ETV Bharat / city

'ଜଳ ସମସ୍ୟା ଦୂରୀକରଣ ଉପରେ ଫୋକସ କରିବି'

author img

By

Published : Apr 2, 2019, 11:46 PM IST

ଦିଗପହଣ୍ଡିରେ ପାନୀୟ ଜଳ ସମସ୍ୟା ସମାଧାନ କରିବେ ସୂର୍ଯ୍ୟ ନାରାୟଣ ପାତ୍ର । ଏଥିସହ ଯୁବବର୍ଗଙ୍କ ନିଯୁକ୍ତ ଉପରେ ଫୋକସ କରିବେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ସାଧାରଣ ନିର୍ବାଚନ ତାରିଖ ପାଖେଇ ଆସୁଛି । ସାଧାରଣ ନିର୍ବାଚନକୁ ନେଇ ପ୍ରାର୍ଥୀ ମଧ୍ୟରେ ଯେତିକି ଉତ୍କଣ୍ଠା ଜନତାଙ୍କ ମଧ୍ୟରେ ତା ଠାରୁ ଅଧିକ ଉତ୍କଣ୍ଠା ପରିଲିକ୍ଷିତ ହେଉଛି । କିଏ ହେବ ଆମ ନେତା ? ଏହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ । ସେହିପରି ନିର୍ବାଚନ ବୈତରଣୀ ପାର୍‌ କରିବାକୁ ଲୋକଙ୍କ ବିଭିନ୍ନ ସମସ୍ୟା ନେଇ ମଇଦାନକୁ ଓହ୍ଲାଇଛନ୍ତି ନେତା । ତେବେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ମଇଦାନକୁ ଓହ୍ଲାଇଛନ୍ତିଦଳର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର। ଏଥର ଇଟିଭି ଭାରତର ‘ପାଞ୍ଚଟି ପ୍ରଶ୍ନ ନେତାଙ୍କୁ’ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ସୂର୍ଯ୍ୟନାରାୟଣ ପାତ୍ର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ । ଏହି ଆସନରୁ ଲଗାତାର ଭାବରେ ବିଜୟୀ ହୋଇ ଆସୁଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ଚଳିତଥର ମଧ୍ୟ ବିଜେଡି ଟିକେଟ ପାଇଁ ଦିଗପହଣ୍ଡିରୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର । ମନ୍ତ୍ରୀଙ୍କୁ ଟକ୍କର ଦେବା ପାଇଁ ବିଜେପିରୁ ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା ପିଙ୍କି ପ୍ରଧାନ ଏବଂ କଂଗ୍ରେସ ଦଳରୁ ସ୍ଥାନୀୟ ନେତୃବୃନ୍ଦ ପ୍ରଫୁଲ ପଣ୍ଡାଙ୍କ ସମେତ ମୋଟ ୬ ଜଣ ପ୍ରତିଦ୍ୱନ୍ଦୀନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ରହିଥିବା ଲୋକଙ୍କ ସମସ୍ୟାକୁ ସମାଧାନ କରିବା ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ଶ୍ରୀ ପାତ୍ର । ବିଶେଷ କରି ପାନୀୟ ଜଳ ସମସ୍ୟା ଦୂରୀକରଣ, ଛେଳିଗଡ ପ୍ରକଳ୍ପ, ଶ୍ରମିକଙ୍କ ପାଇଁ ସୁବିଧା ଓ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିବେ ବୋଲି ସେ କହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.