ETV Bharat / city

ଥାନାରେ ମାମଲା ପରେ ସୁଧୁରିଲାନି ଦୁର୍ବ୍ୟବହାରକାରୀ, ପୁଣିଥରେ ଅସଦାଚରଣ କରି ଅଭିଯୁକ୍ତ ଗିରଫ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସହଦେବ ଟିକରପଡା ଗ୍ରାମର ଜଣେ ମହିଳା ଆଶାକର୍ମୀଙ୍କୁ ଦୁର୍ବ୍ୟବହାର ମାମଲାରେ ଅଭିଯୁକ୍ତ ସୀମାଞ୍ଚଳ ଗୈାଡଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି କେ. ନୂଆଗାଁ ଥାନା ପୋଲିସ । ଅଧିକ ପଢନ୍ତୁ...

ଆଶାକର୍ମୀଙ୍କୁ ଦୁର୍ବ୍ୟବହାର ମାମଲାରେ ଅଭିଯୁକ୍ତ ଗିରଫ

author img

By

Published : Sep 21, 2021, 10:14 AM IST

ବ୍ରହ୍ମପୁର: ଆଶାକର୍ମୀଙ୍କୁ ଦୁର୍ବ୍ୟବହାର ମାମଲାରେ ଅଭିଯୁକ୍ତ ଗିରଫ । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସହଦେବ ଟିକରପଡା ଗ୍ରାମର ଜଣେ ମହିଳା ଆଶାକର୍ମୀଙ୍କୁ ଦୁର୍ବ୍ୟବହାର ମାମଲାରେ ଅଭିଯୁକ୍ତ ସିମାଞ୍ଚଳ ଗୈାଡଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି କେ. ନୂଆଗାଁ ଥାନା ପୋଲିସ । ସୂଚନାନୁଯାୟୀ ଗତ ରବିବାର ଦିନ ଉକ୍ତ ଗ୍ରାମର ସୀମାଞ୍ଚଳ ଆଶାକର୍ମୀଙ୍କୁ ଆକ୍ରୋଶ ମନୋଭାବ ରଖି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏନେଇ ଆଶାକର୍ମୀ ଜଣଙ୍କ ନୂଆଗାଁ ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ କରିଥିଲା ।

କିନ୍ତୁ ଥାନାରେ ଏତଲା ଦିଆଯାଇଥିବା ଜାଣିପାରି ଅଭିଯୁକ୍ତ ଜଣକ କ୍ରୋଧିତ ହୋଇ ପୁଣି ଏତଲାକାରୀଙ୍କ ଘରକୁ ଯାଇ ଗାଳିଗୁଲଜ କରିବା ସହ ଏତଲା ପ୍ରତ୍ୟାହାର କରିବା ପାଇଁ ଧମକ ଦେଇଥିଲା । ଏନେଇ ଆଉ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଜାମିନ ଖାରଜ ହେବାରୁ ଅଭିଯୁକ୍ତକୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.