ETV Bharat / city

ବ୍ରହ୍ମପୁରରେ କଡାକଡି ଲକଡାଉନ, ବାହାରେ ବ୍ୟାୟାମ ଓ ଚାଲିବାକୁ ମନା - ବ୍ରହ୍ମପୁରରେ କଡାକଡି ଲକଡାଉନ

କୋରୋନା ପାଇଁ ସାରା ରାଜ୍ୟ ତଥା ଦେଶରେ ଲକଡାଉନ ରହିଥିବା ବେଳେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ କଡାକଡି ରହିଛି ସମସ୍ତ ପ୍ରକାର ନିୟମ ।

berhampur latest news, lockdown in berhampur, walking and excercising outside banned, ବ୍ରହ୍ମପୁର ଲାଟେଷ୍ଟ ନ୍ୟୁଜ୍‌, ବ୍ରହ୍ମପୁରରେ କଡାକଡି ଲକଡାଉନ, ବାହାରେ ବ୍ୟାୟାମ ଉପରେ ଲାଗିଲା ଲଗାମ
ବ୍ରହ୍ମପୁରରେ କଡାକଡି ଲକଡାଉନ, ବାହାରେ ବ୍ୟାୟାମ ଓ ଚାଲିବାକୁ ମନା
author img

By

Published : Apr 3, 2020, 10:42 PM IST

ବ୍ରହ୍ମପୁର: କୋରୋନା ପାଇଁ ସାରା ରାଜ୍ୟ ତଥା ଦେଶରେ ଲକଡାଉନ ରହିଥିବା ବେଳେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ କଡାକଡି ରହିଛି ସମସ୍ତ ପ୍ରକାର ନିୟମ । ଏପରିସ୍ଥଳେ ନିଜର ସ୍ବାସ୍ଥ୍ୟ ପାଇଁ ସହରର ବିଭିନ୍ନ ଖେଳ ପଡିଆକୁ ବ୍ୟାୟାମ କରିବାକୁ ଆସୁଥିବା ଲୋକଙ୍କୁ କିଛି ସମୟ ପାଇଁ ଅଟକ ରଖିବା ସହ ଏଭଳି କାର୍ଯ୍ୟ ଯେପରି ଆଗାମୀ ଦିନରେ ନହୁଏ ସେନେଇ ପରାମର୍ଶ ଦିଆଯାଇଛି ।

ସେହିପରି କୋରୋନା ସଂକ୍ରମଣ ପାଇଁ ବିଭିନ୍ନ ପ୍ରକାରର ଜରୁରୀକାଳୀନ ସେବା ପାଇଁ ସ୍ଥାନୀୟ ଥାନାରୁ ସଂଗ୍ରହ କରି ନେଇଥିବା ପାସକୁ ଧରି କିଛି ଲୋକ ବଜାରରେ ନିଜର ମୋଟର ସାଇକେଲ ସହିତ ଗାଡି ଧରି ବୁଲୁଥିବା ଦେଖାଯାଇଥିଲା । ଖବର ପାଇ ଟାଉନ ଏସଡିପିଓ ଏଭଳି କିଛି ଲୋକଙ୍କୁ ଧରିବା ସହ ଏହା ଉପରେ ଦୃଷ୍ଟି ଦେବାକୁ ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରିଥିଲେ ।

ଅନ୍ୟପଟେ ଏଭଳି ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସପି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସମସ୍ତ ଥାନା ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.