ETV Bharat / city

କୋଭିଡ କେୟାର ସେଣ୍ଟରରେ ଗଞ୍ଜାମ ଜିଲ୍ଲାପାଳ, ପରଖିଲେ ଖାଦ୍ୟର ମାନ

author img

By

Published : Jul 10, 2020, 11:35 PM IST

କୋରୋନା ମୁକାବିଲା କ୍ଷେତ୍ରରେ ବିଭିନ୍ନ ପ୍ରକାର ପଦକ୍ଷେପ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏମିତିରେ ଜିଲ୍ଲାରେ ଥିବା କୋଭିଡ କେୟାର ସେଣ୍ଟରରେ ଦିଆଯାଉଥିବା ଖାଦ୍ୟର ମାନ ପରଖିବା ପାଇଁ ସେ ଶୁକ୍ରବାର ହଠାତ୍‌ ଆସି କୋଭିଡ କେୟାର ସେଣ୍ଟରରେ ପହଞ୍ଚିଥିଲେ ।

ganjam collector vijay amrut kulange, berhampur latest news, parala maharaja covid care center, quality of food inspected by collector, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଲାଟେଷ୍ଟ ନ୍ୟୁଜ୍‌, ପାରଳା ମହାରାଜା କୋଭିଡ କେୟାର ସେଣ୍ଟର, କୋଭିଡ ସେଣ୍ଟରରେ ଖାଦ୍ୟର ମାନ ପରଖିଲେ ଜିଲ୍ଲାପାଳ
କୋଭିଡ କେୟାର ସେଣ୍ଟରରେ ଗଞ୍ଜାମ ଜିଲ୍ଲାପାଳ, ପରଖିଲେ ଖାଦ୍ୟର ମାନ

ବ୍ରହ୍ମପୁର: କୋରୋନା ମୁକାବିଲା କ୍ଷେତ୍ରରେ ବିଭିନ୍ନ ପ୍ରକାର ପଦକ୍ଷେପ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏମିତିରେ ଜିଲ୍ଲାରେ ଥିବା କୋଭିଡ କେୟାର ସେଣ୍ଟରରେ ଦିଆଯାଉଥିବା ଖାଦ୍ୟର ମାନ ପରଖିବା ପାଇଁ ସେ ଶୁକ୍ରବାର ହଠାତ୍‌ ଆସି କୋଭିଡ କେୟାର ସେଣ୍ଟରରେ ପହଞ୍ଚିଥିଲେ । ଏହାପରେ ସେଠାରେ ପରସା ଯାଉଥିବା ଖାଦ୍ୟ ନିଜେ ଖାଇ ଏହାର ମାନ ଯାଞ୍ଚ କରିଥିଲେ ।

ସୂଚନା ଅନୁଯାୟୀ ସ୍ଥାନୀୟ ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀରେ ରହିଥିବା ପାରଳା ମହାରାଜା କୋଭିଡ କେୟାର ସେଣ୍ଟରରେ ଯୋଗାଇ ଦିଆଯାଉଥିବା ଖାଦ୍ୟ ନିମ୍ନମାନର ରହିଥିବା ଚର୍ଚ୍ଚା ଚାଲିଥିଲା । ଏହି ଚର୍ଚ୍ଚାର ଅନ୍ତ ଘଟାଇବା ପାଇଁ ଖୋଜ ଜିଲ୍ଲାପାଳ ସମ୍ପୃକ୍ତ ସ୍ଥାନରେ ପହଞ୍ଚି ଖାଦ୍ୟ ଖାଇବା ସହ ଏହାର ମାନ ଯାଞ୍ଚ କରିଥିଲେ । ତେବେ ଏହି ଖାଦ୍ୟ ସୁସ୍ବାଦୁ ରହିଥିବା ବେଳେ ଖାଦ୍ୟର ମାନରେ କୌଣସି ସମସ୍ୟା ନଥିବା ନେଇ ଜିଲ୍ଲାପାଳ ପ୍ରକାଶ କରିଥିଲେ । ତଥାପି ଲୋକଙ୍କ ଅଭିଯୋଗ ମୁତାବକ ଆକ୍ରାନ୍ତଙ୍କୁ ସବୁଠାରୁ ଭଲ ଖାଦ୍ୟ ଯୋଗାଇ ଦିଆଯିବା ନେଇ ପ୍ରତିଶୃତିବଦ୍ଧ ଥିବା ସେ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି ।

ତେବେ ସମ୍ପୃକ୍ତ କୋଭିଡ କେୟାର ସେଣ୍ଟର ପରିସରରେ ପ୍ରଦାନ କରାଯାଉଥିବା ଖାଦ୍ୟର ମାନ ଖରାପ ଥିବା ନେଇ ସେଠାରେ ଚିକିତ୍ସିତ ଲୋକେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ କରିଥିଲେ । ଏଥିରେ ପଦକ୍ଷେପ ସ୍ବରୂପ ଜିଲ୍ଲପାଳ ପ୍ରସଙ୍ଗକୁ ଗୁରୁତ୍ବର ସହ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଆକାରରେ ଭେଣ୍ଡରକୁ ପରିବର୍ତ୍ତନ ନେଇ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ପରିମଳ ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଥିବା ନେଇ ମଧ୍ୟ ଜିଲ୍ଲାପାଳ ଆଶ୍ବସ୍ତ କରିଥିଲେ । ସମ୍ପୃକ୍ତ ସେଣ୍ଟରରେ ଚିକିତ୍ସିତ ଆକ୍ରାନ୍ତଙ୍କୁ ବ୍ୟକ୍ତିଗତ ଭାବେ ଫୋନ କରି ସେମାନଙ୍କ ସୁବିଧା ଅସୁବିଧା ମଧ୍ୟ ସେ ପଚାରି ବୁଝିଥିଲେ ।

ଏସବୁ ସତ୍ତ୍ବେ ବାରମ୍ବାର ଅଭିଯୋଗ ଆସିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ସମ୍ପର୍କୀତ ଏବଂ କୋଭିଟ ସେଣ୍ଟର ସମ୍ପର୍କିତ ଅଭିଯୋଗ ପାଇଁ ଏକ 24 ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜନ ସାଧାରଣଙ୍କ ଅବଗତି ପାଇଁ ଜାରି କରାଯାଇଥିଲା । ହେଲେ ନିଜେ ଘଟଣାସ୍ଥଳରେ ପହଞ୍ଚି ଖାଦ୍ୟର ମାନ ଯାଞ୍ଚ କରିବା ଘଟଣା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି କହିଲେ କିଛି ଭୁଲ ହେବ ନାହିଁ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.