ETV Bharat / business

ଡିଜିଟାଲ ଋଣ ନେଉଛନ୍ତି କି ? ସାବଧାନ !

ନୂଆ ଫାର୍ମ ଓ ଋଣ ଆପ୍‌ଗୁଡିକ ଚୁଟ୍‌କିରେ କ୍ଷୁଦ୍ର ଋଣ(small loans) ପ୍ରଦାନ କରୁଛନ୍ତି । ଏହି ଋଣ ନେବା ପରେ ଅନେକ ଗ୍ରାହକ ବଡ ସମସ୍ୟାରେ ପଡୁଛନ୍ତି । ସେମାନଙ୍କୁ ଠାରୁ ମନଇଚ୍ଛା ଅଧିକ ସୁଧ ଆଦାୟ କରାଯାଉଛି । ତେଣୁ ରିଜର୍ଭ ବ୍ୟାଙ୍କ ମାନ୍ୟତା ପ୍ରାପ୍ତ ନଥିବା କୌଣସି ପ୍ରକାର ଫାର୍ମ ଓ ଆପ୍‌ଗୁଡିକୁ ଭରସା କରନ୍ତୁ ନାହିଁ । ଅଧିକ ପଢନ୍ତୁ

author img

By

Published : Nov 29, 2022, 2:18 PM IST

ଡିଜିଟାଲ ଲୋନ ନେଉଛନ୍ତି କି ? ସାବଧାନ
ଡିଜିଟାଲ ଲୋନ ନେଉଛନ୍ତି କି ? ସାବଧାନ

ହାଇଦ୍ରାବାଦ: ଆଜିକାଲି ନୂଆ ଫାର୍ମ ଓ ଡିଜିଟାଲ ଋଣ ଆପ୍ ଛତୁ ଫୁଟିଲା ପରି ଚାରିଆଡେ ଦେଖାଯାଉଛନ୍ତି । ଏହି ଆପ୍ ଓ ଫାର୍ମ କ୍ଷଣିକ ମଧ୍ୟରେ ଗ୍ରାହକଙ୍କ ଆକାଉଣ୍ଟରେ ଋଣ ଟଙ୍କା ଜମା କରୁଛନ୍ତି । ଏମାନେ କ୍ଷୁଦ୍ର ଋଣ ପ୍ରଦାନ କରୁଥିବାରୁ ବହୁସଂଖ୍ୟକ ଲୋକ ଅତି ସହଜରେ ଏହି ଋଣ ଜାଲରେ ଛନ୍ଦି ହେଉଛନ୍ତି । ପରେ ସେମାନଙ୍କୁ ଋଣ କିସ୍ତି ଶୁଝିବାରେ ସମସ୍ୟା ହେଉଛି । ଏପରିକି କିସ୍ତି ଶୁଝିବାର ଅକ୍ଷମତା ପାଇଁ ଅନେକ ମାନସିକ ଉତ୍ପୀଡନର ଶିକାର ହେଉଥିବା ମଧ୍ୟ ଦେଖାଯାଉଛି । କାରଣ ଏହି ପ୍ରକାରର ଋଣ ଦାତା ଅଧିକ ସୁଧହାରରେ ଋଣ ପ୍ରଦାନ କରିଥାନ୍ତି । ଅନେକ ସମୟରେ ତାଙ୍କର ସର୍ତ୍ତାବଳୀ ମଧ୍ୟ ଖୁବ୍ ଅଜବ ହୋଇଥାଏ । ଯାହାକି ଗ୍ରାହକ ଋଣ ନେବା ସମୟରେ ଅବଗତ ନଥାନ୍ତି । ଏହିସବୁ କାରଣ ଯୋଗୁଁ ପରବର୍ତ୍ତୀ ସମୟରେ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ଏହିଭଳି ବେଆଇନ ଋଣ ଫାର୍ମଗୁଡିକ ପାଇଁ ଅନେକ ଲୋକ ମାନସିକ ଉତ୍ପୀଡନର ଶିକାର ହେଉଛନ୍ତି । ତେଣୁ କୌଣସି ଫାର୍ମ ଋଣ ଅଫର କରୁଥିବା ସମୟରେ ଆମକୁ କ'ଣ କରିବା ଉଚିତ୍ ଓ କ'ଣ ଅନୁଚିତ୍ ସେନେଇ ଭଲ ଭାବେ ଚିନ୍ତା କରିବା ଉଚିତ୍ । ଜରୁରୀ ପରିସ୍ଥିତିରେ ଋଣ ନେବା ସମୟରେ ବ୍ୟାପକ ଯତ୍ନବାନ ହେବାକୁ ପଡିବ । ତେବେ କୋଭିଡ-୧୯ପରେ ଅନେକ ଲୋକଙ୍କ ରୋଜଗାର କ୍ଷମତା ହ୍ରାସ ପାଇଥିବାବେଳେ, ସେମାନଙ୍କ ଆର୍ଥିକ ଆବଶ୍ୟକତା ବୃଦ୍ଧି ପାଇଛି । ତେଣୁ ଏହି ଆବଶ୍ୟକତା ପୂରଣ ପାଇଁ ସେମାନେ ଋଣର ସାହାର ନେଉଛନ୍ତି ।

