ETV Bharat / business

କାରବାର ଆରମ୍ଭରୁ ୧୦୦ ପଏଣ୍ଟ ଉଛୁଳିଲା ସେନସେକ୍ସ

author img

By

Published : Nov 9, 2021, 1:13 PM IST

ଆଜି(ମଙ୍ଗଳବାର) କାରବାର ଆରମ୍ଭରୁ ୧୦୦ ଉଛୁଳିଲା ସେନସେକ୍ସ । ୧୮, ୧୦୫ରେ କାରବାର କଲା ନିଫ୍ଟି । ଅଧିକ ପଢନ୍ତୁ...

କାରବାର ଆରମ୍ଭରୁ ୧୦୦ ପଏଣ୍ଟ ଉଛୁଳିଲା ସେନସେକ୍ସ
କାରବାର ଆରମ୍ଭରୁ ୧୦୦ ପଏଣ୍ଟ ଉଛୁଳିଲା ସେନସେକ୍ସ

ମୁମ୍ବାଇ: ସେୟାର ବଜାରରେ ଉତ୍ସାହ । ଆଜି(ମଙ୍ଗଳବାର) କାରବାର ଆରମ୍ଭରୁ ୧୦୦ ପଏଣ୍ଟ ଉଛୁଳିଲା ସେନସେକ୍ସ । ଏସିଆନ ମାର୍କଟେ ଏବଂ ସ୍ଥାୟୀ ବିଦେଶୀ ପାଣ୍ଠି ପ୍ରବାହରେ ଦୁର୍ବଳ ଧାରା ସତ୍ତ୍ବେ ଆଜି ICICI ବ୍ୟାଙ୍କ, Infosys ଏବଂ L&T ସେୟାର ମୂଲ୍ୟ ବୃଦ୍ଧି ପରେ BSE ସେନସେକ୍ସ ୧୦୦ ପଏଣ୍ଟ ଚଢିଛି ।

ପ୍ରାରମ୍ଭିକ କାରବାରରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ ୧୧୮.୦୭ ପଏଣ୍ଟ ବା ୦.୨୦ ପ୍ରତିଶତରେ କାରବାର କରି ୬୦,୬୬୩.୬୮ରେ ପହଞ୍ଚିଥିଲା । ସମାନ ଭାବେ ନିଫ୍ଟି ମଧ୍ୟ ୩୬.୪୫ ପଏଣ୍ଟ ବା ୦.୨୦ ପ୍ରତିଶତ ବୃଦ୍ଧି ସହ ୧୮, ୧୦୫ ରହିଥିଲା ।

ସେନସେକ୍ସ ପ୍ୟାକରେ M&M ସବୁଠୁ ଅଧିକ ଲାଭ ହାସଲ କରିଛି । ୨ ପ୍ରତିଶତ ବୃଦ୍ଧି ସହ ଏହା ଶୀର୍ଷରେ ରହିଛି । ଏହାପରେ IndusInd Bank, ବଜାଜ ଅଟୋ, L&T ଏବଂ TCS ଆଦି କମ୍ପାନୀର ସେୟାର ମୂଲ୍ୟରେ ବୃଦ୍ଧି ଆସିଛି । ଅନ୍ୟପଟେ Nestle India, HDFC ବ୍ୟାଙ୍କ, PowerGrid, HDFC ଏବଂ Asian Paintsର ସେୟାର ମୂଲ୍ୟ ହ୍ରାସ ପାଇଛି ।

ପୂର୍ବ କାରବାର ଦିବସରେ ସେନସେକ୍ସ ୪୭୭.୯୯ ପଏଣ୍ଟ ବା ୦.୮୦ ପ୍ରତିଶତ ଉଛୁଳି ୬୦,୫୪୫.୬୧ରେ କାରବାର ବନ୍ଦ କରିଥିଲା । ସେହିପରି ନିଫ୍ଟି ୧୫୧.୭୫ ପଏଣ୍ଟ ବୃଦ୍ଧି ପାଇଁ ୧୮,୦୬୮.୫୫ରେ କାରବାର କ୍ଲୋଜ କରିଥିଲା ।

@ PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.