ETV Bharat / city

ଆଚରଣ ବିଧି ପ୍ରଭାବ: ବ୍ରହ୍ମପୁର ସହରରୁ ହଟିଲା ବ୍ୟାନର ଓ ପୋଷ୍ଟର

ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ଆଦର୍ଶ ଆଚରଣ ବିଧିକୁ କାର୍ଯ୍ୟକାରୀ କରିବା । ଏଥିପାଇଁ ୨୪ଘଣ୍ଟା ମଧ୍ୟରେ ଯେଉଁ ସରକାରୀ ବିଜ୍ଞାପନରେ ନେତା, ମନ୍ତ୍ରୀଙ୍କ ଫଟୋ ଲାଗିଥିଲା, ତାହାକୁ ହଟାଇ ଦିଆଯାଇଛି ।

author img

By

Published : Mar 11, 2019, 8:39 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ବ୍ରହ୍ମପୁର: ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ଆଦର୍ଶ ଆଚରଣ ବିଧିକୁ କାର୍ଯ୍ୟକାରୀ କରିବା । ଏଥିପାଇଁ ୨୪ଘଣ୍ଟା ମଧ୍ୟରେ ଯେଉଁ ସରକାରୀ ବିଜ୍ଞାପନରେ ନେତା, ମନ୍ତ୍ରୀଙ୍କ ଫଟୋ ଲାଗିଥିଲା, ତାହାକୁ ହଟାଇ ଦିଆଯାଇଛି ।

ଏହି କ୍ରମରେ ବ୍ରହ୍ମପୁର ସହରରେ ବିଭିନ୍ନ ସ୍ଥାନରେ ଲାଗିଥିବା ହୋଡ଼ିଂକୁ ହଟାଯାଇଛି । ହୋଡ଼ିଂ, ପୋଷ୍ଟରକୁ ହଟାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍‌ପରତା ପ୍ରକାଶ ପାଇବା ସହ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ଜିଲ୍ଲାର ଏମ୍.ସି.ସି କମିଟି ଦାୟିତ୍ୱ ପ୍ରଦାନ କରାଯାଇଛି ।

ଜିଲ୍ଲାରେ ବ୍ରହ୍ମପୁର ଲୋକସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ଏପ୍ରିଲ ୧୧ରେ ନିର୍ବାଚନ ହେବାକୁ ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୮ ରେ ଆସିକା ଲୋକସଭା ଆସନ୍ନ ଅନ୍ତର୍ଗତ ସମସ୍ତ ବିଧାନସଭା ଆସନ ପାଇଁ ନିର୍ବାଚନ
ହେବ। ଏହାକୁ ନେଇ ସାରା ଜିଲ୍ଲାର ପୁଲିଙ୍ଗ ବୁଥ ଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକୀୟ ପୁଲିଙ୍ଗ ଅଫିସର ଏବଂ ପ୍ରିଜାଇଡିଂ ଅଫିସର ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଜିଲ୍ଲାରେ ପ୍ରାୟ ୨୮୦୦୦ ସରକାରୀ ଅଧିକାରୀଙ୍କୁ ନିର୍ବାଚନ ଦାୟିତ୍ୱ ପ୍ରଦାନ କରାଯିବର ବ୍ୟବସ୍ଥା କରାଯିବ। ଏହାସହ ମତଦାନ ପାଇଁ ଆସନ୍ତା ୧୫ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ କରାଯିବ ।

ମୋଟ ୩୦୬୩ଟି ବୁଥରେ ମତଦାନ ହେବାକୁ ଥିବାବେଳେ ୪୬୬ଟି ଅତ୍ୟନ୍ତ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଜିଲ୍ଲାରେ ପ୍ରାୟ ୪୦ ହଜାର ଦିବ୍ୟାଙ୍ଗ ଭୋଟର ରହିଥିବାରୁ ସେମାନେ କିଭଳି ମତଦାନ କରିବେ, ସେ ନେଇ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।

ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ଓ କବିନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ସେହିପରି ଗଞ୍ଜାମ ଜିଲ୍ଲାରେ ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ସ୍ବଚ୍ଛ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ , ଇଟିଭି ଭାରତ

ଚିଟଫଣ୍ଡ ଠକେଇ ମାମଲାରେ ଲିପ୍ତ ଥିବା କଂପାନୀ ମାନଙ୍କୁ ଜଷ୍ଟିସ ଏମଏମ ଦାଶ କମିଶନ ପବ୍ଲିକ ନୋଟିସ ପଠାଇଛନ୍ତି । ଖବରକାଗଜ ମାଧ୍ୟମରେ ୫୭୬ ଟି କଂପାନୀଙ୍କୁ ଏହି ନୋଟିସ ଜାରି କରାଯାଇଛି । ପବ୍ଲିକ ୨ଟି କାଟେଗୋରୀର କଂପାନୀଙ୍କୁ ଏହି ନୋଟିସ ପଠାଯାଇଛି । ଠିକଣା ଥାଇ ମଧ୍ୟ ହାଜର ହେଉନଥିବା ୧୯୯ କଂପାନୀ ଏବଂ ଠିକଣା ନଥାଇ ହାଜର ହେଉନଥିବା ୩୭୭ କଂପାନୀଙ୍କୁ ନୋଟିସ ଜାରି କରାଯାଇଛି । 

ଏହାସହ ସେମାନଙ୍କୁ ଏପ୍ରିଲ ୧୫ରୁ ସେପ୍ଟେମ୍ବର ୨୪ ସୁଦ୍ଧା ହାଜର ହେବା ପାଇଁ କୁହାଯାଇଛି । ଯହି ଏହି ସମୟସୀମା ମଧ୍ୟରେ କଂପାନୀ ମାନେ ହାଜର ନ ହୁଅନ୍ତି ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନ କହିଛନ୍ତି । 

ଏସମ୍ପର୍କରେ ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି ଯେ ନିର୍ବାଚନ ବର୍ଷରେ ରାଜ୍ୟ ସରକାରଙ୍କ ଚିଟଫଣ୍ଡ କ୍ଷତିଗ୍ରସ୍ତ ଙ୍କ କଥା ମନେପଡିଲା ।କେବଳ ନାଟକ କରୁଛନ୍ତି ସରକାରଙ୍କ ଆନ୍ତରିକତା ନାହିଁ ।

ଏହାର ଜବାବ୍ ରେ ମନ୍ତ୍ରୀ ଶଶିଭୁଷଣ ବେହେରା କହିଛନ୍ତି ଯେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି କ୍ଷୁଦ୍ର ଜମାକାରୀ ଚିହ୍ନଟ ହୋଇ କେତେକ ଙ୍କୁ ଅର୍ଥ ଫେରାଯାଇଛି ।ଏନେଇ କର୍ପସ ଫଣ୍ଡ ମଧ୍ୟ କରିଛନ୍ତି ରାଜ୍ୟ ସରକାର ।ଏହା ସହ ଯେଉଁ ଚିଟଫଣ୍ଡ କମ୍ପାନୀ ମାନେ ଆଇନର ଗଳାବାଟ ଦେଇ ଖସିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ମଧ୍ୟ ଧରାଯାଇ ସେମାନଙ୍କ ସମ୍ପତି ବ୍ୟାଯ୍ୟାପ୍ତି କରାଯିବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.