ETV Bharat / business

ବଜାରରେ ଖୁସିର ଲହରୀ, ଫେରିଲା ପ୍ରଫିଟ

author img

By

Published : Feb 4, 2020, 8:45 PM IST

ବଜାରକୁ ଫେରିଲା ଖୁସି । ବଢିଲା ସେୟାର ସୂଚକାଙ୍କ । ମଙ୍ଗଳବାର କାରବାର ଶେଷ ସୁଦ୍ଧା ସେନସେକ୍ସ 917 ପଏଣ୍ଟର ଲମ୍ବା ଲମ୍ଫ ସହ ବନ୍ଦ ହୋଇଛି । ଏନେଇ ନିବେଶକ ଆଶ୍ବସ୍ତିର ନିଶ୍ବାସ ନେଇଛନ୍ତି ।

sensex up 917 points led by banking stocks oil prices dip
ବଜାରରେ ଖୁସିର ଲହରୀ , ଫେରିଲା ପ୍ରଫିଟ

ନୂଆଦିଲ୍ଲୀ: ବଜାରକୁ ଫେରିଲା ଖୁସି । ବଢିଲା ସେୟାର ସୂଚକାଙ୍କ । ମଙ୍ଗଳବାର କାରବାର ଶେଷ ସୁଦ୍ଧା ସେନସେକ୍ସ 917 ପଏଣ୍ଟର ଲମ୍ବା ଲମ୍ଫ ସହ ବନ୍ଦ ହୋଇଛି । ଏନେଇ ନିବେଶକ ଆଶ୍ବସ୍ତିର ନିଶ୍ବାସ ନେଇଛନ୍ତି ।

କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ କାରବାର ଆରମ୍ଭରେ 917.07 ପଏଣ୍ଟ ବଢି 40,789.38 ଥିଲା । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 271.75 ପଏଣ୍ଟ ବୃଦ୍ଧି ସହ 11,979.65ରେ କାରବାର କରୁଥିଲା ।

ପ୍ରକାଶ ଯେ, ବଜେଟ ଘୋଷଣା ପରଠୁ ବଜାରରେ ସେୟାର ସୂଚକାଙ୍କ ଖସିଚାଲିଥିଲା । ବଜେଟ ଉପସ୍ଥାପନ ଦିନ ନିବେଶକ ପ୍ରାୟ 4 ଲକ୍ଷ କୋଟି ଟଙ୍କା ହରାଇଥିଲେ । ହେଲେ ଏବେ ଏଥିରେ ଅଭିବୃଦ୍ଧି ଦେଖାଦେଇଛି ।

ଅର୍ଥବ୍ୟବସ୍ଥାରେ ସୁଧାର ସଙ୍କେତ (ମ୍ୟାନୁଫେକ୍ଚରିଙ୍ଗ ସେକ୍ଟରରେ ସୁସ୍ଥ ଗତିବିଧି ସହ 8 ବର୍ଷର ସର୍ବୋଚ୍ଚ ସ୍ତରରେ ମ୍ୟାନୁଫେକ୍ଚରିଙ୍ଗ ସେକ୍ଟର), ଅଶୋଧିତ ତୈଳ ଦର ହ୍ରାସ , ଅନ୍ତରାଷ୍ଟ୍ରୀୟ ବଜାରରେ ବୃଦ୍ଧି ଆଦି ବିଭିନ୍ନ କାରଣରୁ ସେୟାର ବଜାରରେ ଖୁସିର ଲହରୀ ଖେଳିଯାଇଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.