ETV Bharat / city

ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପୂର୍ବରୁ ବିଜେଡ଼ିର ଶକ୍ତି ପ୍ରଦର୍ଶନ

author img

By

Published : Mar 22, 2022, 10:12 AM IST

ବ୍ରହ୍ମପୁର ମହାନଗର ନିଗମରେ ବିଜେଡିର ସମାବେଶ । ସହରରେ ଖୁବଶ୍ରୀଘ୍ର ଏକ ହଜାର କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହେବା ନେଇ ମତ ରଖିଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଅଧିକ ପଢନ୍ତୁ

ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପୂର୍ବରୁ ବିଜେଡ଼ିର ଶକ୍ତି ପ୍ରଦର୍ଶନ
ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପୂର୍ବରୁ ବିଜେଡ଼ିର ଶକ୍ତି ପ୍ରଦର୍ଶନ

ବ୍ରହ୍ମପୁର: ପୌର ନିର୍ବାଚନ ପୂର୍ବରୁ ବ୍ରହ୍ମପୁରର ୪୨ ଗୋଟି ୱର୍ଡକୁ ନେଇ ଶକ୍ତି ପ୍ରଦର୍ଶନ କଲା ବିଜେଡି। ସହରର ଖଲ୍ଲିକୋଟ ଷ୍ଟାଡିୟମ ପରିସରରେ ଆୟୋଜିତ ଏକ ସମାବେଶରେ ନିର୍ବାଚନୀ ଇସ୍ତାହାର ଜାରି କରିଛି ଦଳ । ବ୍ରହ୍ମପୁର ସହରର ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରିଥିବା ବେଳେ ଆଗାମୀ ଦିନରେ ଏକ ହଜାର କୋଟି ଟଙ୍କାର ଯୋଜନା କରାଯାଇଛି । ଏହା ଖୁବଶ୍ରୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ସମାବେଶରେ ସାମିଲ ହୋଇଥିବା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମତ ରଖିଛନ୍ତି ।

ସେପଟେ ସହରରେ ବିଶୁଦ୍ଧ ପାନୀୟ ଜଳ ପାଇପ ଯୋଗେ ପାଇବା ପାଇଁ ଯୋଜନା କରାଯାଉଥିବା ସମାବେଶରେ ଗୁରୁତ୍ବାରୋପ କରାଯାଇଥିଲା । ଏହି ସମାବେଶରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସହ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ,ବିଜୁ ଜନତା ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର , ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁ ,ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ସାମିଲ ହୋଇଥିଲେ ।

ଏଥି ସହ ଚଳିତ ପୌର ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ମେୟର ପ୍ରାର୍ଥନୀ ସଙ୍ଘମିତ୍ରା ଦଳେଇ, ଦଳର ସମସ୍ତ କର୍ପୋରେଟର ପ୍ରାର୍ଥୀ ଓ ପ୍ରାର୍ଥିନୀ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.