ETV Bharat / city

ଆତ୍ମୀୟଙ୍କୁ ହରାଇ ଲୁହରେ ଭିଜୁଛି ଡଙ୍ଗଲପାଡୁ - berhampur news

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଳକର ଡଙ୍ଗଲପାଡୁ ଗ୍ରାମରେ ବସ ଦୁର୍ଘଟଣା । ବିଦ୍ୟୁତ୍‌ ଆଘାତରେ 10ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

Bus accident in berhampur mandrajpur
ବସ ଦୁର୍ଘଟଣାରେ ଆତ୍ମୀୟଙ୍କ ହରାଇ କାନ୍ଦୁଛି ଡଙ୍ଗଲପାଡୁ
author img

By

Published : Feb 10, 2020, 12:36 AM IST

ବ୍ରହ୍ମପୁର: କିଛି ଘଣ୍ଟା ମଧ୍ୟରେ ଯୋଡି ହୋଇଥାନ୍ତା ନୂଆ ସମ୍ପର୍କ । ଆତ୍ମୀୟଙ୍କ ଗହଣରେ ନୂଆ ବନ୍ଧୁଙ୍କୁ କୋଳେଇ ନେଇଥାନ୍ତେ ଦୁଇ ପରିବାର । ହେଲେ ଆଖିପିଛୁଳାକେ ସବୁକିଛି ହୋଇଗଲା ଓଲଟପାଲଟ । ଅଧାରାସ୍ତାରେ ମୃତ୍ୟୁର ଫାଶ ଧରି ‘ସିଲକ ସିଟି’ ବସକୁ ଜଗି ରହିଥିଲା 11 କେଭି ବିଦ୍ୟୁତ ତାର । 60 ଯାତ୍ରୀଙ୍କୁ ନେଇ ଯାଉଥିବା ବସରେ ବସିଥିବା ଅବସ୍ଥାରେ ଜୀବନ୍ତ ଦଗ୍ଧ ହୋଇଗଲେ 10 ଜଣ । ଆଉ ଏବେ ଆପଣାର ଲୋକଙ୍କୁ ହରାଇ କାନ୍ଦ ବୋବାଳିରେ ଫାଟୁଛି ଗାଁ ଦାଣ୍ଡ ।

ବସ ଦୁର୍ଘଟଣାରେ ଆତ୍ମୀୟଙ୍କ ହରାଇ କାନ୍ଦୁଛି ଡଙ୍ଗଲପାଡୁ

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଳକର ଡଙ୍କଲପାଡୁ ଗ୍ରାମରୁ ସିଲକ ସିଟି ନାମକ ବସ ନିର୍ବନ୍ଧ ପାଇଁ ଚିକରଡ଼ା ଯାଉଥିଲା । ମନ୍ଦରାଜପୁର ଗ୍ରାମ ନିକଟ ମଝି ରାସ୍ତାରେ 11 କେଭିର ଏକ ବିଦ୍ୟୁତ୍‌ ତାର ଝୁଲୁଥିଲା । ଯାହା ସଂସ୍ପର୍ଶରେ ଆସି ଅଟକି ଯାଇଥିଲା ବସ । ବିଦ୍ୟୁତ୍‌ ଆଘାତ ଲାଗିବାରୁ ବସରେ ଥିବା 60ରୁ ଊର୍ଦ୍ଧ୍ବ ଯାତ୍ରୀ ଆଘାତ ପାଇଥିଲେ । ତନ୍ମଧ୍ୟରୁ ଘଟଣାସ୍ଥଳରେ 6 ଜଣଙ୍କ ମୃତ୍ୟୁ ହୋଇଥିଲା। ପରେ ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି ପାଇଛି । ଦୁର୍ଘଟଣାରେ 25 ଜଣ ଗୁରୁତର ହୋଇଥିବାବେଳେ ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏମକେସିଜିରେ ଭର୍ତ୍ତି କରାଯାଇଥିବା ଗୁରୁତରଙ୍କୁ ଦୃଷ୍ଟିରେ ରଖି ମୃତକ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ସେପଟେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ନେତା ଓ ବିଧାୟକ । ଗୁରୁତରଙ୍କୁ କଟକ ଏସସିବି ପଠାଇବାର ବ୍ୟବସ୍ଥା ମଧ୍ୟ କରିଥିଲେ ।

ପରବର୍ତ୍ତୀ ସମୟରେ 8 ଜଣଙ୍କ ଅବସ୍ଥାରେ ସଙ୍କଟାପନ୍ନ ହେବାକୁ ସେମାନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ମେଡିକାଲ ଆଣିବା ବାଟରେ ଜଣଙ୍କ ମୃତ୍ୟୁ ଘଟିଛି । ସଙ୍କଟାପନ୍ନ ରୋଗୀଙ୍କ ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ହସ୍ପିଟାଲରେ ସଜାଗ ରହିଛନ୍ତି । ଗୁରୁତର ଆହତମାନଙ୍କୁ ଆଇସିୟୁ ଆବଶ୍ୟକ ତାଙ୍କୁ ତୁରନ୍ତ ଯୋଗାଇ ଦିଆଯିବ । ବର୍ତ୍ତମାନ ସୁଦ୍ଧା ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ 20ଟି ବେଡ଼ ଫାଙ୍କା କରାଯାଇଛି । ଯଦି ଆଗକୁ ଅଧିକ ରୋଗୀ ଆସିବେ ତାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରଥମେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପ୍ଲାଷ୍ଟିକ ସର୍ଜରୀ ୱାର୍ଡକୁ ପଠାଯିବ ବୋଲି ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ପ୍ରକାଶ କରିଛନ୍ତି । ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଅଳତା, ସିନ୍ଦୁର, ନଡିଆ, ମିଠା, କଦଳୀ ଭଳି ଶୁଭ ସାମଗ୍ରୀ ଧରି ନିର୍ବନ୍ଧ ଭୋଜିରେ ସାମିଲ ହେବାକୁ ବାହାରିଥିବା ଡଙ୍ଗଲପାଡୁର ଗ୍ରାମବାସୀ ବନ୍ଧୁ ବାନ୍ଧିବା ପୂର୍ବରୁ ଅଘଟଣର ଶିକାର ହୋଇଛି । ଆଉ ନିଜ ଆତ୍ମୀୟଙ୍କୁ ହରାଇ ଆଜି କାନ୍ଦୁଛି ଡଙ୍ଗଲପାଡୁ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:no need

Body:no need

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.