ETV Bharat / city

କୋରୋନା ମୁକାବିଲାରେ ସରକାର ବିଫଳ, ସମାଲୋଚନା କଲା କଂଗ୍ରେସ - congress press meet on corona situation in ganjam

ଗଞ୍ଜାମ ଜିଲ୍ଲାରେ କୋରୋନା ମୁକାବିଲାରେ ସରକାର ବିଫଳତାକୁ ନେଇ ସମାଲୋଚନା କଲା ଜିଲ୍ଲା କଂଗ୍ରେସ । କୋରୋନା ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ସମୁଦ୍ରକୁ ଶଙ୍ଖେ ବୋଲି କହିବା ସହ ଏନେଇ ସରକାରଙ୍କୁ ଘେରିଛି କଂଗ୍ରେସ ।

କୋରୋନା ମୁକାବିଲାରେ ସରକାର ବିଫଳ, ସମାଲୋଚନା କଲା କଂଗ୍ରେସ

author img

By

Published : Jul 23, 2020, 7:27 AM IST

ବ୍ରହ୍ମପୁର: ନିୟମିତ ଭାବରେ ଗଞ୍ଜାମ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ପଜେଟିଭଙ୍କ ସଂଖ୍ୟା । ଯେଉଁଥିପାଇଁ ସମ୍ପୂର୍ଣ୍ଣ ଭାବରେ ଜିଲ୍ଲା ରେଡ୍ ଜୋନରେ ରହିଛି । ଜିଲ୍ଲାର ସମସ୍ତ ପଥ ସିଲ୍‌ କରାଯାଇଛି । ତେବେ ଏପରି ସ୍ଥିତିରେ ରାଜ୍ୟ ସରକାରଙ୍କ ନୀତି, ପରିଚାଳନା ଓ ପରିଚାଳନା ବିଭ୍ରାନ୍ତି ପାଇଁ ଗଞ୍ଜାମରେ ଏପରି ସ୍ଥିତି ଉପୁଜିଥିବା ଅଭିଯୋଗ କରି ସରକାରଙ୍କୁ ସମାଲୋଚନା କରିଛି ଜିଲ୍ଲା କଂଗ୍ରେସ ।

କୋରୋନା ମୁକାବିଲାରେ ସରକାର ବିଫଳ, ସମାଲୋଚନା କଲା କଂଗ୍ରେସ

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପିତବାସ ପଣ୍ଡା ଜିଲ୍ଲାରେ କୋରୋନା ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି । ଏହାସହ ସରକାର ତୁରନ୍ତ ଖାଲିଥିବା ଡାକ୍ତର ପଦବୀ ପୂରଣ କରିବା, ସମସ୍ତ ପ୍ରକାର ଆନୁସାଙ୍ଗିକ ବ୍ୟବସ୍ଥା ରହିଥିବା ଏକ ହଜାର ଶର୍ଯ୍ୟା ବିଶିଷ୍ଟ ଏକ ହସପିଟାଲ ବ୍ୟବସ୍ଥା କରିବା, ଆୟକର ଦେଉନଥିବା ମଧ୍ୟବିତ୍ତ ପରିବାରକୁ ମାସିକ 7500 ଟଙ୍କା ପ୍ରଦାନ କରିବା, ଜିଲ୍ଲାରେ ସରକାର ଅଧିକ ତାଲାବନ୍ଦକୁ ବିଶ୍ବାସ ନକରି ଅତ୍ୟାଧିକ ପରୀକ୍ଷା ଓ ଚିକିତ୍ସାକୁ ଗୁରୁତ୍ବ ଦେବା ଭଳି ବିଭିନ୍ନ ଦାବି କରିଛନ୍ତି ।

ସୂଚନାଥାଉକି, ଗଞ୍ଜାମରେ ସର୍ବାଧିକ 6362 ଜଣ ଆକ୍ରାନ୍ତ ହୋଇଥିବାବେଳେ 62 ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି 4076 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ 2219 ଟି ସକ୍ରିୟ ମାମଲା ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.