ETV Bharat / business

ଦିନେ ସାତ ଭାଇ ଭଉଣୀଙ୍କ ସହ ଝୁମ୍ପୁଡି ଘରେ ରହୁଥିଲେ ଗୌତମ ଆଦାନୀ, ଏମିତି ଥିଲା ସଂଘର୍ଷର କାହାଣୀ

author img

By

Published : Feb 3, 2023, 1:59 PM IST

Updated : Feb 3, 2023, 7:04 PM IST

ବିିଶିଷ୍ଟ ଉଦ୍ୟୋଗପତି ଗୌତମ ଆଦାନୀ । ସମୟ ଥିଲା ସାତ ଭାଇ ଭଉଣୀ ଓ ବାପାମାଆଙ୍କ ସହ ଚାଳ ଛପର ଘରେ ରହୁଥିଲେ । ଆଜି ଗୌତମ ଆଦାନୀଙ୍କ ପିଲା ପ୍ରାଇଭେଟ ଜେଟରେ ଉଡୁଛନ୍ତି । ଆସନ୍ତୁ ଜାଣିବା ତାଙ୍କ ପରିବାର ସମ୍ପର୍କରେ । ଅଧିକ ପଢନ୍ତୁ

ଗୌତମ ଆଦାନୀ
know about gautam adani family

ନୂଆଦିଲ୍ଲୀ: ଶୀର୍ଷରେ ପହଞ୍ଚିବାକୁ ହେଲେ ସଂଘର୍ଷ କରିବାକୁ ପଡିଥାଏ । କିଛି ଅନନ୍ୟ କରିବାକୁ ଅନେକ ବାଧାବିଘ୍ନ ଦେଇ ଯିବାକୁ ହୁଏ । ଯିଏ ଜୀବନର ସବୁ କଣ୍ଟକିତ ପଥ ଅତିକ୍ରମ କରିଦିଏ ସେ ବାଜିଗର ହୋଇଯାଏ । ଆମେ ଠିକ ଏମିତି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ କଥା କହୁଛୁ ଯାହାଙ୍କ ଜୀବନର ଆରମ୍ଭ ଠିକ ଏମିତି ଥିଲା । ସେ ହେଉଛନ୍ତି ବିଶିଷ୍ଟ ଉଦ୍ୟୋଗପତି ଗୌତମ ଅମ୍ବାନୀ । ଯିଏ ଦିନେ ତାଙ୍କ ସାତ ଭାଇଉଉଣୀଙ୍କ ସହ ଚାଳ ଝୁମ୍ପୁଡି ଘରେ ରହୁଥିଲେ ଆଉ ଆଜି ଜଣେ ବିଶିଷ୍ଟ ଶିଳ୍ପପତି । ଆଜି ଗୌତମ ଆଦାନୀଙ୍କ ପିଲା ପ୍ରାଇଭେଟ ଜେଟରେ ଉଡୁଛନ୍ତି । ଜାଣନ୍ତୁ ତାଙ୍କ ପରିବାର ସମ୍ପର୍କରେ । ଏବେ ତାଙ୍କ ପରିବାର ସଦସ୍ୟ କଣ କରୁଛନ୍ତି । ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ଗୌତମ ଆଦାନୀଙ୍କ କାହାଣୀ: 1962 ଜୁନ 26ରେ ଗୁଜରାଟ ଅହମ୍ମଦାବାଦରେ ଜଣେ ସାଧାରଣ ପରିବାରରେ ଗୌତମଙ୍କ ଜନ୍ମ । ଗୌତମ ଆଦାନୀଙ୍କ ବାପା ଶାନ୍ତିଲାଲ ଆଦାନୀ ଓ ମାଆ ଶାନ୍ତାବେନ ଆଦାନୀ । ଶାନ୍ତିଲାଲ ଓ ଶାନ୍ତାବେନଙ୍କ 7ଟି ସନ୍ତାନ । 6 ପୁଅ ଓ ଗୋଟିଏ ଝିଅ । ଗୌତମ ଆଦାନୀ ତାଙ୍କର ସପ୍ତମ ସନ୍ତାନ । ଗୌତମ ଅହମ୍ମଦାବାଦରେ ତାଙ୍କ ପ୍ରାଥମିକ ଶିକ୍ଷା ପୂରଣ କରିଥିଲେ । ଏହା ପରେ ଗୁଜରାଟ ବିଶ୍ବ ବିଦ୍ୟାଳୟରେ ବାଣିଜ୍ୟ ପଢିଥିଲେ । ମାତ୍ର ଦ୍ବିତୀୟ ବର୍ଷରେ ତାଙ୍କୁ ପାଠ ପଢା ଛାଡିବାକୁ ପଡିଥିଲା । ଗୌତମ ଆଦାନୀଙ୍କ ବାପା ଶାନ୍ତିଲାଲ ଛୋଟ ମୋଟ ବ୍ୟବସାୟ କରୁଥିଲା । ରହିବାକୁ ମୁଣ୍ଡ ଉପରେ ଚାଳ ଝୁମ୍ପୁଡି ଘର ଥିଲା । କୁହାଯାଏ ସାତ ଭାଇ ଭଉଣୀଙ୍କ ସହ ଝୁପୁଡି ଘରେ ରହୁଥିଲେ ଗୌତମ ।

