ETV Bharat / city

ଦୁର୍ଗାପୂଜା ପାଇଁ ତତ୍ପର ଖାଦ୍ୟ ସୁରକ୍ଷା ଟିମ, ଚଢାଉ କରି ନଷ୍ଟ କଲେ 60 କେଜି ବାସି ଖାଦ୍ୟ

ପୂଜା ସମୟରେ ବାସି ଖାଦ୍ୟ ଓ ମିଠାର ମାନ ଯାଞ୍ଚ ପ୍ରକ୍ରିୟା କଡାକଡି । ବାଲେଶ୍ବର ସହରରେ ଚାଲିଛି ନିୟମିତ ଚେକିଂ ଓ ଫାଇନ ଆଦାୟ । ଅଧିକ ପଢନ୍ତୁ ...

author img

By

Published : Oct 12, 2021, 6:55 PM IST

ଦୁର୍ଗାପୂଜା ପାଇଁ ତତ୍ପର ଖାଦ୍ୟ ସୁରକ୍ଷା ଟିମ, ନଷ୍ଟ କଲେ 60 କେ.ଜି ବାସୀ ଖାଦ୍ୟ

ବାଲେଶ୍ବର: ପାର୍ବଣରେ ସାଧାରଣ ଲୋକ ଯେମିତି ବାସି ଖାଦ୍ୟ ଖାଇ ଅସୁସ୍ଥ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେଉଛି ଖାଦ୍ୟ ସୁରକ୍ଷା ବିଭାଗ । ଏନେଇ ବିଭାଗ ପକ୍ଷରୁ ଲଗାତର ଭାବେ ସହରର ବିଭିନ୍ନ ହୋଟେଲ, ମିଠା ଦୋକାନରେ ଚଢ଼ାଉ କରି ବାସି ଖାଦ୍ୟ ନଷ୍ଟ କରିବା ସହ ସମ୍ପୃକ୍ତ ଦୋକାନରୁ ଜୋରିମାନା ମଧ୍ୟ ଆଦାୟ କରାଯାଉଛି ।

ଖାଦ୍ୟ ସୁରକ୍ଷା ଟିମ ଗତକାଲି ବିଭିନ୍ନ ମିଠା ଦୋକାନ ଓ ହୋଟେଲରେ ଚଢ଼ାଉ କରି ଫାଇନ ଆଦାୟ କରିବା ସହ ବାସି ମିଠା ନଷ୍ଟ କରିଥିଲା । ସେହିପରି ମିଠା ପ୍ୟାକେଟ ଉପରେ ପ୍ରସ୍ତୁତିର ତାରିଖ ମଧ୍ୟ ଲେଖିବା ପାଇଁ ଦୋକାନୀଙ୍କୁ ତାଗିଦ କରାଯାଇଥିଲା । ସେହିପରି ଆଜି ମଙ୍ଗଳବାର ମଧ୍ୟ ସହରର 11ଟି ହୋଟେଲରେ ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀ ଚଢାଉ କରିଛନ୍ତି । ହୋଟେଲରେ ଥିବା ପ୍ରାୟ 60 କେଜି ବାସି ଖାଦ୍ୟ ନଷ୍ଟ କରାଯାଇଛି । ଏହି ଖାଦ୍ୟର ମାନ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଲଗାତର ଭାବେ ଜାରି ରହିବା ନେଇ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରିଣୀ ଅନୁଶ୍ରୀ ଖଟୁଆ ସୂଚନା ଦେଇଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.