ETV Bharat / city

ଭଡା ଘରେ ଚାଲୁଛି ପ୍ରଥମ କ୍ଲଷ୍ଟର ବିଶ୍ବବିଦ୍ୟାଳୟ - berhampur

2015ରେ ରାଜ୍ୟର ପୁରାତନ ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ରାଜ୍ୟ ସରକାର ପ୍ରଥମ କ୍ଲଷ୍ଟର ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରିଥିଲେ । ହେଲେ ଇତି ମଧ୍ୟରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାକୁ 4 ବର୍ଷ ବିତିଯାଇଛି । କିନ୍ତୁ ଆଜି ବି କ୍ଲଷ୍ଟର ବିଶ୍ବବିଦ୍ୟାଳୟର ନିଜସ୍ବ ଭିତ୍ତିଭୂମି ସ୍ଥାପନ ହୋଇପାରିନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Jul 12, 2019, 11:25 PM IST

ବ୍ରହ୍ମପୁର: ଭଡା ଘରେ ଚାଲିବ ରାଜ୍ୟର ପ୍ରଥମ କ୍ଲଷ୍ଟର ବିଶ୍ବବିଦ୍ୟାଳୟ । ଏନେଇ ସରକାର ବି ଦେଇସାରିଛନ୍ତି ଗ୍ରୀନ ସିଗନାଲ । ତେବେ ଅପେକ୍ଷା କେବଳ ବିଶ୍ବବିଦ୍ୟାଳୟର ସ୍ଥାନାନ୍ତରକୁ । 2015ରେ ରାଜ୍ୟର ପୁରାତନ ଖଲ୍ଲିକୋଟ ସ୍ବଂୟ ଶାସିତ ମହାବିଦ୍ୟାଳୟକୁ ରାଜ୍ୟ ସରକାର ପ୍ରଥମ କ୍ଲଷ୍ଟର ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରିଥିଲେ । ସେହିପରି ଏସ୍.ଭି.ଆର୍ ମହାବିଦ୍ୟାଳୟ, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ, ଗୋପାଳପୁର ମହାବିଦ୍ୟାଳୟକୁ ନେଇ ଆରମ୍ଭ ହୋଇଥିଲା ଏହି ବିଶ୍ବବିଦ୍ୟାଳୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଏଥିପାଇଁ ବିଶ୍ୱବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ୍ ପାଲୁର ହିଲ ନିକଟରେ କରାଯିବା ସହ ପ୍ରଥମ ପର୍ଯ୍ୟାୟ ପାଇଁ ୨୦ ଏକର ଜମି ପ୍ରଦାନ ହୋଇଥିଲା । ତେବେ ବିଶ୍ବବିଦ୍ୟାଳୟ ସ୍ଥାପନ ହେବା ପର୍ଯ୍ୟନ୍ତ ଏହା ଖଲ୍ଲିକୋଟ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପରିଚାଳିତ ହେବ । ଯାହାକୁ ଦ୍ବିତୀୟ କ୍ୟାମ୍ପସ କୁହାଯାଉଥିଲା । ହେଲେ ଇତି ମଧ୍ୟରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାକୁ 4 ବର୍ଷ ବିତିଯାଇଛି । କିନ୍ତୁ ଆଜି ବି କ୍ଲଷ୍ଟର ବିଶ୍ବବିଦ୍ୟାଳୟର ନିଜସ୍ବ ଭିତ୍ତିଭୂମି ସ୍ଥାପନ ହୋଇପାରିନାହିଁ ।

କ୍ୟାମ୍ପସ ଭାବେ ସ୍ବୟଂ ଶାସିତ ମହାବିଦ୍ୟାଳୟରେ କ୍ଲଷ୍ଟର ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ପାଇଁ ଖର୍ଚ୍ଚ ହୋଇଥିଲା କୋଟି କୋଟି ଟଙ୍କା । ଆଉ ସ୍ଥାୟୀ କ୍ୟାମ୍ପସ ଭାବେ ସରକାରଙ୍କ ପକ୍ଷରୁ ଯୋଗଇ ଦିଆଯାଇଥିଲା 20 ଏକର ଜମି । ମାତ୍ର ଏସବୁ ପରେ ମଧ୍ୟ 7 ଲକ୍ଷ 52 ହଜାର 5 ଶହ ଟଙ୍କା ମାସିକ ଭଡାରେ ଚାଲୁଛି ବିଶ୍ବବିଦ୍ୟାଳୟ । ସେପଟେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପତ୍ରରେ ସରକାର ଏଥିପାଇଁ ଅନୁମୋଦନ କରିଥିବା ଜଣାପଡିଛି । ଗୋଟିଏ ପଟେ ସହର ମଧ୍ୟରେ ରହିଥିବା ଏହି ୨ୟ କ୍ୟାମ୍ପସରେ ଗତ ବର୍ଷ ମାତ୍ର ୬ଟି ବିଭାଗରେ ୨୫ ଜଣ ବିଦ୍ୟାର୍ଥୀ ନାମ ଲେଖାଇଥିବାବେଳେ ଭଡା ଘରେ ମାସିକ ପ୍ରାୟ ୮ ଲକ୍ଷ ଟଙ୍କା ଦେଇ ବିଶ୍ୱବିଦ୍ୟାଳୟ କିପରି ଚାଲିବ ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ ।

ଗୋଟିଏ ପଟେ ସରକାର କମ ବିଦ୍ୟାର୍ଥୀ ଥିବା ବିଦ୍ୟାଳୟଗୁଡିକୁ ବନ୍ଦ କରୁଥିବା ବେଳେ ମାତ୍ର 25ଟି ବିଦ୍ୟାର୍ଥୀଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯିବା ଘଟଣାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

BLANK  FOR STORY

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.