ETV Bharat / city

ବନ୍ଧା ହେଲେ କୋଟିପତି ଅଙ୍ଗନାବାଡି ଦିଦି - Anganawadi employee arrested

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ଅଙ୍ଗନାବାଡି ଦିଦି । ଅଧିକ ପଢନ୍ତୁ...

ବନ୍ଧା ହେଲେ ଅଙ୍ଗନାବାଡି ଦିଦି
ବନ୍ଧା ହେଲେ ଅଙ୍ଗନାବାଡି ଦିଦି
author img

By

Published : Dec 24, 2020, 12:41 PM IST

ବ୍ରହ୍ମପୁର: ଭାରି ପଡିଲା କୋଟିକୋଟି ସମ୍ପତ୍ତି ରଖିବା । ବ୍ରହ୍ମପୁର ସହରର ଅଙ୍ଗନାୱାଡି କର୍ମୀଙ୍କ ଘରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରିିଥିଲା । ଶେଷରେ କୌଣସି ସନ୍ତୋଷଜନକ କାଗଜ ପତ୍ର ନ ଦେଖାଇ ପାରିବାରୁ ଅଙ୍ଗନାୱାଡି କର୍ମୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

୧୯୯୦ ମସିହାରେ ଅଙ୍ଗନାୱାଡି କର୍ମୀ ଭାବରେ ନିଯୁକ୍ତି ପାଇଥିଲେ ନମିତା ଦଳେଇ । ଜଣେ ଅଙ୍ଗନାୱାଡି କର୍ମୀ ଭାବରେ ସେ ମାସକୁ ମାତ୍ର ଦରମା ୭୫୦୦ ଟଙ୍କା ପାଉଥିଲେ । ହେଲେ ତାଙ୍କ ପାଖରେ ସମୁଦାୟ 2କୋଟି 32ଲକ୍ଷ 29ହଜାର 916 ଟଙ୍କାର ଆମାପ ସମ୍ପତ୍ତି ରଖିଥିବା ନେଇ ପର୍ଦ୍ଦାଫାଶ କରିଛି ଭିଜିଲାନ୍ସ । ତେବେ ଚାକିରିର ତିରିଶ ବର୍ଷ ଭିତରେ ମାସିକ ସାତ ହଜାର ଟଙ୍କା ଦରମାରେ ଏତେ ଟଙ୍କାର ମାଲିକାଣି ହେଲେ କିପରି ତାହା ସମସ୍ତଙ୍କୁ ଚକିତ କରିଛି ।

ଏ ନେଇ ଭିଜିଲାନ୍ସ ଖୋଳତାଡ ଆରମ୍ଭ କରିଥିଲା । ବ୍ରହ୍ମପୁର ସହର ସମେତ ବିଭିନ୍ନ ସ୍ଥାନ ଏବଂ ରାଜଧାନୀ ଭୁବନେଶ୍ୱରରେ ଥିବା ତାଙ୍କ ରହିଥିବା ବିଭିନ୍ନ କୋଠା ଠାଵ କରିଥିଲା । ବ୍ରହ୍ମପୁରର ଲଷ୍ମୀନୃସିଂହ ସାହିରେ ରହିଥିବା ତିନି ମହଲା ଘରର ଦାମ ୮୪ଲକ୍ଷ ୬୫ ହଜାର ୨୯୬ ଟଙ୍କା ହୋଇଥିବା ବେଳେ ସେହି ସାହିରେ ରହିଥିବା ଅନ୍ୟ ଏକ ଦୁଇମହଲା କୋଠାର ଦାମ ୨୩ଲକ୍ଷ ୧ ହଜାର ୫୨୮ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସେହିପରି ଗଣେଶ ନଗରରେ ନିଜ ପୁତ୍ର ନାମରେ ରହିଥିବା ଘରର ମୂଲ୍ୟ ୧୫ ଲକ୍ଷ୪୮ ହଜାର ୬୮୮ ଟଙ୍କା ହୋଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

ସେହିପରି ଭୁବନେଶ୍ୱର ଗୌତମ ନଗରରେ ଥିବା ଘରର ମୂଲ୍ୟ ୪୫ ଲକ୍ଷ ୨୧ ହଜାର 800 ଟଙ୍କାରେ ଏକ ଫ୍ଲାଟ ରହିଥିବା ବେଳେ ସୁନ୍ଦରପଦାରେ ୨୭ ଲକ୍ଷ ୮୨ ହଜାର ଟଙ୍କା ଫ୍ଲାଟ ରହିଥିବା କୁହାଯାଇଛି । ଏହା ସହ ବ୍ରହ୍ମପୁରରେ ଅନ୍ୟ ଏକ ଘର ସହ କାର, ବାଇକ, ସୁନା ଗହଣା ସମେତ ନିଜ ଘରେ ଲକ୍ଷାଧିକ ଟଙ୍କାର ଛତୁଆ ମେସିନ ମଧ୍ୟ ଠାଵ କରିଛି ବ୍ରହ୍ମପୁର ଭିଜିଲାନ୍ସ । ଅଙ୍ଗନାୱାଡି କର୍ମୀ ଜଣକ ତାଙ୍କ ଚାକିରି ସମୟରେ ଦରମା ସହିତ ଘର ଭଡା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିଭିନ୍ନ ଉପାୟରେ ୭୪ ଲକ୍ଷ ୬୩ ହଜାର ୧୯୫ ଟଙ୍କା ଆଦାୟ କରୁଥିବା ବେଳେ ଖର୍ଚ୍ଚ ୬୨ ଲକ୍ଷ ୭୯ ହଜାର ୮୬୪ ଟଙ୍କା ହୋଇଥିବା ଆକଳନ କରାଯାଇଛି । ଏ ଘଟଣାରେ କୋଟିପତି ଅଙ୍ଗନାୱାଡି କର୍ମୀ ନମିତା ଦଳେଇଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.