ଏହିଭଳି ବ୍ୟକ୍ତିବିଶେଷଙ୍କୁ ଡିଜିଟାଲ ଋଣ ଫାର୍ମଗୁଡିକ ଟାର୍ଗେଟ କରୁଛନ୍ତି । ସେମାନଙ୍କୁ ବେଆଇନ ଭାବେ ଋଣ ଦେଇ ଅସହାୟ ସ୍ଥିତିର ଫାଇଦା ଉଠାଉଛନ୍ତି । ଏହି ଫାର୍ମଗୁଡିକ ୩୦୦୦ ଟଙ୍କାରୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ମଞ୍ଜୁର କରୁଛନ୍ତି । ଏହାପରେ ଫାର୍ମ ମନଇଚ୍ଛା ସୁଧ ଆଦାୟ କରି ଗ୍ରାହକଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି । ତେଣୁ ଯେକୌଣସି ଫାର୍ମ କିମ୍ବା ଅନଲାଇନ ଆପ୍‌ରୁ ଋଣ ନେବା ପୂର୍ବରୁ ଏହାର ଟ୍ରାକ ରେକର୍ଡ ଭଲ ଭାବେ ଯାଞ୍ଚ କରିବା ଜରୁରୀ ।

ଏହାମଧ୍ୟ ପଢନ୍ତୁ: ଦେଶରେ ଫୁଡ୍ ଡେଲିଭରି ସେବା ବନ୍ଦ କରିବ Amazon

ଭାରତରେ ଋଣ ଦେଉଥିବା ଫାର୍ମଗୁଡିକ ରିଜର୍ଭ ବ୍ୟାଙ୍କ(Reserve Bank of India) ଠାରୁ ମାନ୍ୟତାପ୍ରାପ୍ତ ହେବା ଆବଶ୍ୟକ । ତେଣୁ ଡିଜିଟାଲ ଋଣ ନେବା ପୂର୍ବରୁ ଏହି ଆପ୍‌ ନିକଟରେ ଆରବିଆଇ ମାନ୍ୟତା ଅଛି ନା ନାହିଁ ତାହା ଦେଖନ୍ତୁ । ଆରବିଆଇ ୱେବସାଇଟରେ ସମ୍ପୃକ୍ତ ଫାର୍ମର ରେଜିଷ୍ଟ୍ରେସନ ନମ୍ବର ଯାଞ୍ଚ କରାଯାଇପାରିବ । ଯେମିତି ଋଣ ଦେବା ପୂର୍ବରୁ ଫାର୍ମ ଆମର KYC ବିବରଣୀ ସଂଗ୍ରହ କରିଥାଏ, ଠିକ୍ ସେହିଭଳି ଆମେ ସେହି ଫାର୍ମ ସମ୍ପର୍କରେ ପୂର୍ଣ୍ଣ ବିବରଣୀ ଯାଞ୍ଚ କରିବା ଉଚିତ୍ ।

