ETV Bharat / city

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା; ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ପାଇଁ ବୈଠକ - Berhampur latest news

ଦୀର୍ଘଦିନ ପରେ ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ସଫଳ ରୂପାୟନ ପରେ ଏବେ ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ପାଇଁ ଅଣ୍ଟା ଭିଡଜିଛନ୍ତି ।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା; ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ପାଇଁ ବୈଠକ

author img

By

Published : Oct 17, 2020, 9:13 AM IST

ବ୍ରହ୍ମପୁର: ଦୀର୍ଘଦିନ ପରେ ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ପାଇଁ ସମସ୍ତ ସଭ୍ୟ ସଭ୍ୟା ମାନଙ୍କର ମତାମତ ନିଆଯାଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ୍ ପଲେଇଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟ ଗଞ୍ଜାମ ଜିଲ୍ଲାରେ ଭଲ ହୋଇଥିବା ଯୋଗୁଁ ଭାରତ ସରକାରଙ୍କ ଦ୍ବାରା ପ୍ରଶଂଶିତ ହୋଇଥିଲା । ଏବେ ତୃତୀୟ ପର୍ଯ୍ୟାୟ କାର୍ଯ୍ୟର ସଫଳ ରୂପାୟନ ନିମନ୍ତେ ସରକାରୀ ସ୍ତରରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା; ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ପାଇଁ ବୈଠକ
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା; ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ପାଇଁ ବୈଠକ

ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ ୨୫୦ ଜନସଂଖ୍ୟା ଏବଂ ତଦୁର୍ଦ୍ଧ୍ବ ବିଶିଷ୍ଟ ଅନୁମୋଦିତ ଗ୍ରାମକୁ ସଂଯୋଗ କରାଯାଇଥିବା ସ୍ଥଳେ ଦ୍ବିତୀୟ ପର୍ଯ୍ୟାୟରେ ସମସ୍ତ ଜିଲ୍ଲାରେ ୩୧୩,୯୯୪ କିଲୋମିଟର ଅପଗ୍ରେଡେସନ୍ ରାସ୍ତା ନିଆଯାଇଛି । କିନ୍ତୁ ବର୍ତ୍ତମାନ ଏନ୍.ଆର୍.ଆଇ.ଡି.ଏ. ଗାଇଡଲାଇନ୍ ଅନୁଯାୟୀ ତୃତୀୟ ପର୍ଯ୍ୟାୟ କାର୍ଯ୍ୟରେ ଗ୍ରାମ୍ୟ ମୁଖ୍ୟ ରାସ୍ତା ଯଥା-ଥ୍ରୋ ରୁଟ୍ (ଟି.ଆର୍) ଏବଂ ମେଜର ରୁରାଲ ଲିଙ୍କ (ଏମ୍.ଆର୍.ଏଲ୍) ର ଉନ୍ନତି କରଣ ଏବଂ ସମ୍ପ୍ରସାରଣ ପାଇଁ କାର୍ଯ୍ୟ ହେବ । ଏହି ତୃତୀୟ ପର୍ଯ୍ୟାୟ କାର୍ଯ୍ୟରେ ଗ୍ରାମାଞ୍ଚଳ ଭିତ୍ତିଭୂମି ସୁଦୃଢ ପାଇଁ ଉଦ୍ଦିଷ୍ଟ ସଂସ୍ଥା/ଅନୁଷ୍ଠାନ ଗୁଡିକୁ ପ୍ରାଧାନ୍ୟ ଦିଆଯିବ । ଏଥିରେ କୃଷି ଭିତ୍ତିକ ଗ୍ରାମ୍ୟ ବଜାର / ସାପ୍ତାହିକ ହାଟ, ଶିକ୍ଷାନୁଷ୍ଠାନ (ଉଚ୍ଚ ବିଦ୍ୟାଳୟରେ, ମହାବିଦ୍ୟାଳୟରେ, ଶିଳ୍ପ ତାଲିମ ଅନୁଷ୍ଠାନ) ସ୍ବାସ୍ଥ୍ୟ କେନ୍ଦ୍ର(ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପଶୁ ଚିକିତ୍ସାଳୟ) ର ସଂଯୋଗକରଣ ଦିଗରେ ପଦକ୍ଷେପ ଗ୍ରହଣ କରିବେ ।

