ETV Bharat / city

କୋରୋନା ପାଇଁ ବିଶ୍ବଶାନ୍ତି ମହାଯଜ୍ଞ - ବିଶ୍ବଶାନ୍ତି ମହାଯଜ୍ଞ

ବାରିପଦା ମଧୁବନ ଅଞ୍ଚଳରେ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ । ଚଳିତ ବର୍ଷ ଏହି ମହାଯଜ୍ଞ ଚୀନରେ କୋରୋନା ଭାଇରସରେ ଆକ୍ରାନ୍ତ ଶିଶୁଙ୍କ ଆଶୁ ଆରୋଗ୍ୟ କାମନା ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଛି ।

Biswa shanti mahajagya in baripada
ବାରିପଦାରେ ବିଶ୍ବଶାନ୍ତି ମହାଯଜ୍ଞ
author img

By

Published : Feb 22, 2020, 11:59 PM IST

ବାରିପଦା: ଦୀର୍ଘ 2 ବର୍ଷ ଧରି ବାରିପଦା ମଧୁବନ ଅଞ୍ଚଳରେ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ଏହା 3ୟ ବର୍ଷରେ ପଦାର୍ପଣ କରିଛି । କିନ୍ତୁ ଚଳିତ ବର୍ଷ ଏହି ମହାଯଜ୍ଞ ଚୀନରେ କୋରୋନା ଭାଇରସରେ ଆକ୍ରାନ୍ତ ଶିଶୁଙ୍କ ଆଶୁ ଆରୋଗ୍ୟ କାମନା ଉଦ୍ଦେଶ୍ୟରେ ଅନୁଷ୍ଠିତ କରିବାକୁ ମଧୁବନ ବିଶ୍ବ ଶାନ୍ତି ମହାଯଜ୍ଞ କମିଟି ନିଷ୍ପତ୍ତି ନେଇଥିଲା ।

ବାରିପଦାରେ ବିଶ୍ବଶାନ୍ତି ମହାଯଜ୍ଞ

ପୂର୍ବରୁ ମଧୁବନ ଅଞ୍ଚଳରେ ଅସ୍ବାଭାବିକ ଭାବେ ଯୁବକମାନଙ୍କ ମୃତ୍ୟୁକୁ ନେଇ ବିଚଳିତ ହୋଇ ଅଞ୍ଚଳବାସୀ ମାନେ ଏହିଭଳି ଯଜ୍ଞକର୍ମାଦି କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେହିଦିନ ଠାରୁ ପ୍ରତିବର୍ଷ ଏହି ମହାଯଜ୍ଞର ଆୟୋଜନ କରାଯାଉଛି । ବିଶ୍ବାସ ରହିଛି ଏହି ମହାଯଜ୍ଞ ଅନୁଷ୍ଠିତ ପରେ ଏହି ଅଞ୍ଚଳବାସୀଙ୍କ ପ୍ରତି ବିପତ୍ତି ଆସିନାହିଁ ।

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ୩ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଛି ଏହି ମହାଯଜ୍ଞ । ପ୍ରଥମ ଦିନ ସ୍ଥାନୀୟ ବାସିନ୍ଦାଙ୍କ ଦ୍ବାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ପ୍ରାୟ ୫ଶହରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଆୟୋଜିତ ଏହି ମହାଯଜ୍ଞରେ 3 ଦିନ ଧରି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଆନନ୍ଦବଜାରର ବ୍ୟବସ୍ଥା ହୋଇଥାଏ । ହଜାର ହଜାର ସଂଖ୍ୟାରେ ଭକ୍ତ ସମାଗମକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.