିନିଧି ।

MKCG ମେଡିକାଲ ଆଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ଧାରଣା

ବ୍ରହ୍ମପୁର ସହର ଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲା ଏବଂ ଦକ୍ଷିଣ ଓଡିଶାର ସମସ୍ତ ଜିଲ୍ଲା ସମେତ ପଡୋଶୀ ରାଜ୍ୟ ଆନ୍ଦ୍ରପ୍ରଦେଶର ରୋଗୀମାନେ ଏହି ମେଡିକାଲ ଉପରେ ନିର୍ଭରଶୀଳ । ଏହା ବର୍ତ୍ତମାନ ଏକ ରେଫରାଲ ହସ୍ପିଟାଲ ଭାବରେ କେବଳ କାର୍ଯ୍ୟ କରୁଛି । ଏଠାରେ ରହିଥିବା ଅନେକ ବିଭାଗରେ ଅଭିଜ୍ଞ ଡାକ୍ତର ଅଭାବ ଯୋଗୁଁ ରୋଗୀ କଟକ, ଭୁବନେଶ୍ବର ଓ ବିଶାଖାପାଟଣାର ମେଡିକାଲ ଗୁଡିକ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ଏଣୁ ଏହି ପ୍ରମୁଖ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ସହ ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରାଯାଇଛି । ଏହି ଅବସରରେ ଧାରଣାରତ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : May 17, 2022, 3:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.