ETV Bharat / business

ନିର୍ବାଚନ ସରୁ ସରୁ ମହଙ୍ଗା ମାଡ, 21 ଟଙ୍କା ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର - ଏଲପିଜି ଗ୍ୟାସ ଦର ବୃଦ୍ଧି

ଗ୍ରାହକଙ୍କୁ ଝଟକା । ପୁଣି ବଢିଲା କମର୍ସିଆଲ ଗ୍ୟାସ ଦର । ଗତ 2 ମାସରେ 2 ଥର ବଢିଲାଣି ଦର । ଅଧିକ ପଢ଼ନ୍ତୁ

LPG Price Hike
commercial lpg cylinder prices hiked
author img

By ETV Bharat Odisha Team

Published : Dec 1, 2023, 10:09 AM IST

ନୂଆଦିଲ୍ଲୀ: ଗ୍ୟାସ ଉପଭୋକ୍ତାଙ୍କୁ ଝଟକା । ମାସ ଆରମ୍ଭରୁ ମହାଙ୍ଗା ମାଡ । 5 ରାଜ୍ୟରେ ବିଧାନସଭା ନିର୍ବାଚନ ସରୁ ସୁରୁ ବଢିଲା ଗ୍ୟାସ ଦର । ଦେଶରେ ଆଜି କମର୍ସିଆଲ ଗ୍ୟାସ ଦର ବୃଦ୍ଧି ପାଇଛି । 19 କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ଦାମ 21 ଟଙ୍କା ବଢିଛି । ନୂଆ ବର୍ଦ୍ଧିତ ଦର ଆଜିଠୁ ଲାଗୁ ହେବ । ନୂଆ ଦାମ ଅନୁସାରେ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର 1796 ଟଙ୍କା 50 ପାଇସା ରହିଛି । ଏହା ପୂର୍ବରୁ 1775 ଟଙ୍କା 50 ପଇସା ଥିଲା । ଗତ ମାସରେ 103 ଟଙ୍କା ବଢିଥିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ।

କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପରେ ଆଓସିଏଲ ୱେବସାଇଟରେ ରାଜଧାନୀ ଦିଲ୍ଲୀରେ 1796 ଟଙ୍କା 50 ପଇସା ରହିଛି । ଯାହା ପୂର୍ବରୁ 1775 ଟଙ୍କା 50 ପଇସା ରହିଥିଲା । ସେହିପରି ମୁମ୍ବାଇରେ ଦର ବଢି 1749 ଟଙ୍କା ପଇସା ହୋଇଛି । ଯାହା ପ୍ରଥମେ 1728 ଟଙ୍କା ଥିଲା । କୋଲକାତାରେ କମର୍ସିଆଲ ଗ୍ୟାସ ଦର 1885 ଟଙ୍କା 50 ପଇସାରୁ ବଢି 1908 ଟଙ୍କା ହୋଇଛି । ଚେନ୍ନାଇରେ 1942ରୁ ବଢି 1968 ଟଙ୍କା 50 ପଇସା ହୋଇଛି ।

ପ୍ରତି ମାସ ପହିଲାରେ ଏଲପିଜି ସିଲିଣ୍ଡର ଦରରେ ସଂଶୋଧନ ହୋଇଥାଏ । ରେସ୍ତୋରାଁ, ଚା' ଷ୍ଟଲ୍‌, ହୋଟେଲ ଓ ଅନ୍ୟ ଭୋଜନାଳୟଗୁଡ଼ିକ କମର୍ସିଆଲ ଗ୍ୟାସ ସିଲିଣ୍ଡରର ବଡ଼ ଉପଭୋକ୍ତା ଅଟନ୍ତି । ଏହି ଗ୍ୟାସ୍‌ ଦାମ ବଢ଼ିଲେ ସେମାନେ ନିଜ ଖାଦ୍ୟପଦାର୍ଥ ମୂଲ୍ୟ ମଧ୍ୟ ବଢ଼ାଇଥାନ୍ତି । ତେଣୁ କମର୍ସିଆଲ ଗ୍ୟାସ୍‌ ମହଙ୍ଗା ହେବା ଗ୍ରାହକଙ୍କୁ ଝଟକା ଦେଇଛି । ଗତ ମାସରେ 209 ଟଙ୍କା ଦର ବଢ଼ିଥିଲା ।

2ମାସରେ 2 ଥର ବଢିଲାଣି କର୍ମସିଆଲ ଗ୍ୟାସ ଦର: ଗତ ମାସରେ କମର୍ସିଆଲ ଗ୍ୟାସ ଦର ବୃଦ୍ଧି ହୋଇଥିଲା । ନଭେମ୍ବର ପହିଲାରେ କମର୍ସିଆଲ ଗ୍ୟାସ ଦର ବୃଦ୍ଧି ହୋଇଥିଲା । 103 ଟଙ୍କା ବଢିଥିଲା ଦର । ଏହା ପୂର୍ବରୁ ମେ ଓ ଜୁନ ମାସରେ ଦର ଯଥାକ୍ରମେ 172 ଟଙ୍କା ଓ 83 ଟଙ୍କା କମିଥିଲା । ମାତ୍ର ନଭେମ୍ବର ମାସରେ 103 ଟଙ୍କା ଦର ବଢିଥିଲା ।

ଏହା ବି ପଢନ୍ତୁ...LPG Price Hike: ୨୦୯ ଟଙ୍କା ବଢ଼ିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର

ଏହା ବି ପଢନ୍ତୁ...LPG Price Hike: ମାସ ଆରମ୍ଭରୁ ଝଟକା, 103 ଟଙ୍କା ବଢ଼ିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର

ଘରୋଇ ଗ୍ୟାସ ସିଲିଣ୍ଡର ଦର ଅପରିବର୍ତ୍ତିତ: ତୈଳ କମ୍ପାନୀ 14 କିଲୋଗ୍ରାମ ବିଶିଷ୍ଟ ଘରୋଇ ଗ୍ୟାସ ଦର ଅପରିବର୍ତ୍ତିତ ରଖିଛି । ରାଜଧାନୀ ଦିଲ୍ଲୀରେ ଘରୋଇ ଗ୍ୟାସ ଦର 903 ଟଙ୍କା ରହିଛି । କୋଲକାତାରେ 929, ମୁମ୍ବାଇରେ 918 ଟଙ୍କା 50 ପଇସା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.