ବାଲେଶ୍ଵର: ବାଲେଶ୍ବର ମେଡିକାଲରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଅନଶନ । ମେଡିକାଲର ଅବ୍ୟବସ୍ଥାକୁ ନେଇ ମନ୍ତ୍ରୀ ଅନଶନରେ ବସିଛନ୍ତି ।
ମେଡିକାଲରେ ଡାକ୍ତର ରୋଗୀଙ୍କୁ ପଇସା ମାଗିବା, ନର୍ସିଂହୋମରେ ଚିକିତ୍ସା ପାଇଁ ପରାମର୍ଶ ଦେବା, ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ବେଡସିଟ ନ ବଦଳାଇବା, ମେଡିକାଲ ମ୍ୟାନେଜରଙ୍କ କାର୍ଯ୍ୟରେ ଅବହେଳା ଭଳି ଅଭିଯୋଗ କରି ମନ୍ତ୍ରୀ ଧାରଣା ଦେଇଛନ୍ତି ।
ଧାରଣାର ଖବର ପାଇଁ ଧାରଣାସ୍ଥଳରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ସିଡିଏମଓ ବାନାର୍ଜୀ ପ୍ରସାଦ ଛୋଟରାୟ, ମେଡିକାଲ କଲେଜ ଅଧୀକ୍ଷକ ସୁଧୀର ଘୋଷ ପ୍ରମୁଖ ପହଞ୍ଚିଥିବାବେଳେ ମନ୍ତ୍ରୀ ସେମାନଙ୍କୁ ନେଇ ମେଡିକାଲର ବାସ୍ତବଚିତ୍ର ଦେଖାଇଛନ୍ତି । ଏହାସହ ଆଜି ରାତି ସୁଦ୍ଧା ବେଡସିଟ ବଦଳାଇବା ଓ ରୋଗୀଙ୍କୁ ଟଙ୍କା ମାଗିଥିବା ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ତ୍ରୀ ଦାବି କରିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