ETV Bharat / city

ଜୀବନ ଯୁଧ୍ୟରେ ହାରିଗଲେ ରେମୁଣା କଲେଜ ଅଧ୍ୟାପିକା

author img

By

Published : Sep 26, 2021, 9:58 PM IST

ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଓଡ଼ିଶୀ ନୃତ୍ୟ ଗୁରୁ ତଥା କଲେଜ ଅଧ୍ୟାପିକା । ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ଜିଲ୍ଲାର ନୃତ୍ୟ ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଅଧିକ ପଢନ୍ତୁ...

ଜୀବନ ଯୁଧ୍ୟରେ ହାରିଗଲେ ରେମୁଣା କଲେଜ ଅଧ୍ୟାପିକା
ଜୀବନ ଯୁଧ୍ୟରେ ହାରିଗଲେ ରେମୁଣା କଲେଜ ଅଧ୍ୟାପିକା

ବାଲେଶ୍ବର: ବିଷ ପିଇ ଜୀବନ ହାରିଲେ ଅଧ୍ୟାପିକା । ଜିଲ୍ଲାର ବେଶ୍ ଜଣାଶୁଣା ଓଡ଼ିଶୀ ନୃତ୍ୟ ଗୁରୁ ତଥା ରେମୁଣା ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ପୂର୍ଣ୍ଣିମା ବାରିକ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନାନୁସାରେ ଶନିବାର ବିଳମ୍ବିତ ରାତ୍ରିରେ ପୂର୍ଣ୍ଣିମା ମାଣିଖମ୍ବସ୍ଥିତ ନିଜ ଘରେ ହଠାତ ବିଷ ପିଇଦେଇଥିଲେ । ତେବେ ପରିବାର ଲୋକେ ତାଙ୍କୁ ତୁରନ୍ତ ତାଙ୍କୁ ଉଦ୍ଧାର କରି ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ମୃତ ଘୋଷଣା କରିଛନ୍ତି ।

ଏନେଇ ଥାନାରେ ଏନେଇ କେସ୍ ନମ୍ବର ୧୨୯/୨୧ ରେ ଏକ ମାମଲା ରୁଜୁ ହୋଇଛି । ୧୯୬୩ ମସିହାରେ ଜନ୍ମ ଗ୍ରହଣ କରିଥିବା ପୂର୍ଣ୍ଣିମା ଶିଶୁ ଅବସ୍ଥାରେ ନାଚିବା ଆରମ୍ଭ କରିଥିଲେ । ପ୍ରାୟ ୩୫ ବର୍ଷ ଧରି ସେ ନୃତ୍ୟ ଗୁରୁ ଭାବେ ଅନ୍ୟଙ୍କୁ ନୃତ୍ୟ ପ୍ରଶିକ୍ଷଣ ଦେଇଥାନ୍ତି ।

ତେବେ ସେ ବାଲେଶ୍ବର ତଥା ଓଡ଼ିଶା ମାଟିର ପ୍ରାୟତଃ ୭୫ ପ୍ରତିଶତ ପିଲା ତାଙ୍କଠାରୁ ନାଚ ଶିଖିଥିବା ଜଣାପଡିଛି । ଓଡ଼ିଶୀ ନୃତ୍ୟରେ ସେ ବିଶାରଦ କରିଥିବା ବେଳେ ଦୂରଦର୍ଶନ କଳାକାର ଭାବେ ପ୍ରତି ଶନିବାର ଓ ରବିବାର ସନ୍ଧ୍ୟାରେ ନୃତ୍ୟ ସଙ୍ଗୀତ କଳା ମନ୍ଦିରରେ ନାଚ ଶିଖାଇବାକୁ ଯାଉଥିଲେ । ନାଚ ସତେ ତାଙ୍କ ପାଇଁ ଥିଲା ଜୀବନ ।

ସେଥିପାଇଁ ସେ ଆଉ ବିବାହ କରି ନଥିବା ଜଣାପଡିଛି । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାସ୍ବତୀ କର ନାମକ ଛାତ୍ରୀ ଏବେ ଆମେରିକାରେ ତାଙ୍କର ନୃତ୍ୟକୁ ପ୍ରସାରିତ କରିବାରେ ପ୍ରମୁଖ ବୂମିକା ଗ୍ରହଣ କରିଛନ୍ତି । ସେହିପରି ସୁକୀର୍ତ୍ତି କର ନାମକ ଛାତ୍ରୀ ବାଲେଶ୍ଵରରେ ପ୍ରସାରିତ କରୁଛନ୍ତି । ମୃତ୍ୟୁର ଖବର ସମଗ୍ର ପୂର୍ଣ୍ଣିମାପ୍ରେମୀଙ୍କ ହୃଦୟ ଥରାଇ ଦେଇଛି ।

ସେପଟେ ଏହି ଘଟଣାରେ ବାଲେଶ୍ବର ସହରରେ ଶୋକର ଛାୟା ଖେଳିଯାଇଛି । ତେବେ ନୃତ୍ୟ ସଙ୍ଗୀତ କଳାମନ୍ଦିରର ସେ ଜଣେ ଛାତ୍ରୀ ସହ ଅନ୍ୟମାନଙ୍କୁ ନାଚ ମଧ୍ୟ ଶିଖାଉଥିଲେ । ଆଉ ସେ ତାଙ୍କ କୋରିଓଗ୍ରାଫି ମାଧ୍ୟମରେ ବମ୍ବେ,ଦିଲ୍ଲୀ, ଗୁଜୁରାଟ ଭଳି ସହର ସମେତ କେନ୍ଦ୍ରୀୟ ବିଦ୍ୟାଳୟରେ ନୃତ୍ୟ ଗୁରୁ ଭାବେ ଶିକ୍ଷା ଦେଉଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.