ETV Bharat / business

ସେନସେକ୍ସ 397 ପଏଣ୍ଟ ହ୍ରାସ, 15 ହଜାର ତଳେ ନିଫ୍ଟି

author img

By

Published : Mar 15, 2021, 7:48 PM IST

କୋଭିଡ ମାମଲା ବୃଦ୍ଧି, ଆଇଆଇପି, ସିପିଆଇ, ଡବ୍ଲୁପିଆଇ ରିପୋର୍ଟ ବଦଳାଇଛି ନିବେଶକଙ୍କ ଧାରଣା । ଫଳରେ କାରବାର ସପ୍ତାହ ଆରମ୍ଭର ପ୍ରଥମ ଦିନରେ ରେଡ ଆଲର୍ଟରେ ବନ୍ଦ ବଜାର । ଅଧିକ ପଢନ୍ତୁ..

ସେନସେକ୍ସ 397 ପଏଣ୍ଟ ହ୍ରାସ , 15 ହଜାର ତଳେ ନିଫ୍ଟି

ମୁମ୍ବାଇ: ସୋମବାର ବିଏସଇ ସେନସେକ୍ସ 397 ପଏଣ୍ଟ ଖସିଛି । ମୁଦ୍ରାସ୍ଫୀତି ନେଇ ଜାରି ସଦ୍ୟ ରିପୋର୍ଟ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଏଚଡିଏଫସି ବ୍ୟାଙ୍କ, ଏଚଡିଏଫସି ଲିମିଟେଡ ଓ ଆଇସିଆଇସିଆଇ ବ୍ୟାଙ୍କ ସେୟାରରେ ସେଲଅଫ ଚାପ ଦେଖାଦେଇଛି । ଫଳରେ ପ୍ରମୁଖ ସେୟାର ସୂଚକାଙ୍କ ତଳମୁହାଁ ହୋଇଛି ।

ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ 1,035.71 ପଏଣ୍ଟର ହ୍ରାସ ବୃଦ୍ଧି ମଧ୍ୟରେ ଶେଷରେ 397 ପଏଣ୍ଟ କମି 50,395.08 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି ମଧ୍ୟ 101.45 ପଏଣ୍ଟ ଖସି 14,929.50 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସର ସେୟାର ମଧ୍ୟରେ ସର୍ବାଧିକ କ୍ଷତି ବଜାଜ ଫିନସର୍ଭରେ ହୋଇଛି । ଆଉ ଲାଭରେ ରହିଥିବା ପ୍ରମୁଖ ସେୟାର ଭିତରେ ଟେକ ମହିନ୍ଦ୍ରା, ପାୱାରଗ୍ରୀଡ , ଇଣ୍ଡସଇଣ୍ଡ ବ୍ୟାଙ୍କ, ଏଚସିଏଲ ଟେକ ଓ ଏନଟିପିସି ସାମିଲ ରହିଛି ।

ରିଲାଏନ୍ସ ସିକ୍ୟୁରିଟିଜର ରଣନୀତି ମାମଲାର ପ୍ରମୁଖ ବିନୋଦ ମୋଦି କହିଛନ୍ତି କି, ସମଗ୍ର ଦେଶରେ କୋଭିଡ-19ର ବଢୁଥିବା ମାମଲାକୁ ନେଇ ଚିନ୍ତା ଜାରି ରହିଛି । ଆଉ ଏ ଭିତରେ ଘରୋଇ ସେୟାର ବଜାରରେ ଲଗାତାର ହ୍ରାସ ଦେଖାଦେଉଛି । କାରଣ ଏଭଳି ଅନିଶ୍ଚିତତା ମଧ୍ୟରେ ବଣ୍ଡ ଓ ସିକ୍ୟୁରିଟିଜ ବଢିବା ଦ୍ବାରା ମଧ୍ୟ ନିବେଶକ ସାମାନ୍ୟ ସତର୍କ ଅଛନ୍ତି ।

ଏହା ସହିତ, ଜାନୁଆରୀ 2021 ରେ IIP ର ହ୍ରାସ ଏବଂ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଉପରେ ଆଧାରିତ ମୁଦ୍ରାସ୍ଫୀତିର ତୀବ୍ର ବୃଦ୍ଧି ମଧ୍ୟ ଏହି ନିବେଶକଙ୍କୁ ପ୍ରଭାବିତ କରିଛି ।

ଏଥିଭିତରେ ବୈଶ୍ବିକ ତେଲ ମାନକ ବ୍ରେଣ୍ଟ କ୍ରୁଡ 0.01 ପ୍ରତିଶତ ସହ ବ୍ୟାରେଲ ପିଛା 69.21 ଡଲାରରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.