ବାରିପଦା: ଦିନକୁ ଦିନ ଦ୍ରୁତ ଗତିରେ ବଢି ଚାଲିଛି କୋରୋନା। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିବିଏସଇ ପରୀକ୍ଷା ବାତିଲ କରିବା ପରେ ବୁଧବାର ରାଜ୍ୟ ସରକାରଙ୍କୁ ଦଶମ ବୋର୍ଡ ପରୀକ୍ଷା ବାତିଲ ପାଇଁ ଛାତ୍ରଛାତ୍ରୀ ନିବେଦନ କରିଥିଲେ।
ମୟୂରଭଞ୍ଜ ଜିଲ୍ଲା ବାରିପଦା ଠାରେ ଥିବା ଜିଲ୍ଲାପାଳଙ୍କ ବାସଭବନ ଠାରେ ସୋମବାର ଜିଲ୍ଲାର ବିଭିନ୍ନ ସ୍କୁଲର ଦଶମ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ବାସଭବନ ଘେରାଉ କରିଥିଲେ। ଘଟଣାସ୍ଥଳରେ ବାରିପଦା ଟାଉନ ପୋଲିସ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ଧାରଣାରୁ ଉଠେଇବା ସହ ଜିଲ୍ଲାପାଳଙ୍କ ବାସଭବନରେ ପ୍ରବେଶକୁ ବିରୋଧ କରିଥିଲେ।
ଫଳରେ ଛାତ୍ରଛାତ୍ରୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିବା ଦେଖିବାକୁ ମିଳିଛି। ଏପଟେ ଛାତ୍ରଛାତ୍ରୀଙ୍କ ନିବେଦନକୁ ଶୁଣି ରାଜ୍ୟ ସରକାର ଦଶମ ବୋର୍ଡ ପରୀକ୍ଷା ବାତିଲ କରିଥିବା ଜଣାପଡ଼ିଛି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