ଆଗରୁ ନିର୍ମାଣ କରାଯାଇଥିବା ଗ୍ରାମ୍ୟ ମୁଖ୍ୟ ରାସ୍ତାର ସମ୍ପ୍ରସାରଣ ଏବଂ ଉନ୍ନତିକରଣ ହୋଇଥିଲେ ମଧ୍ୟ କେତେକ ଅସଂଯୋଜିତ ସଂସ୍ଥା/ଅନୁଷ୍ଠାନ ଯଥା- ମୁଖ୍ୟ ବଜାର, ସ୍ବାସ୍ଥ୍ୟ କେନ୍ଦ୍ର, ଶିକ୍ଷାନୁଷ୍ଠାନ, ବସ୍ ଷ୍ଟାଣ୍ଡ, ପେଟ୍ରୋଲ ପମ୍ପ, ବ୍ୟାଙ୍କ, ବ୍ଲକ୍ ଓ ପଞ୍ଚାୟତ କାର୍ଯ୍ୟାଳୟ ଇତ୍ୟାଦିକୁ ସଂଯୋଗ କରିବା ପାଇଁ ଆବଶ୍ୟକ ପଡୁଥିବା ରାସ୍ତାକୁ ନୂତନ ଭାବେ ନିର୍ମାଣ କରିବା ପାଇଁ ବ୍ୟବସ୍ଥା ରହିବ । ପ୍ରତି ବ୍ଲକ୍ ପାଇଁ ୩୦ କି.ମି. ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଧାର୍ଯ୍ୟ ରହିବ । ଯେଉଁ ରାସ୍ତାର ଅଧିକ ବ୍ୟବହାର ଯୋଗ୍ୟ ସେହି ରାସ୍ତାକୁ ପ୍ରଥମେ ଅଗ୍ରାଧିକାର ଭିତ୍ତିରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ତୃତୀୟ ପର୍ଯ୍ୟାୟରେ ଅନୁମୋଦନ ପାଇଁ କାର୍ଯ୍ୟ ହେବ । ଏଥି ସକାଶେ ସମସ୍ତ ସଦସ୍ୟ, ସଦସ୍ୟାମାନଙ୍କୁ ଜିଲ୍ଲାର ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ପାଇଁ ଏକ ତାଲିକା ପ୍ରଦାନ କରାଯାଇଅଛି ।

