ବାଲେଶ୍ବର: ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର BA,B.ED ଓ BSC B.ED ଛାତ୍ରଛାତ୍ରୀ କଲେଜ ସାମ୍ନାରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। କୋରୋନା ମହାମାରୀ ସମୟରେ ଆର୍ଥିକ ସଙ୍କଟ ଜାରି ରହିଥିବାବେଳେ ଚଳିତବର୍ଷ ଧାର୍ଯ୍ୟ ହୋଇଥିବା କଲେଜ ଫି ଦେବାରେ ଅସମର୍ଥ ପ୍ରକାଶ କରି ଛାତ୍ରଛାତ୍ରୀ ଧାରଣା ଦେଇଥିଲେ । କଲେଜ କର୍ତ୍ତୃପକ୍ଷ ଧାର୍ଯ୍ୟ କରିଥିବା ଫି ପରିମାଣ ହ୍ରାସ କରିଥିବା ଦାବି କରିଛନ୍ତି ଛାତ୍ରଛାତ୍ରୀ ।
କୋରୋନା କାଳରେ ଆର୍ଥିକ ଭାବେ ସମସ୍ତେ ପ୍ରଭାବିତ ହୋଇଛନ୍ତି । ଏପରି ସମୟରେ 2021-22 ବର୍ଷ ପାଇଁ କଲେଜ ଫି ବାବଦକୁ ଆନୁମାନିକ 42 ହଜାର ଟଙ୍କା ଧାର୍ଯ୍ୟ କରିଛନ୍ତି କଲେଜ କର୍ତ୍ତୃପକ୍ଷ । ଯାହାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ନିର୍ଦ୍ଧାରିତ ଦେୟକୁ 50 ପ୍ରତିଶତ କମାଇବା ଦାବିରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