ETV Bharat / city

ଅସହ୍ୟ ହେଉଛି ଅସାମାଜିକ କାର୍ଯ୍ୟକଳାପ, ପୂର୍ବାଞ୍ଚଳ IGଙ୍କ ନିକଟରେ ଫେରାଦ ହେଲେ ସହରବାସୀ - ବାଲେଶ୍ବରରେ ମାତିଛନ୍ତି ଲୁଟେରା

ବାଲେଶ୍ବରରେ ବଢୁଥିବା ଅପରାଧିକ କାର୍ଯ୍ୟ କଳାପ ଉପରେ ରୋକ ଲଗାଇବା ପାଇଁ ପୂର୍ବାଞ୍ଚଳ ଆଇଜିଙ୍କୁ ଭେଟିଲେ ସ୍ୱେଚ୍ଛାସେବୀ ସଂଗଠନଙ୍କ ସମେତ ଛାତ୍ର ଏବଂ ଅଭିଭାବକ । ଅଧିକ ପଢନ୍ତୁ

ଅସହ୍ୟ ହେଉଛି ଅସାମାଜିକ କାର୍ଯ୍ୟକଳାପ, ପୂର୍ବାଞ୍ଚଳ IGଙ୍କ ଦ୍ବାରସ୍ତ ସହରବାସୀ

author img

By

Published : Jun 7, 2022, 7:00 PM IST

Updated : Jun 7, 2022, 8:28 PM IST

ବାଲେଶ୍ଵର: ସହରରେ ବଢୁଥିବା ଅପରାଧିକ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ପୂର୍ବାଞ୍ଚଳ ଆଇଜିଙ୍କୁ ଭେଟିଲେ ସ୍ୱେଚ୍ଛାସେବୀ ସଂଗଠନଙ୍କ ସମେତ ଛାତ୍ର ଏବଂ ଅଭିଭାବକ । ଦିନ ହେଉ କି ରାତି ଅପରାଧିକ ମାମଲାରେ ଲିପ୍ତ ଥିବା ପୋଲିସ ଆଖିରେ ଧୂଳି ଦେଇ ସାଧାରଣ ଲୋକଙ୍କୁ ଲୁଟିବାର ସକ୍ଷମ ହେଉଛନ୍ତି, ତେଣୁ ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଅସହ୍ୟ ହେଉଛି ଅସାମାଜିକ କାର୍ଯ୍ୟକଳାପ, ପୂର୍ବାଞ୍ଚଳ IGଙ୍କ ନିକଟରେ ଫେରାଦ ହେଲେ ସହରବାସୀ

ଅଭିଯୋଗ ଅନୁଯାୟୀ, ବାଲେଶ୍ଵର ଫକୀର ମୋହନ କଲେଜ ଓ ଶାନ୍ତି କାନନ ଅଞ୍ଚଳରେ ବାରମ୍ବାର ଛିନତାଇ ବଢୁଛି । ବିଶେଷ କରି ଏହାର ଶିକାର ହେଉଛନ୍ତି ଛାତ୍ରଛାତ୍ରୀ ଓ ମହିଳା । ଛାତ୍ରଛାତ୍ରୀଙ୍କ ମୋବାଇଲ ଝାମ୍ପି ନେଉଥିବାବେଳେ ଲୁଟେରାଙ୍କ ଆଖି ମହିଳାମାନଙ୍କ ସୁନା ଚେନ ଉପରେ ରହୁଛି । ଏପରି ପରିସ୍ଥିତି ମଧ୍ୟରେ ସହରର ଆଇନ ଶୃଙ୍ଖଳା ଏକ ପ୍ରକାର ଭୁଶୁଡି ପଡିଥିବାବେଳେ ସାଧାରଣ ଲୋକେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି ।

ଏହାକୁ ନେଇ ଅଞ୍ଚଳବାସୀଙ୍କ ସମେତ ସ୍ମାଇଲ ସୋସାଇଟିର ସଦସ୍ୟମାନେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କୁ ଭେଟି ଶାନ୍ତିକାନନ ଅଞ୍ଚଳରେ ଖୋଲାଯାଇଥିବା ସିସିଟିଭି କାର୍ଯ୍ୟକ୍ଷମ କରିବା, କଲେଜ ନିକଟରେ ଫାଣ୍ଡି ପ୍ରତିଷ୍ଠା ଓ ଗୋଟିଏ କଲେଜର କ୍ୟାମ୍ପସ ଦୁଇଟି ଥାନା ନୁହେଁ ବରଂ ଗୋଟିଏ ଥାନା ଅଧିନକୁ ଆଣିବା ଭଳି ଦାବି ହୋଇଛି । ଅନ୍ୟପଟେ ଆଇଜିଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ପୋଲିସ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କ୍ରାଇମ କଣ୍ଟ୍ରୋଲ ପାଇଁ ପଦକ୍ଷେପ ନେବାପାଇଁ ଦାୟିତ୍ୱ ବଣ୍ଟାଯାଇଛି । ରାତିବେଳା ସହରରେ ନାକାବନ୍ଦୀ ହେବା ସହ ପୋଲିସ ପାଟ୍ରୋଲିଂ ଆହୁରି ଜୋରଦାର କରାଯିବ ବୋଲି ଆଇଜି କହିଛନ୍ତି । ଏହାସହ ସାଧାରଣ ଲୋକଙ୍କ କୌଣସି ଅସୁବିଧା ହେଲେ ସିଧାସଳଖ ଆଇଜିଙ୍କ ସହ ଯୋଗାଯୋଗ ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

Last Updated : Jun 7, 2022, 8:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.