ETV Bharat / city

ଗଞ୍ଜାମରେ ସଂକ୍ରମଣ ଓ ଟିକାକରଣ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ, ସତର୍କ ରହିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ - ganjam district administration

ଗଞ୍ଜାମରେ ସଂକ୍ରମଣ ଓ ଟିକାକରଣ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ । ଜିଲ୍ଲାବାସୀ ସତର୍କତା ଏବଂ ସମ୍ପୂର୍ଣ୍ଣ ଟୀକାକରଣ ନହେଲେ ଆଗାମୀ ଦିନରେ 3ୟ ଲହର ସଂକ୍ରମଣରୁ ବର୍ତ୍ତିବା ସମ୍ଭବପର ହେବନାହିଁ ବୋଲି କଲେ ସତର୍କ । ଅଧିକ ପଢନ୍ତୁ

collector reviewed status of infections and vaccinations

author img

By

Published : Nov 27, 2021, 10:39 PM IST

ବ୍ରହ୍ମପୁର: ସତର୍କ ନହେଲେ 3ୟ ଲହର ଆଶଙ୍କା । ଗଞ୍ଜାମ ଜିଲ୍ଲାବାସୀ ସତର୍କତା ଏବଂ ସମ୍ପୂର୍ଣ୍ଣ ଟୀକାକରଣ ନହେଲେ ଆଗାମୀ ଦିନରେ 3ୟ ଲହର ସଂକ୍ରମଣରୁ ବର୍ତ୍ତିବା ସମ୍ଭବପର ହେବନାହିଁ । ଜନସାଧାରଣଙ୍କ ଢିଲା ଓ ଖାମଖିଆଲି ମନୋଭାବ ପୁଣି ବିପଦ ଆଡକୁ ଟାଣି ନେବ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକରେ ସମସ୍ତ ଅଧିକାରୀଙ୍କୁ ସତର୍କ କରାଇଛନ୍ତି ଜିଲ୍ଲାପାଳ ବିଜୟା ଅମୃତା କୁଲାଙ୍ଗେ ।

collector reviewed status of infections and vaccinations
collector reviewed status of infections and vaccinations

ଆଜି କୋଭିଡ ସ୍ଥିତି ସମୀକ୍ଷା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ କନଫେରେନ୍ସ ବୈଠକରେ ଜ଼ିଲ୍ଲାପାଳଙ୍କ ସମସ୍ତ ଅଧିକାରୀଙ୍କୁ ଜଣାଇଥିଲେ ଯେ, ଜ଼ିଲ୍ଲାରେ ଏପର୍ଯ୍ୟନ୍ତ 82 ପ୍ରତିଶତ ଲୋକେ ଟୀକା ଗ୍ରହଣ କରିଛନ୍ତି । ତେବେ ଏବେ ମଧ୍ୟ 18 ପ୍ରତିଶତ ଲୋକଙ୍କ ଟୀକାକରଣ ବାକି ରହିଛି । ଜ଼ିଲ୍ଲାରେ କେହି ଜଣେ ହେଲେ ବ୍ୟକ୍ତି ଟୀକାକରଣରୁ ବଞ୍ଚିତ ରହିବେ ନାହିଁ, ସେଥିପାଇଁ ସମସ୍ତ ସମ୍ପୃକ୍ତ ଅଧିକାରୀଗଣ ତତ୍ପରତାର ସହିତ କାର୍ଯ୍ୟ କରିବାକୁ ହେବ । ନଚେତ ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିବା ନୂଆ ପ୍ରଜାତିର ଭୁତାଣୁ ସଂକ୍ରମଣ ଓ ତୃତୀୟ ଲହରକୁ ଏଡାଯାଇ ପାରିବନାହିଁ ବୋଲି ଚେତାଇ ଦେଇଛନ୍ତି ଜିଲ୍ଲାପାଳ ।

