ETV Bharat / business

ମହଙ୍ଗା ମାଡରେ ବେହାଲ ଖାଉଟି, ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫୀତି 14.55%

author img

By

Published : Apr 19, 2022, 9:35 AM IST

Updated : Apr 19, 2022, 11:00 AM IST

ମହଙ୍ଗା ମାଡରେ ହନ୍ତସନ୍ତ ଖାଉଟି । ଗତ ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫୀତି ୧୪.୪୫%କୁ ବୃଦ୍ଧି । ଫେବୃୟାରୀ ଏହି ମୁଦ୍ରାସ୍ଫୀତି ୧୩.୧୧% ରହିଥିଲା । ଅଧିକ ପଢନ୍ତୁ

ମହଙ୍ଗା ମାଡରେ ବେହାଲ ଖାଉଟି, ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫୀତି 14.55%
ମହଙ୍ଗା ମାଡରେ ବେହାଲ ଖାଉଟି, ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫୀତି 14.55%

ନୂଆଦିଲ୍ଲୀ: ମହଙ୍ଗା ମାଡରେ ଖାଉଟି ବେହାଲ । ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ମୂଲ୍ୟ । ଖାଦ୍ୟଠୁ ଆରମ୍ଭ କରି ଇନ୍ଧନ ଦର ସବୁକିଛି ଆକାଶ ଛୁଆଁ ରହିଛି । ଦରଦାମ୍ ମହଙ୍ଗା ହେବା ଯୋଗୁଁ ଗତ ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫୀତି(Wholesale price-based inflation) ରେକର୍ଡ ସ୍ତରରେ ପହଞ୍ଚିଛି । ମାର୍ଚ୍ଚ ମାସରେ ମୁଦ୍ରାସ୍ଫୀତି ୧୪.୪୫%କୁ ବୃଦ୍ଧି ପାଇଛି । ଯାହା ଗତବର୍ଷ ମାର୍ଚ୍ଚରେ ୭,୮୯ % ଥିଲା । ସୋମବାର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜରିଆରେ ଏହି ସୂଚନା ଦିଆଯାଇଛି । ଦେଶରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍, ଖଣିଜ ପଦାର୍ଥ ପ୍ରମୁଖ ଦରରେ ଅହେତୁକ ବୃଦ୍ଧି ଯୋଗୁଁ ମାର୍ଚ୍ଚରେ WPI ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଞ୍ଚିଛି । ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗାଣ ଶୃଙ୍ଖଳକୁ ପ୍ରଭାବିତ କରୁଥିବାରୁ ଏହିସବୁ ସାମଗ୍ରୀର ଦରଦାମ୍ ବୃଦ୍ଧି ପାଇଥିବା ମନ୍ତ୍ରଣାଳୟ କାରଣ ଦର୍ଶାଇଛି ।

କ୍ରମାଗତ ୧୨ ମାସ ଧରି ପାଇକାରୀ ମୁଦ୍ରାସ୍ଫୀତି ହାର ଦୁଇ ଅଙ୍କରେ ରହୁଛି । ଗତ ଫେବୃୟାରୀରେ ମୁଦ୍ରାସ୍ଫୀତି ୧୩.୧୧ ପ୍ରତିଶତରେ ରହିଥିଲା । ଆଗାମୀ ଦିନରେ ମଧ୍ୟ ଦେଶରେ ମହଙ୍ଗା ମାଡ ଜାରି ରହିବ ବୋଲି ଆଶଙ୍କା କରାଯାଉଛି । ଗତ ଫେବୃୟାରୀ ତୁଳନାରେ ମାର୍ଚ୍ଚରେ କ୍ରୁଡ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ୨୧.୧୮%, ଖଣିଜ ୯.୭୨% ଏବଂ ଅଣ-ଖାଦ୍ୟ ସାମଗ୍ରୀ ୨.୯୪% ବୃଦ୍ଧି ପାଇଛି । ତେବେ ଫେବୃୟାରୀ ତୁଳନାରେ ମାର୍ଚ୍ଚରେ ଖାଦ୍ୟ ସାମଗ୍ରୀ ଦରରେ -୦.୮୨% ହ୍ରାସ ଆସିଛି ।

ମାର୍ଚ୍ଚରେ ଇନ୍ଧନ ଏବଂ ଶକ୍ତି ମୂଲ୍ୟରେ ସର୍ବାଧିକ ବୃଦ୍ଧି ଘଟିଛି । ଗତ ମାସରେ ଏହି ସାମଗ୍ରୀ ୫.୬୮%ରୁ ବୃଦ୍ଧି ପାଇ ୧୪୬.୯%ରେ ପହଞ୍ଚିଛି । ଫେବୃୟାରୀରେ ଇନ୍ଧନ ଏବଂ ଶକ୍ତି ଦର ୧୩୯.୦% ରହିଥିଲା । ସେହିପରି ଫେବୃୟାରୀ ଅପେକ୍ଷା ମାର୍ଚ୍ଚ ମାସରେ ଖଣିଜ ତୈଳ ଦର ୯.୧୯% ବଢିଛି । ମାର୍ଚ୍ଚରେ ଉତ୍ପାଦିତ ସାମଗ୍ରୀ ମୂଲ୍ୟ ମଧ୍ୟ ଏହାର ପୂର୍ବମାସ ଅପେକ୍ଷା ୨.୩୧% ବୃଦ୍ଧି ପାଇ ୧୪୧.୬% ରହିଛି । ଗତ ମାସରେ ବୃଦ୍ଧି ପାଇଥିବା ସାମଗ୍ରୀ ମଧ୍ୟରେ ଧାତୁ, ଖାଦ୍ୟ ସାମଗ୍ରୀ, କେମିକାଲ, କେମିକାଲ ଦ୍ରବ୍ୟ ଏବଂ ଟେକ୍ସଟାଇଲ ପ୍ରମୁଖ ରହିଛି ।

Last Updated : Apr 19, 2022, 11:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.