କେମିତି ଆଗକୁ ବଢିଲେ ଗୌତମ: ବାପାଙ୍କ ବ୍ୟବସାୟରେ ଗୌତମଙ୍କ ମନ ଲାଗିଲା ନାହିଁ । 17 ବର୍ଷ ବୟସରେ ମୁମ୍ବାଇ ଆସିଥିଲେ ଗୌତମ । ହୀରା ବ୍ୟବସାୟ ମହିନ୍ଦ୍ରା ବ୍ରଦର୍ସଙ୍କ ସହ କାମ କରିଥିଲେ । 20 ବର୍ଷ ବୟସରେ ମୁମ୍ବାଇରେ ନିଜର ହୀରା ବ୍ୟବସାୟ ଆରମ୍ଭ କରିଥିଲେ । ପ୍ରଥମ ବର୍ଷ ଲକ୍ଷାଧିକ ଟଙ୍କାର ଲାଭ ହୋଇଥିଲା । 1981ରେ ଗୌତମଙ୍କ ବଡ ଭାଇ ମନସୁଖଭାଇ ଅହମ୍ମଦାବାଦରେ ପ୍ଲାଷ୍ଟିକ କମ୍ପାନୀ କିଣିଥିଲେ । ଏହାପରେ ଗୌତମ ଓ ତାଙ୍କ ପାଇଁ ମିଶି ଏହି ବ୍ୟବସାୟକୁ ଆଗକୁ ନେଇଥିଲେ । ଆରମ୍ଭରୁ ଗୌତମ ସ୍କୁଟର ଚଳାଉଥିଲେ । ଏହାପରେ ତାଙ୍କ ପାଖରେ ମାରୁତି-800ରେ ଯାତ୍ରା ଆରମ୍ଭ ହୋଇଥିଲା । ଏବା ତାଙ୍କର ଦାମି ଦାମି ଗାଡି, ହେଲିକପ୍ଟର ଏବଂ ପ୍ରାଇଭେଟ ଜେଟ ରହିଛି । ଆଦାନୀ ଗ୍ରୁପର ଅଧ୍ୟକ୍ଷା ଅଛନ୍ତି ଗୌତମଙ୍କ ପତ୍ନୀ ପ୍ରୀତି ଆଦାନୀ । ଗୌତମ ଆଦାନୀଙ୍କ ଭାଇ ରାଜେଶଙ୍କ ପୁଅ ସାଗର ଆଦାନୀ । 2025ରୁ ସେ ଆଦାନୀ ଗ୍ରୁପରେ ସକ୍ରିୟ ଅଛନ୍ତି ।

ଏହା ବି ପଢନ୍ତୁ...Hindenburg Report: ଧରାଶାୟୀ ଆଦାନୀ ଗ୍ରୁପ ! SEBI, RBI ତଦନ୍ତ ଦାବି କଲା କଂଗ୍ରେସ

ହିଣ୍ଡନବର୍ଗ ରିସର୍ଚ୍ଚକୁ ନେଇ ଚର୍ଚ୍ଚାରେ ବିନୋଦ: ଗୌତମ ଆଦାନୀଙ୍କ ବଡ ଭାଇ ବିନୋଦ ଆଦାନୀ । ସେ ଦୁବାଇରେ ରୁହନ୍ତି । ଦୁବାଇ ସିଙ୍ଗାପୁର ଏବଂ ଜାର୍କାତାରେ କମ୍ପାନୀରେ ପ୍ରବନ୍ଧକ ଅଛନ୍ତି । ଜାରି ହୋଇଥିବା IFL Wealth Hurun ଧନୀ ତାଲିକାରେ ବିନୋଦ ସବୁଠୁ ଧନୀ ଏନଆରଆଇ ଅଛନ୍ତି । ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟରେ ବିନୋଦଙ୍କ ନାମ ସାମିଲ ରହିଛି । ବିନୋଦ ନକଲି କମ୍ପାନୀ ଚଳାଉଥିବା ଅଭିଯୋଗ ହୋଇଛି ।

