ETV Bharat / city

ରାତି ପାହିଲେ ଭୋଟ, ପୁଲିଂ ବୁଥ ମୁହାଁ ସରକାରୀ କର୍ମଚାରୀ - govenment

ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର 24 ଘଣ୍ଟାର ଅପେକ୍ଷା । ଏଣୁ ଚଳିତ ଥର ଯେପରି ଶାନ୍ତି ଶୃଙ୍ଖଳାରେ ସମସ୍ତ ବୁଥରେ ନିର୍ବାଚନ ପରିଚାଳନା ହେବ ସେଥିପାଇଁ ତତ୍ପର ଗଞ୍ଜାମ ପ୍ରଶାସନ । ପ୍ରତିଟି ଭୋଟ କେନ୍ଦ୍ରଙ୍କୁ ଯାଉଛନ୍ତି ପୁଲିଙ୍ଗ ପାର୍ଟି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Apr 10, 2019, 6:58 AM IST

ବ୍ରହ୍ମପୁର: ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଏଣୁ ଚଳିତ ଥର ଯେପରି ଶାନ୍ତି ଶୃଙ୍ଖଳାରେ ସମସ୍ତ ବୁଥରେ ନିର୍ବାଚନ ପରିଚାଳନା ହେବ ସେଥିପାଇଁ ତତ୍ପର ଗଞ୍ଜାମ ପ୍ରଶାସନ । ପ୍ରତିଟି ଭୋଟ କେନ୍ଦ୍ରଙ୍କୁ ପଠାଯାଉଛି ପୁଲିଂ ପାର୍ଟିଙ୍କୁ ।

ବ୍ରହ୍ମପୁର ସହରରୁ ପୂର୍ବରୁ ତାଲିମ ପ୍ରାପ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀ ମାନେ ଭିନ୍ନ ଭିନ୍ନ ସ୍ୱତନ୍ତ୍ର ଗାଡିରେ ସମସ୍ତ ପୁଲିଂ ବୁଥକୁ ବାହାରିଛନ୍ତି । ଆଜି ସେମାନେ ସମସ୍ତେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବେ । ପ୍ରତ୍ୟେକ ପୁଲିଂ ପାର୍ଟିରେ ପ୍ରିଜାଇଡିଙ୍ଗ୍ ଅଫିସରଙ୍କ ସହ ପ୍ରଥମ ପୁଲିଂ ଅଫିସରଙ୍କୁ ମିଶାଇ ୬ ଜଣ ଲେଖାଏଁ ସରକାରୀ କର୍ମଚାରୀ ରହିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ଇଭିଏମ୍ ସହିତ ଭିଭିପାଟ ମେସିନ୍ ଏବଂ ନିର୍ବାଚନ ପାଇଁ ଆବଶ୍ୟକୀୟ ସମସ୍ତ କାଗଜପତ୍ରକୁ ନେଇ ବାହାରିଥିବା ବେଳେ ଆଜି ସୁଦ୍ଧା ସମସ୍ତ ପୁଲିଂ ପାର୍ଟି ଭୋଟଦାନ କେନ୍ଦ୍ରରେ ପହଞ୍ଚିବେ । ସେହିପରି ପ୍ରତ୍ୟେକ ବୁଥରେ ସୁରକ୍ଷା ପାଇଁ ପୋଲିସ କର୍ମଚାରୀ ଉପସ୍ଥିତ ରହିବେ । ବିଭିନ୍ନ ଭୋଟଦାନ କେନ୍ଦ୍ରକୁ ନିର୍ବାଚନ ପରିଚାଳନା କରିବାକୁ ବାହାରିଥିବା ସରକାରୀ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

XBBV

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.