ସେହିପରି ଆଗାମୀ ଡିସେମ୍ବର ମାସ 15 ତାରିଖ ସୁଦ୍ଧା ଟୀକାକରଣରୁ ବଞ୍ଚିତ ଥିବା 18 ପ୍ରତିଶତ ଲୋକଙ୍କ ପ୍ରଥମ ଡୋଜ ଶେଷ କରିବା ସହ ଡାକ୍ତରମାନେ ଗଣ ଟୀକାକରଣକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଯୁଦ୍ଧକାଳୀନ ଭିତ୍ତିରେ ଏହି କାର୍ଯ୍ୟ ସମ୍ପନ୍ନ କରନ୍ତୁ ବୋଲି କହିବା ସହ ହେଡକ୍ୱାର୍ଟର ଛାଡି ନଯିବା ପାଇଁ ଜିଲ୍ଲାପାଳ କହିଛନ୍ତି । ସେହିପରି ଗର୍ଭବତୀ ମହିଳା ଟିକାକରଣ ସୁନିଶ୍ଚିତ କରିବା ଦିଗରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜ଼ିଲ୍ଲା ସମନ୍ବିତ ଶିଶୁ ଓ ମହିଳା ବିକାଶ ଅଧିକାରୀ ନିଜ ସ୍ତରରେ ସମୀକ୍ଷା କରି ଟୀକାକରଣ ହ୍ରାସ ପାଇବାର କାରଣ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ଜ଼ିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଜ଼ିଲ୍ଲାରେ 27,22,906 ବ୍ୟକ୍ତିଙ୍କୁ 25 ନଭେମ୍ବର 21 ସୁଦ୍ଧା ଟୀକାକରଣ ଦେବାକୁ ଲକ୍ଷ୍ୟ ରଖା ଯାଇଥିବାବେଳେ 18 ବର୍ଷ ବୟସ୍କ ପର୍ଯ୍ୟନ୍ତ 22,33958 ଜଣ ପ୍ରଥମ ଡୋଜ 19,26493 ଦ୍ୱତୀୟ ଡୋଜ ଗ୍ରହଣ କରିଛନ୍ତି । 3,57,090 ବ୍ୟକ୍ତିଙ୍କ ପାଇଁ କୋଭାକସିନ ଏବଂ 33,480 ବ୍ୟକ୍ତିଙ୍କ ସକାଶେ କୋଭିସିଲ୍ଡ ଟିକା ମହଜୁଦ ରହିଥିବା ତଥ୍ୟ ମିଳିଛି ।

ଜ଼ିଲ୍ଲାପାଳ ସମସ୍ତ ବ୍ଲକର ସ୍ଥିତି ଓ ଟୀକାକରଣ ଷ୍ଟାଟସ ସମୀକ୍ଷା କରିଥିଲେ ଏବଂ ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଜଣାଇଥିଲେ । ଲୋକେ ବର୍ତ୍ତମାନ ଖାମଖିଆଲି ନୀତି ଆପଣାଇଛନ୍ତି । ମାସ୍କ ବ୍ୟବହାର କରୁନାହାନ୍ତି, ବଣଭୋଜି, ଗହଳି କରୁଛନ୍ତି । ସବୁଠି ଭିଡ଼ ଜମୁଛି, ସତର୍କ ରହୁନାହାନ୍ତି । ପୁଣି ବିପଦକୁ ଆମନ୍ତ୍ରଣ କରୁଛନ୍ତି । ଏଣୁ ଏହି ଦିଗରେ ସତର୍କତା କରାନ୍ତୁ ଏବଂ ଚଢ଼ାଉ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଆୟୋଜିତ ବୈଠକରେ ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ଡ଼.ସିଦ୍ଧେଶ୍ୱର ବଳୀରାମ ବନ୍ଦୋର, ଅତିରିକ୍ତ ଜ଼ିଲ୍ଲାପାଳ ଲିନା କୁମାରୀ ଖେସ୍ , ପ୍ରିୟ ରଞ୍ଜନ ପୃଷ୍ଟି, ଡୁଡା ପ୍ରକଳ୍ପ ନିର୍ଦେଶକ ସଚ୍ଚିଦାନନ୍ଦ ନାୟକଙ୍କ ସମେତ ସମସ୍ତ ଉପଜ଼ିଲ୍ଲାପାଳ , ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସଚିବ ସମ୍ବିତ ରାଉତ, ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ଉମାଶଙ୍କର ମିଶ୍ରଙ୍କ ସମେତ ସମସ୍ତ ବିଡ଼ିଓ, ତହସିଲଦାର ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.