ସଦସ୍ୟ ମାନଙ୍କର ଆବଶ୍ୟକତା ଅନୁଯାୟୀ ସେମାନେ ନିଜ ନିଜ ଅଞ୍ଚଳର କେଉଁ ରାସ୍ତାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବେ ସେହି ସମ୍ପର୍କରେ ଜନ ପ୍ରତିନିଧି ମାନଙ୍କର ମତାମତ ଲୋଡାଯାଇଥିଲା । ବୈଠକରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ଚିକିଟି ବିଧାୟିକା ଉଷାଦେବୀ, ଗୋପାଳପୁର ବିଧାୟକ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ, ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ପ୍ରମୁଖ ଭିଡିଓ କନଫରେନ୍ସିଂରେ ଯୋଗଦେଇଥିଲେ । ତେବେ ଦିଆଯାଇଥିବା ପ୍ରସ୍ତାବକୁ ଗ୍ରହଣ କରି ଆଉ 7 ଦିନ ସମୟ ମାଗିଛନ୍ତି । ଯଦ୍ବାରା ସେମାନେ ଆବଶ୍ୟକତା କୁ ପ୍ରାଥମିକତା ଦେଇ ତାଲିକା ପ୍ରଦାନ କରିବେ ଏବଂ ସେହି ଅନୁଯାୟୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ ।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଜଣାଇଥିଲେ ଯେ, ଯେଉଁଠି କାମ ନିମ୍ନମାନର ହେବ ସେହିଠାରେ ସଂପୃକ୍ତ ଅଧିକାରୀଙ୍କୁ ସିଧାସଳଖ ଦାୟୀ କରାଯିବ । ଏଣୁ ଉକ୍ତ କାମ ଗୁଡିକ ଯେମିତି ଉନ୍ନତ ଧରଣର ହେବ, ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉନ୍ନତ ମାନର କାମ ହେଲେ ଜିଲ୍ଲାର ସୁନାମ ହେବ ଓ ଗ୍ରାମାଞ୍ଚଳରେ ଗମନା ଗମନ ସୁବିଧା ହେବା ସହ ଜିଲ୍ଲାବାସୀ ଉପକୃତ ହୋଇପାରିବେ ବୋଲି କହିଥିଲେ। ବାଚସ୍ପତି, ମନ୍ତ୍ରୀ, ବିଧାୟକ ଓ ବିଧାୟିକା ଗଣ ଜିଲ୍ଲାର କୋଭିଡ-୧୯ ପରିଚାଳନାରେ ଯେଉଁ ସବୁ କାର୍ଯ୍ୟ ଜିଲ୍ଲାପାଳଙ୍କ ଦ୍ବାରା କରାଯାଇଥିଲା ସେଥି ସକାଶେ ଭୂୟସୀ ପ୍ରଶଂସା କରି ଗଞ୍ଜାମ ଜିଲ୍ଲା ସମଗ୍ର ଭାରତ ବର୍ଷରେ ସୁନାମ ଆଣିପାରିଛି ବୋଲି ମତାମତ ଦେଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମସ୍ତଙ୍କୁ ଯୋଗଦାନ ଦେଇଥିବାରୁ ଧନ୍ୟବାଦ ଜଣାଇବା ସହ କୋଭିଡ ସଚେତନତାକୁ ଗୁରୁତ୍ତ୍ବ ଦେବାକୁ ଜଣାଇଥିଲେ ।

ସମସ୍ତ ବିଧାୟିକା ଓ ବିଧାୟକ ଗଣ ନିଜ ନିଜ ଅଞ୍ଚଳର କେଉଁ ରାସ୍ତା ମରାମତି ନିର୍ମାଣ କରାଯାଉ ସେଗୁଡିକ ଜଣାଇଥିଲେ । ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତଙ୍କ ପରାମର୍ଶ ଓ ମତାମତକୁ ସ୍ବାଗତ ଜଣାଇଥିଲେ । ଯଥାଶୀଘ୍ର ମତାମତ ଗୁଡିକ ଉପସ୍ଥାପନ କରାଗଲେ କାର୍ଯ୍ୟଗୁଡିକ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି । କୋରୋନା ଭୟାବହତା ସମୟରେ ମଧ୍ୟ ଜିଲ୍ଲାରେ ନରେଗାରେ ଏକ କୋଟି ୧୮ ଲକ୍ଷରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରାଯାଇ କାର୍ଯ୍ୟ ହୋଇଥିବା ପ୍ରକାଶ କରିଥିଲେ । କୋରୋନାରେ ସମସ୍ତ ଜନ ପ୍ରତନିଧି ଯେଉଁଭଳି ଭାବେ ସହଯୋଗ କରିଥିଲେ ତେଣୁ କରି ଜିଲ୍ଲାରୁ କୋରୋନା ସଂକ୍ରମଣକୁ ରୋକିବାରେ ସହାୟକ ହେଲା ବୋଲି କହି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏବଂ ଦିନରେ ୧୮ ଗୋଟି ପଜିଟିଭ୍ ଥିବା ପ୍ରକାଶ କରିଥିଲେ । ବୈଠକରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ଖୁବ୍ କମ୍ ସମୟ ମଧ୍ୟରେ ଆଗତ କରାଯାଇଥିବା ଏହି ଭିଡିଓ କନଫରେନ୍ସିଂରେ ସମସ୍ତେ ଯୋଗଦାନ କରି ନିଜ ନିଜର ମତାମତ ଉପସ୍ଥାପନ କରିଥିବା ହେତୁ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୋନମ୍ ପଲେଇ, ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀକ୍ଷଣ ଯନ୍ତ୍ରୀ ରାମକୃଷ୍ଣ ମହାରଣା, ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.