ETV Bharat / business

22 ରାଜ୍ୟରେ ବ୍ୟବସାୟ କରୁଛୁ ସବୁଠି BJP ନାହିଁ, ଏମିତି କାହିଁକି କହିଲେ ଆଦାନୀ ଜାଣନ୍ତୁ

author img

By

Published : Jan 8, 2023, 12:39 PM IST

ପ୍ରଧାନମନ୍ତ୍ରୀ ଏବଂ ଆଦାନୀଙ୍କ ସମ୍ପର୍କକୁ ନେଇ ହେଉଥିବା ଚର୍ଚ୍ଚାରେ ମୁହଁ ଖୋଲିଛନ୍ତି ବିଶ୍ବର ତୃତୀୟ ଧନୀ ବ୍ୟକ୍ତି ଗୌତମ ଆଦାନୀ । ଅଧିକ ପଢନ୍ତୁ

Gautam Adani
Gautam Adani

ନୂଆଦିଲ୍ଲୀ: ବିଶ୍ବର ତୃତୀୟତମ ଧନୀ ବ୍ୟକ୍ତି ହେଉଛନ୍ତି ଗୌତମ ଆଦାନୀ (world's Third-Richest Man Gautam Adani)। ତେବେ କିଛି ଦିନ ହେବ ପ୍ରଧାନମନ୍ତ୍ରୀ(Prime Minister Narendra Modi ) ଏବଂ ଆଦାନୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏନେଇ ଗତକାଲି(ଶନିବାର) ମୁହଁ ଖୋଲିଛନ୍ତି ଗୌତ ଆଦାନୀ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହାକୁ ଖଣ୍ଡନ କରିଛନ୍ତି ।

ଗୌତମ ଆଦାନୀ କହିଥିଲେ, "ଆମେ ସବୁ ରାଜ୍ୟରେ ବ୍ୟବସାୟ କରିବାକୁ ଚାହୁଁଛୁ । ବର୍ତ୍ତମାନ ସୁଦ୍ଧା ଆମର ୨୨ଟି ରାଜ୍ୟରେ ବ୍ୟବସାୟ ଚାଲୁଅଛି । ଏହି ସମସ୍ତ ରାଜ୍ୟରେ ବିଜେପି କ୍ଷମତାରେ ନାହିଁ । କୌଣସି ରାଜ୍ୟ ସରକାରଙ୍କ ସହ ଆମର ସମସ୍ୟା ନାହିଁ । କେରଳରେ ଥିବା ବାମପନ୍ଥି ସରକାର, ପଶ୍ଚିମବଙ୍ଗରେ ମମତା ଦିଦି ହୁଅନ୍ତୁ, ଓଡିଶାର ନବୀନ ସରକାର କିମ୍ବା ଆନ୍ଧ୍ରରେ ଜଗନମୋହନ ରେଡ୍ଡୀଙ୍କର ସରକାର ହେଉ, ଆମର କୌଣସି ସ୍ଥାନରେ ବ୍ୟବସାୟ କରିବାରେ ସମସ୍ୟା ହେଉନାହିଁ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଦାନୀ କହିଥିଲେ,"ଆପଣ ମୋଦିଙ୍କ ଠାରୁ କୌଣସି ପ୍ରକାର ବ୍ୟକ୍ତିଗତ ସାହାଯ୍ୟ ପାରିପାରିବେ ନାହିଁ । ପଲିସି ତିଆରି ହେବାବେଳେ କେବଳ ଆଦାନୀ ପାଇଁ ହୁଏନି, ସମସ୍ତଙ୍କ ପାଇଁ ସମାନ ହୋଇଥାଏ ।"

ଏହା ମଧ୍ୟ ପଢନ୍ତୁ: HP Cabinet Expansion: ଆଜି ସୁଖୁଙ୍କ କ୍ୟାବିନେଟ ସମ୍ପ୍ରସାରଣ, ଶପଥ ନେବେ ୧୦ ବିଧାୟକ

ଗୌତମ ଆଦାନୀ ଆହୁରି ମଧ୍ୟ କହିଛନ୍ତି, " ଆମର ବ୍ୟବସାୟକୁ ନେଇ ଲୋକଙ୍କ ମନରେ ଭୁଲ ଧାରଣା ରହିଛି । ବିଗତ ୭ରୁ ୮ ବର୍ଷ ମଧ୍ୟରେ ଆମର ଆୟ ୨୪ ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି ସ୍ଥଳେ ଆମ ଋଣ ମଧ୍ୟ ୧୧ ପ୍ରତିଶତ ବୃଦ୍ଧି ଘଟିଛି । ରାହୁଲ ଗାନ୍ଧୀ ଆମ ଉପରେ କ୍ରୋନି କ୍ୟାପିଟାଲିଜିମର ଅଭିଯୋଗ ଲଗାଉଛନ୍ତି । କିନ୍ତୁ ରାଜସ୍ଥାନରେ ମଧ୍ୟ ମୁଁ ପୁଞ୍ଜି ନିବେଶ କରିଛି । "

ଗୁଜୁରାଟରେ କମ୍ପାନୀ ଅଭିବୃଦ୍ଧି କରିବାର କାରଣ ହେଲା, " ପ୍ରଥମେ ୧୯୮୫ ମସିହାରେ ରାଜୀବ ଗାନ୍ଧୀଙ୍କ ଶାସନ କାଳରେ ଏକ୍ସିମ ପଲିସିକୁ ଅନୁମତି ମିଳିଥିଲା । ଦ୍ବିତୀୟରେ ୧୯୯୧ପିଭି ନରସିଂହା ରାଓ ଓ ଡ. ମନମୋହନ ସିଂହ ଦେଶର ଅର୍ଥନୀତିରେ ଉଦାରିକରଣ ନୀତି ଆଣିଥିଲେ । ତୃତୀୟଟି ହେଲା ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ପାଇଥିଲି । ମୁଁ ଗର୍ବର ସହ କହିପାରିବି ଯେ, ଏହା ଗର୍ବର ସମୟ ଥିଲା । "

ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗପତି(first-generation entrepreneur) ହେଉଛନ୍ତି ଗୌତମ ଅଦାନୀ । ସେ ୭ଟି ତାଲିକାଭୁକ୍ତ କମ୍ପାନୀ ପ୍ରତିଷ୍ଠା କରିଛନ୍ତି । ବନ୍ଦର ଓ ଲଜିଷ୍ଟିକ୍ସ୍‌, ଖଣି ଓ ସମ୍ବଳ, ଗ୍ୟାସ୍‌, ପ୍ରତିରକ୍ଷା ଓ ଏରୋସ୍ପେସ୍, ବିମାନବନ୍ଦର ଆଦି କ୍ଷେତ୍ରକୁ ନେଇ ବ୍ୟବସାୟ କରୁଛନ୍ତି ଗୌତମ ଅଦାନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.