ବାଲେଶ୍ବର: ସୋର ଥାନା ମୁଳିସିଂ ପଞ୍ଚାୟତ ତେନ୍ତୁଳିଗଛି ଗାଁରେ ଅଭାବନୀୟ ଘଟଣା । ଖେଳୁଥିବା ଅବସ୍ଥାରେ କିରୋସିନ ପିଇ ଜଣେ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ଗ୍ରାମର ଗୁରୁପ୍ରସାଦ ପୁଥାଳଙ୍କ ଦେଢ଼ ବର୍ଷର ଶିଶୁପୁତ୍ର ଖେଳୁଥିବା ସମୟରେ ପାଖରେ ଥିବା ଡିବିରିରୁ କିରାସିନ ପିଇ ଦେଇଥିଲା । କଛି ସମୟ ପରେ ପିଲାଟି ରକ୍ତ ବାନ୍ତି କରିବାରୁ ଗୁରୁତର ଅବସ୍ଥାରେ ଶିଶୁକୁ ସୋର ଡାକ୍ତରଖାନା ନେଇଥିଲେ ପରିବାର ଲୋକ । ମାତ୍ର ଡାକ୍ତରଖାନାରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟାର ଖେଳିଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