ବ୍ରହ୍ମପୁର: ସହରର ବିଭିନ୍ନ ବଜାରରେ ବ୍ୟବସାୟୀଙ୍କ କୋଭିଡ ପଞ୍ଚସୁତ୍ର ନିୟମର ରିଆଲଟି ଚେକ୍ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଓ ତାଙ୍କ ଟିମ୍ । ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ଧିରେ ଧିରେ ସୁଧୁରିବାରେ ଲାଗିଛି କୋରୋନା ସ୍ଥିତି । ଏଭଳି ସମୟରେ ସମସ୍ତେ ଅଧିକ ସତର୍କ ରହିବା ସହ ଜନଗହଳିଠାରୁ ସମସ୍ତେ ଦୂରେଇ ରହିବା ଏବଂ ବଜାରର ସମସ୍ତ ବ୍ୟବସାୟୀମାନେ ଜିଲ୍ଲା ପ୍ରଶାସନର କୋଭିଡ ପଞ୍ଚସୂତ୍ର ନିୟମକୁ କଡାକଡି ପାଳନ କରିବାକୁ ଆହ୍ବାନ କରାଯାଉଛି ।
ହେଲେ ବ୍ରହ୍ମପୁରର ପ୍ରମୁଖ ବ୍ୟବସାୟୀମାନେ ପଞ୍ଚସୁତ୍ର ନିୟମକୁ କେତେ ଦୂର ପାଳନ କରୁଛନ୍ତି ତାହାର ରିଆଲଟି ଚେକ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଓ ତାଙ୍କ ଟିମ୍ । ଏପରିକି ଜିଲ୍ଲାପାଳ ଏହି ସମୟରେ କୋଭିଡ ନିୟମର ଉଲ୍ଲଙ୍ଘନ କରୁଥିବା ବ୍ୟବସାୟୀଙ୍କୁ ତାଗିଦ କରିବା ସହ ମାସ୍କ ପରିଧାନ କରୁନଥିବା ବ୍ୟବସାୟୀଙ୍କଠାରୁ ନିଜେ ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦେଇଥିଲେ । ପ୍ରଶାସନ ଏବଂ ଜିଲ୍ଲାପାଳଙ୍କ ବାରମ୍ବାର ପଦକ୍ଷେପ ଯୋଗୁଁ ବହୁ ମାତ୍ରାରେ ଜନସଚେତନତା ସୃଷ୍ଟି ହୋଇଥିବା ଦେଖାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