ETV Bharat / city

ମହାତ୍ମାଗାନ୍ଧୀଙ୍କ ଓଡିଶା ଗସ୍ତକୁ ଶହେ ବର୍ଷ; ବ୍ରହ୍ମପୁରରେ ବିତାଇଥିଲେ 15 ମିନିଟ - One hundred years

ମହାତ୍ମାଗାନ୍ଧୀଙ୍କ ବ୍ରହ୍ମପୁର ଗସ୍ତକୁ ଶହେ ବର୍ଷ ପୂରଣ ହୋଇଛି । ଏହି ଅବସରରେ କଂଗ୍ରେସ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଅଧିକ ପଢନ୍ତୁ...

ବାପୁଙ୍କ ବ୍ରହ୍ମପୁର ଗସ୍ତକୁ ଶହେ ବର୍ଷ
ବାପୁଙ୍କ ବ୍ରହ୍ମପୁର ଗସ୍ତକୁ ଶହେ ବର୍ଷ
author img

By

Published : Mar 31, 2021, 8:39 AM IST

ବ୍ରହ୍ମପୁର: 1921 ମସିହା ମାର୍ଚ୍ଚ 23ରେ ଓଡିଶାରେ ପଡିଥିଲା ବାପୁଙ୍କ ପାଦ । ଏହା ପରେ ମାର୍ଚ୍ଚ 29 ତାରିଖରେ ବ୍ରହ୍ମପୁର ଆସିଥିଲେ । ମହାତ୍ମାଗାନ୍ଧୀଙ୍କ ବ୍ରହ୍ମପୁର ଗସ୍ତକୁ ଶହେ ବର୍ଷ ପୂରଣ ହୋଇଛି । ଏହି ଅବସରରେ କଂଗ୍ରେସ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ବାପୁଙ୍କ ବ୍ରହ୍ମପୁର ଗସ୍ତକୁ ଶହେ ବର୍ଷ

ଓଡିଶା ଗସ୍ତରେ ମହାତ୍ମାଗାନ୍ଧୀ ଗୋପବନ୍ଧୁଙ୍କୁ ସାଙ୍ଗରେ ନେଇ ବ୍ରହ୍ମପୁର ଆସିଥିଲେ । ସହରରେ ପାଖାପାଖି 15 ମିନିଟ ବିତାଇଥିଲେ ବାପୁ । ଗସ୍ତରେ ସେ ଦାଣ୍ଡି ଯାତ୍ରା ପାଇଁ ଲୋକଙ୍କୁ ଆହ୍ବାନ ଦେଇଥିଲେ । ଏହା ସହିତ ବ୍ରହ୍ମପୁରରେ ଥିବା କୁଟିର ଶିଳ୍ପର କିପରି ପ୍ରୋତ୍ସାହନ ହୋଇପାରିବ ଲୋକମାନେ କିପରି ବ୍ରିଟିଶ ସରକାରଙ୍କ କପଡା ନ ପିନ୍ଧି ନିଜ ହାତ ତିଆରି ବସ୍ତ୍ର ପିନ୍ଧିବେ ସେ ନେଇ ଲୋକଙ୍କୁ ଆହ୍ବାନ ଦେଇଥିଲେ । ଓଡିଶାାକୁ ମହାତ୍ମା ଗାନ୍ଧୀ ଆଠଥର ଆସିଥିଲେ ।

ମହାତ୍ମାଗାନ୍ଧୀଙ୍କ ବ୍ରହ୍ମପୁର ଗସ୍ତକୁ ଶହେ ବର୍ଷ ପୂରଣ ହୋଇଛି । ଏହି ଅବସରରେ ସହରର ବାପୁଜି ଆଶ୍ରମ ପରିସରରେ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶକ୍ରମେ କଂଗ୍ରେସ ପକ୍ଷରୁ ଏକ ସ୍ବତନ୍ତ୍ର ଆୟୋଜିତ ହୋଇଛି । କଂଗ୍ରେସ ଭବନ ସମ୍ମୁଖରେ ବ୍ୟକ୍ତିବିଶେଷମାନେ ହାତରେ ଚରଖା ବୁଲାଇ କିପରି ସୂତା ବାହାର କରାଯାଇ ଲୁଗା ବୁଣାଯାଏ ତାହାକୁ ପ୍ରଦର୍ଶିତ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.