ଆଜିକାଲି ଋଣ ଆପ୍‌ଗୁଡିକରୁ ମେସେଜ ଆସୁଛି ଯେ, ଋଣ ପାଇଁ କ୍ରେଡିଟ ସ୍କୋର କିମ୍ବା ରୋଜଗାର ପ୍ରମାଣର ଆବଶ୍ୟକତା ନାହିଁ । ଏହି ଆପ୍‌ଗୁଡିକ ଠାରୁ ଦୂରେଇ ରୁହନ୍ତୁ । କାରଣ ଏଗୁଡିକ ଯେ ଠକ ଅଟନ୍ତି, ତାହା ନିଃସନ୍ଦେହ । ସେମାନେ ଆମର ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଗତ ତଥ୍ୟ, ଠିକଣା ଓ ଅନ୍ୟାନ୍ୟ ଡାଟା ସଂଗ୍ରହ ପାଇଁ ଚେଷ୍ଟା କରିଥାନ୍ତି । ତେଣୁ ଏହିସବୁ ତଥ୍ୟ ମାଗୁଥିବା ବ୍ୟକ୍ତିବିଶେଷଙ୍କୁ କୌଣସି ପ୍ରକାର ତଥ୍ୟ ଦିଅନ୍ତୁ ନାହିଁ । ବେଳେବେଳେ ଠକଗୁଡିକ ଲୋନ ଫାର୍ମ ନାଁରେ ଫୋନ କରି ବ୍ୟାଙ୍କ ଆକାଉଣ୍ଟ ନମ୍ବର, କ୍ରେଡିଟ ଓ ଡେବିଟ୍ କାର୍ଡ ନମ୍ବର ମଧ୍ୟ ମାଗୁଥିବାର ଦେଖାଯାଉଛି । ଏହି ଠକମାନଙ୍କ ଜାଲରେ ପଡନ୍ତୁ ନାହିଁ । ଆପଣଙ୍କ ଆକାଉଣ୍ଟରେ ଲୋନ ରାଶି ଜମା କରିବା ପାଇଁ କାର୍ଡର ବୈଧତା ତାରିଖ, ପିନ୍, ଓଟିପି ମାଗୁଥିବା ବ୍ୟକ୍ତି ବା ସଂସ୍ଥା ଠାରୁ ଦୂରେଇ ରୁହନ୍ତୁ ।

ଋଣ ଦେବା ପୂର୍ବରୁ ଫାର୍ମଗୁଡିକ ଗ୍ରାହକଙ୍କୁ ଆଗୁଆ ନିୟମ ଓ ସର୍ତ୍ତାବଳୀ ସମ୍ପର୍କରେ ଜଣାଇବା ପାଇଁ ରିଜର୍ଭ ବ୍ୟାଙ୍କ ଗାଇଡଲାଇନରେ ଉଲ୍ଲେଖ ରହିଛି । କିନ୍ତୁ ଠକେଇ ଆପ୍‌ଗୁଡିକ ଏହି ଗାଇଡଲାଇନ ଅନୁପାଳନ କରନ୍ତି ନାହିଁ । ସେଗୁଡିକ ଅତ୍ୟଧିକ ସୁଧ ଓ କିସ୍ତି ଆଦାୟ କରିଥାନ୍ତି । ଏଥିପାଇଁ ଲୋନ ନେବା ପୂର୍ବରୁ ଦସ୍ତାବିଜ୍ ଯାଞ୍ଚ ଫି, ସୁଧହାର, ଋଣ ରିପେମେଣ୍ଟର ସର୍ତ୍ତ, ଜରିମାନା ଇତ୍ୟାଦି ଯାଞ୍ଚ ପାଇଁ ଏଗ୍ରିମେଣ୍ଟକୁ ଭଲ ଭାବେ ଦେଖିବା ଜରୁରୀ । ଋଣ ଆପ୍‌ଗୁଡିକର ଠିକଣା ଏବଂ କୌଣସି ବ୍ୟାଙ୍କ କିମ୍ବା ଅଣବ୍ୟାଙ୍କିଙ୍ଗ ସଂସ୍ଥା(NBFCs) ସହିତ ଏହାର ଏଗ୍ରିମେଣ୍ଟ ରହିଛି ନା ନାହିଁ ତାହା ଜାଣନ୍ତୁ । ୱେବସାଇଟ ନଥିବା ଜିଡିଟାଲ ଋଣ ଆପ୍‌ଗୁଡିକ ଆଦୌ ଭରସାଯୋଗ୍ୟ ନୁହେଁ । ଲୋନ ମଞ୍ଜୁର ହେବା ପୂର୍ବରୁ ପ୍ରୋସେସିଂ ଓ ଅନ୍ୟାନ୍ୟ ଫି ପେମେଣ୍ଟ କରନ୍ତୁ ନାହିଁ । ବ୍ୟାଙ୍କ ଓ NBFCs ଏହିଭଳି ଫି'କୁ ଲୋନ ରାଶିରୁ ନେଇଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.