ETV Bharat / city

ବିପଦସଙ୍କୁଳ କାଠପୋଲ ଉପରେ ନିର୍ଭର ପୋଡ଼ମପେଟା ଗ୍ରାମବାସୀ

କାଠ ପୋଲ ଉପରେ ନିୟମିତ ଭାବରେ ଦୁଇଟି  ଗ୍ରାମର ଜନସାଧାରଣ ଯାତାୟତ କରୁଛନ୍ତି ।  ଗତ କିଛି ବର୍ଷ ଧରି ଜନସାଧାରଣ ଏଭଳି ବିପଦପୂର୍ଣ୍ଣ ଭାବରେ ଯାତ୍ରା କରୁଛନ୍ତି । ଏପରିକି ଏହି ପୋଲ ଦେଇ ଚାଲିକି ଯିବା ଏକ ପ୍ରକାର କଷ୍ଟକର ହୋଇପଡୁଥିବା ବେଳେ ମୋଟର ସାଇକେଲରେ  ଏହି ରାସ୍ତା ଦେଇ ଯିବା ପାଇଁ କାଠ ପୋଲରେ ଚାଲି ଚାଲି ଯିବାକୁ ପଡୁଛି  ।

author img

By

Published : Jun 18, 2019, 10:36 AM IST

Updated : Jun 18, 2019, 10:53 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ବହ୍ମପୁର

ବ୍ରହ୍ମପୁର: ସରକାରୀଙ୍କ ବିଭିନ୍ନ ଯୋଜନା କିପରି ଫେଲ ମାରୁଛି ତାହାର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ନୂଆ ପୋଡ଼ମପେଟା ଏବଂ ପୁରୁଣା ପୋଡ଼ମପେଟା ଅଞ୍ଚଳରେ । ଏଠାରେ ମୁଖ୍ୟରାସ୍ତାକୁ ଯିବାକୁ ହେଲେ କାଠ ପୋଲର ସାହାର୍ଯ୍ୟ ନେବାକୁ ପଡିଥାଏ । ତେବେ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଏହି ରାସ୍ତାରେ ସାଏବ୍ ନଦୀ ନାମକ ପୋଲ ଥିବାରୁ ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ କରିଥିଲେ ଏହି କାଠପୋଲ । ହେଲେ ପ୍ରଶାସନର ଏହା ଉପରେ ଦୃଷ୍ଟି ନପଡିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବହ୍ମପୁର
ସୂଚନା ଅନୁଯାୟୀ, ଏହି କାଠ ପୋଲ ଉପରେ ନିୟମିତ ଭାବରେ ଦୁଇଟି ଗ୍ରାମର ଜନସାଧାରଣ ଯାତାୟତ କରୁଛନ୍ତି । ଗତ କିଛି ବର୍ଷ ଧରି ଜନସାଧାରଣ ଏଭଳି ବିପଦପୂର୍ଣ୍ଣ ଭାବରେ ଯାତ୍ରା କରୁଛନ୍ତି । ଏପରିକି ଏହି ପୋଲ ଦେଇ ଚାଲିକି ଯିବା ଏକ ପ୍ରକାର କଷ୍ଟକର ହୋଇପଡୁଥିବା ବେଳେ ବାଇକରେ ଏହି ରାସ୍ତା ଦେଇ ଯିବା ପାଇଁ କାଠ ପୋଲରେ ଚାଲି ଚାଲି ଯିବାକୁ ପଡୁଛି ।

କେବଳ ଏତିକି ନୁହେଁ ସମୁଦ୍ରକୂଳରେ ରହୁଥିବା ଏହି ଦୁଇ ଗ୍ରାମର ଜନସାଧାରଣ ବାରମ୍ୱାର ବିଭିନ୍ନ ବାତ୍ୟାର ସମ୍ମୁଖିନ ହେବା ପରେ ସେମାନଙ୍କୁ ଓଡିଆର୍ପି ଗୃହ ଯୋଗାଇ ଦିଆଗଲା । ହେଲେ ଅଞ୍ଚଳ ବାସିନ୍ଦା ସରକାରଙ୍କ ନିକଟକୁ ଯାତାୟତ କରିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ କାଠପୋଲ ହିଁ ଏକମାତ୍ର ଭରସା ପାଲଟିଛି । ତେବେ ଏହି ସମସ୍ୟା ନେଇ ପ୍ରଶାସନ କୌଣସି ପଦକ୍ଷେପ ନନେଉଥିବା ହେତୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଅନ୍ୟପଟେ ଦୀର୍ଘ ଦିନ ଧରି ଏହା ଭଗ୍ନ ଅବସ୍ଥାରେ ରହିଥିବା ବେଳେ ବିଦ୍ୟାର୍ଥୀଙ୍କ ଠାରୁ ଆରମ୍ଭ କରି ବୟସ୍କମାନେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପଟେ ବିଭିନ୍ନ ସମୟରେ ବର୍ଷା ହେଲେ ଏହି ସମସ୍ୟା ଦ୍ୱିଗୁଣିତ ହୋଇଯାଇଥାଏ । ଅନ୍ୟପଟେ ଏହି ଘଟଣାକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସେ ଏହି କାର୍ଯ୍ୟ ତୁରନ୍ତ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

bxb

Conclusion:
Last Updated : Jun 18, 2019, 10:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.