ETV Bharat / business

ଗୌତମ ଆଦାନୀ ଏବେ ବିଶ୍ବର ତୃତୀୟ ଧନୀ ବ୍ୟକ୍ତି

author img

By

Published : Aug 30, 2022, 9:49 AM IST

Updated : Aug 30, 2022, 10:26 AM IST

ଫ୍ରାନ୍ସର ଶିଳ୍ପପତି ବର୍ନାଡ୍ ଆର୍ଣ୍ଣୋଲ୍ଟଙ୍କୁ ପଛରେ ପକାଇ ବିଶ୍ବର ତୃତୀୟ ଶ୍ରେଷ୍ଠ ଧନୀ ହେଲେ ଗୌତମ ଆଦାନୀ । ଅଧିକ ପଢନ୍ତୁ

ବିଶ୍ବର ତୃତୀୟ ବଡ ଧନୀ ଗୌତମ ଆଦାନୀ
ବିଶ୍ବର ତୃତୀୟ ବଡ ଧନୀ ଗୌତମ ଆଦାନୀ

ନୂଆଦିଲ୍ଲୀ: ବିଶ୍ବର ତୃତୀୟ ସର୍ବଶ୍ରେଷ୍ଠ ଧନୀ ଗୌତମ ଆଦାନୀ । ବିଶ୍ବ ଶ୍ରେଷ୍ଠ ଧନୀ ତାଲିକାରେ ଆଦାନୀ ଗ୍ରୁପ(Adani Group) ମୁଖ୍ୟ ଗୌତମ ଆଦାନୀ ଫ୍ରାନ୍ସର ଶିଳ୍ପପତି ବର୍ନାଡ୍ ଆର୍ଣ୍ଣୋଲ୍ଟଙ୍କୁ(France's Bernard Arnault) ପଛରେ ପକାଇଛନ୍ତି । ଏହାସହିତ ଭାରତୀୟ ଶିଳ୍ପପତି ଆଦାନୀ ବିଶ୍ବର ତୃତୀୟ ଶ୍ରେଷ୍ଠ ଧନୀ ବ୍ୟକ୍ତି ହୋଇଛନ୍ତି । ଗୌତମ ଆଦାନୀ ହେଉଛନ୍ତି ଏସିଆର ପ୍ରଥମ ବ୍ୟକ୍ତି, ଯିଏକି ତୃତୀୟ ସବୁଠୁ ବଡ ଧନୀ ହୋଇପାରିଛନ୍ତି । ବର୍ତ୍ତମାନ ସେ ସବୁଠୁ ବଡ ଧନୀ ଏଲନ ମସ୍କ ଏବଂ ଜେଫ୍ ବେଜୋସ୍‌ଙ୍କ(Jeff Bezos) ତଳେ ରହିଛନ୍ତି । ବ୍ଲୁମାର୍ଗ ବିଲିୟନାରୀ ଇଣ୍ଡେକ୍ସ(Bloomberg Billionaires Index) ରିପୋର୍ଟରେ ଏହା ପ୍ରକାଶିତ ହୋଇଛି ।

Bloomberg ରିପୋର୍ଟ ଅନୁଯାୟୀ, ଗୁରୁବାର ୬୦ ବର୍ଷୀୟ ବିଜନେସ ଟାଇକୁନ ଆଦାନୀଙ୍କ ସମ୍ପତ୍ତି ୧୩୭.୪ ବିଲିୟନ ଡଲାରରେ ପହଞ୍ଚିଛି । ଦିନକୁ ଦିନ ଆଦାନୀଙ୍କ ସମ୍ପତ୍ତି ବୃଦ୍ଧି ପାଇବାରେ ଲାଗିଛି । ଏହା ସଙ୍ଗେ ସଙ୍ଗେ ସେ ଏସିଆର ସବୁଠୁ ଧନୀ ଭାବେ ସ୍ଥାନ ପାଇଛନ୍ତି । ସେହିପରି Tesla CEO ଏଲନ ମସ୍କଙ୍କ ସମ୍ପତ୍ତି ୨୫୧ ବିଲିୟନ ଡଲାର ରହିଥିବା ବେଳେ ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ(Jeff Bezos)ଙ୍କ ସମ୍ପତ୍ତି ମୂଲ୍ୟ ୧୫୩ ବିଲିୟନ ଡଲାର ରହିଛି । ତେବେ ଆଦାନୀ ଖୁବ୍‌ଶୀଘ୍ର ଧନୀ ତାଲିକାରେ ବେଜୋସଙ୍କ ସ୍ଥାନ ନେଇପାରନ୍ତି ବୋଲି ଆଶା କରାଯାଉଛି ।

ଅନ୍ୟପଟେ ଲମ୍ବା ସମୟ ଧରି ଭାରତ ତଥା ଏସିଆର ସବୁଠୁ ଧନୀ ବ୍ୟକ୍ତି ରହିଥିବା ଶିଳ୍ପପତି ମୁକେଶ ଅମ୍ବାନୀ ବିଶ୍ବ ଧନୀ ତାଲିକାରେ ପୁଣି ଆଉ ପାଦେ ତଳକୁ ଖସି ଯାଇଛନ୍ତି । ଅମ୍ବାନୀ ଏବେ ୧୧ତମ ସ୍ଥାନରେ ରହିଛନ୍ତି । ଅମ୍ବାନୀଙ୍କ ମୋଟ ସମ୍ପତ୍ତି ୯୧.୯ ବିଲିୟନ ଡଲାର ହୋଇଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ: ଇଣ୍ଡୋନେସିଆ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ, G20 ଶିକ୍ଷାମନ୍ତ୍ରୀ ବୈଠକରେ ଯୋଗଦେବେ

ବିଶ୍ବ ଧନୀ ତାଲିକାରେ ଶୀର୍ଷରେ ରହିଛନ୍ତି ଟେସଲା ମାଲିକ ଏଲନ୍ ମସ୍କ । ମସ୍କଙ୍କ ସମ୍ପତ୍ତି ୨୫୧ ବିଲିୟନ ଡଲାର ରହିଛି । ଅର୍ଥାତ୍ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଭାବେ ସେ ନିଜର ସ୍ଥାନ ବଜାୟ ରଖିଛନ୍ତି । ତେବେ ଭାରତୀୟ ବିଜନେସ ଟାଇକୁନ ଅଦାନୀ ଏବେ କେବଳ ଏଲନ ମସ୍କ, ଆମାଜାନ ପ୍ରତିଷ୍ଠାତା ଜେଫ୍ ବେଜୋସ୍‌ଙ୍କ ପଛରେ ରହିଛନ୍ତି । ଚତୁର୍ଥ ସ୍ଥାନକୁ ଖସି ଆସିଥିବା Louis Vuitton ଚେୟାରମ୍ୟାନ ବର୍ନାଡ୍ ଆର୍ଣ୍ଣୋଲ୍ଟଙ୍କ ସମ୍ପତ୍ତି ୧୩୭ ବିଲିୟନ ଡଲାରରୁ କମି ୧୩୬ ବିଲିୟନ ଡଲାରରେ ପହଞ୍ଚିଛି ।

Last Updated : Aug 30, 2022, 10:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.