ETV Bharat / business

ସର୍ବାଧିକ ଲାଭଜନକ ସିମେଣ୍ଟ ଉତ୍ପାଦକ ହେବ ଆଦାନୀ ଗ୍ରୁପ: Gautam Adani - ବିଶ୍ବର ଧନୀ ତାଲିକାରେ ଭାରତୀୟ

ଭାରତରେ ସିମେଣ୍ଟ ଉତ୍ପାଦନ କ୍ଷମତାକୁ ଦ୍ୱିଗୁଣିତ କରି ଦେଶର ସବୁଠାରୁ ଲାଭଜନକ ଉତ୍ପାଦକ ହେବାକୁ ଯୋଜନା କରୁଥିବା ନେଇ ଘୋଷଣା କଲେ ଭାରତୀୟ ଶିଳ୍ପପତି ତଥା ବିଶ୍ବର ଦ୍ୱିତୀୟ ଧନୀ ବ୍ୟକ୍ତି ଗୌତମ ଆଦାନୀ(Billionaire Gautam Adani) । ଅଧିକ ପଢନ୍ତୁ

ସର୍ବାଧିକ ଲାଭଜନକ ସିମେଣ୍ଟ ଉତ୍ପାଦକ ହେବ ଆଦାନି ଗ୍ରୁପ:Gautam Adani

author img

By

Published : Sep 19, 2022, 1:29 PM IST

Updated : Sep 19, 2022, 2:01 PM IST

ନୂଆଦିଲ୍ଲୀ: ଅମ୍ବୁଜା ସିମେଣ୍ଟ (Ambuja Cement) ଏବଂ ଏସିସି ଲିମିଟେଡ (ACC Limited)ର ଅଧିଗ୍ରହଣ ପରେ ଭାରତରେ ସିମେଣ୍ଟ ଉତ୍ପାଦନ କ୍ଷମତାକୁ ଦ୍ୱିଗୁଣିତ କରି ଦେଶର ସବୁଠାରୁ ଲାଭଜନକ ଉତ୍ପାଦକ ହେବାକୁ ଯୋଜନା କରୁଥିବା ନେଇ ଘୋଷଣା କଲେ ଭାରତୀୟ ଶିଳ୍ପପତି ତଥା ବିଶ୍ବର ଦ୍ୱିତୀୟ ଧନୀ ବ୍ୟକ୍ତି ଗୌତମ ଆଦାନୀ(Billionaire Gautam Adani) । ଅର୍ଥନୈତିକ ଅଭିବୃଦ୍ଧି ଏବଂ ଭିତ୍ତିଭୂମି ପ୍ରତି ସରକାରଙ୍କ ବୃଦ୍ଧି ଯୋଗୁଁ ଭାରତରେ ସିମେଣ୍ଟର ଚାହିଦା ବହୁଗୁଣିତ ହେବ ବୋଲି ସେ କହିଛନ୍ତି ।

ଏହି କାରଣରୁ, ମାର୍ଜିନ୍ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆଦାନୀ କହିଛନ୍ତି । ସେପ୍ଟେମ୍ବର 17ରେ ଆଦାନି ଗ୍ରୁପ୍ (Adani Group) 6.5 ବିଲିୟନ ଡ଼ଲାରରେ ଅମ୍ବୁଜା ସିମେଣ୍ଟ ଏବଂ ଏସିସି ସିମେଣ୍ଟ ଅଧିଗ୍ରହଣ କରିଥିଲେ । ଏହାପରେ ଏକ କାର୍ଯ୍ୟକ୍ରମରେ ଆଦାନୀ ଗ୍ରୁପର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଗୌତମ ଆଦାନୀ କହିଥିଲେ ଯେ, ତାଙ୍କ ସଂଗଠନ ଗୋଟିଏ ଥରରେ ଦେଶରେ ଦ୍ୱିତୀୟ ବୃହତ୍ତମ ସିମେଣ୍ଟ ଉତ୍ପାଦକ ହୋଇପାରିଛନ୍ତି । ଗତ ସପ୍ତାହରେ ଆଦାନୀ ଗ୍ରୁପ୍ ଦୁଇଟି କମ୍ପାନୀରେ ହୋଲସିମ୍ ଅଂଶଧନ ଅଧିଗ୍ରହଣ ଶେଷ କରିଛି ​। ଏହି ଚୁକ୍ତି ଚାରି ମାସ ମଧ୍ୟରେ ସମାପ୍ତ ହୋଇଛି ।

ଆଦାନୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି କାରବାରରେ ଆମର ପ୍ରବେଶ ସେହି ସମୟରେ ହୋଇଛି, ଯେତେବେଳେ ଆଧୁନିକ ଦୁନିଆର ସବୁଠୁ ବଡ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଭାରତ ପ୍ରସ୍ତୁତ ଅଛି । ସିମେଣ୍ଟ ସେକ୍ଟରରେ ପ୍ରବେଶ କରିବାର କାରଣ ଦର୍ଶାଇ ଆଦାନୀ କହିଛନ୍ତି, ସିମେଣ୍ଟ ଉତ୍ପାଦନରେ ଭାରତ ହେଉଛି ଦ୍ୱିତୀୟ ବୃହତ୍ତମ, କିନ୍ତୁ ଚୀନ୍‌ର 1,600 କିଲୋଗ୍ରାମ ତୁଳନାରେ ଏହାର ମୁଣ୍ଡପିଛା ବ୍ୟବହାର ମାତ୍ର 250 କିଲୋଗ୍ରାମ । ବର୍ତ୍ତମାନ କିନ୍ତୁ ଭାରତରେ ସିମେଣ୍ଟ ବ୍ୟବହାରରେ ବିପୁଳ ବୃଦ୍ଧି ଘଟିବା ନେଇ ଆଶା କରାଯାଉଛି ବୋଲି ଆଦାନୀ କହିଛନ୍ତି ।

ରିପୋର୍ଟ ଅନୁଯାୟୀ, ଆମାଜନ ବସ୍ ଜେଫ୍ ବେଜୋସ୍ ଏବଂ ଲୁଇ ଭୁଇଟନ୍ ମାଲିକ ବର୍ନାର୍ଡ ଆର୍ନଲ୍ଟଙ୍କୁ ପଛରେ ପକାଇ ଗୌତମ ଆଦାନୀ ବର୍ତ୍ତମାନ ବିଶ୍ବର ଦ୍ୱିତୀୟ ଧନୀ ତାଲିକାରେ ସ୍ଥାନ ପାଇଛନ୍ତି । ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାର ତାଲିକାରେ ଗୌତମ ଆଦାନୀଙ୍କ ନିଟ୍ ମୂଲ୍ୟ ୧୫୪.୭ ବିଲିୟନ ଡ଼ଲାର୍ ଆକଳନ କରାଯାଇଛି ।

Last Updated : Sep 19, 2022, 2:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.