ଏସିଆର ସବୁଠୁ ଧନୀ ଉଦ୍ୟୋଗପତି ଗୌତମ ଆଦାନୀ ବର୍ତ୍ତମାନ ଆମେରିକା ଫର୍ମ ହିଣ୍ଡନବର୍ଗ ରିପୋର୍ଟକୁ ନେଇ ବିବାଦରେ ରହିଛନ୍ତି । ଏହି ରିପୋର୍ଟ ଆଦାନୀ ସାମ୍ରାଜ୍ୟକୁ ଦୋହଲାଇ ଦେଇଛି । ପ୍ରତିଦିନ ଆହାନୀ ଗ୍ରୁପ ସେୟାର ମୂଲ୍ୟ ତଳକୁ ଖସୁଛି । ଗତ 5 ଦିନରେ ଆଦାନୀ ଗ୍ରୁପ 8 ଲକ୍ଷ କୋଟି ହରାଇ ସାରିଲାଣି । ସମୟ ଥିଲା ଦୁନିଆର ସବୁଠୁ ଧନୀ ଥିବା ଆଦାନୀ ବର୍ତ୍ତମାନ 16 ନମ୍ବର ସ୍ଥାନରେ ପହଞ୍ଚିଛନ୍ତି ।

ବର୍ତ୍ତମାନ ଗୌତମ ଆହାନୀ ଧନୀ ତାଲିକାରେ 16 ନମ୍ବର ସ୍ଥାନରେ ଅଛନ୍ତି । 2022 ଜୁଲାଇରେ ମାଇକ୍ରୋସପ୍ଟ ପ୍ରମୁଖ ବିଲ ଗ୍ରେଟ୍ସଙ୍କୁ ପଛରେ ପକାଇଥିଲେ । ପୂର୍ବ ବର୍ଷ ଫେବୃଆରୀରେ ଗୌତମ ଆଦାନୀ ରିଲାଏନ୍ସ ମୁଖ୍ୟ ମୁକେଶ ଆମ୍ବାନୀଙ୍କୁ ପଛରେ ପକାଇଥିଲେ ଏହା ସହି ଭାରତର ସବୁଠୁ ଧନୀ ହୋଇଥିଲେ । ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟରେ ବିବାଦ ଯୋଗୁ ଗୌତମ ଆଦାନୀଙ୍କୁ ଟପିଛନ୍ତି ମୁକେଶ ଆମ୍ବାନୀ । ବର୍ତ୍ତମାନ ମୁକେଶ ଆମ୍ବାନୀ ଧନୀ ତାଲିକାର 10 ନମ୍ବର ସ୍ଥାନରେ ରହିଛନ୍ତି ।

ଏହା ବି ପଢନ୍ତୁ...ହିଣ୍ଡନବର୍ଗ ରିସର୍ଚ୍ଚ କ'ଣ ? ଜାଣନ୍ତୁ କାହିଁକି କ୍ଷତିରେ ବୁଡିଲା ଆଦାନୀ ଗ୍ରୁପ

ବିବାଦ ଭିତରେ ଆଦାନୀ ଗ୍ରୁପ ନିଜର 20 ହଜାର କୋଟି ଟଙ୍କାର ଫଲୋ ଅନ ପବ୍ଲିକ ଅଫରକୁ ରଦ୍ଦ କରି ଦେଇଛି । ଆଦାନୀ ଗ୍ରୁପର ନିବେଶ କରିଥିବା ଏଲଆଇସି ଓ SBI ମଧ୍ୟ ହଜାର ହଜାର କୋଟି ଟଙ୍କାର କ୍ଷତି ସହୁଛନ୍ତି । ଗୌତମଙ୍କ ବଡ ଭାଇ ବିନୋଦ ଆଦାନୀଙ୍କ ଉପରେ ମଧ୍ୟ ଅଭିଯୋଗ ରହିଛି ।

Last Updated : Feb 3, 2023, 7:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.