ETV Bharat / city

ଅସହାୟ ସନ୍ତୋଷଙ୍କ ପରିବାରକୁ ସାହା ହେଲା କଂଗ୍ରେସ

ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହର ରେଳଷ୍ଟେସନ ନିକଟ ଏକ କୁଡିଆରେ ରହୁଥିବା ସନ୍ତୋଷ ସେଠୀ ଏବଂ ତାଙ୍କ ପରିବାର ବର୍ଗ ଉପରେ ଦୁଃଖର ପାହାଡ ଛିଡି ପଡିଛି । ଏଭଳି ସମୟରେ ସନ୍ତୋଷଙ୍କ ପରିବାରକୁ 10 ହଜାର ଟଙ୍କା ସହାୟତା ପ୍ରଦାନ କରିଛି କଂଗ୍ରେସ ।

author img

By

Published : Aug 13, 2020, 10:51 AM IST

congress help poor family
ସନ୍ତୋଷଙ୍କ ପରିବାରକୁ 10 ହଜାର ଟଙ୍କା ସହାୟତା ପ୍ରଦାନ କଲା କଂଗ୍ରେସ

ବ୍ରହ୍ମପୁର: ସନ୍ତୋଷଙ୍କ ପରିବାରକୁ 10 ହଜାର ଟଙ୍କା ସହାୟତା ପ୍ରଦାନ କଲା କଂଗ୍ରେସ । ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହର ରେଳଷ୍ଟେସନ ନିକଟ ଏକ କୁଡିଆରେ ରହୁଥିବା ସନ୍ତୋଷ ସେଠୀ ଏବଂ ତାଙ୍କ ପରିବାର ବର୍ଗ ଉପରେ ଦୁଃଖର ପାହାଡ ଛିଡି ପଡିଛି । ଏଭଳି ସମୟରେ ସନ୍ତୋଷଙ୍କ ପରିବାରକୁ 10 ହଜାର ଟଙ୍କା ସହାୟତା ପ୍ରଦାନ କରିଛି କଂଗ୍ରେସ ।

ଗତ କିଛି ଦିନ ତଳେ ଏକ ସଡକ ଦୁର୍ଘଟଣାରେ ବାମ ଗୋଡ ହରାଇଥିବା ସନ୍ତୋଷ ଏବେ ଘରୁ ବାହାରକୁ ଯାଇପାରୁନାହାନ୍ତି । ସନ୍ତୋଷଙ୍କର ପରିବାର କହିଲେ ପତ୍ନୀଙ୍କ ସମେତ ଦୁଇ ଝିଅ ଓ 10 ବର୍ଷର ପୁଅ । ସନ୍ତୋଷ ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଗୋଳନ୍ଥରା ନିକଟରେ ହୋଇଥିବା ଦୁର୍ଘଟଣାରେ ତାଙ୍କ ଗୋଡଟି ଭାଙ୍ଗି ଯାଇଥିଲା ।

ପ୍ରଥମେ ବ୍ରହ୍ମପୁର ଏମ୍.କେ.ସି.ଜି ପରେ କଟକ ସ୍ଥାନାନ୍ତରିତ କରାଯାଇଥିବା ବେଳେ ପରେ ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରପ୍ରଚାର ପରେ ଏବେ ସେ ଶର୍ଯ୍ୟାଶାୟୀ । ସ୍ବାମୀ କାମ କରିନପାରିବାରୁ ବାଧ୍ୟ ହୋଇ ପତ୍ନୀ ମୂଲ ଲାଗୁଛନ୍ତି । ଏହି ଖବର ଜଣାପଡିବା ପରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ନେତା ଶମ୍ଭୁନାଥ ପାଣିଗ୍ରାହୀଙ୍କ ସମେତ ଏକ ପ୍ରତିନିଧି ଦଳ ତାଙ୍କ କୁଡିଆରେ ପହଞ୍ଚି ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.