ETV Bharat / business

ଲଗାତାର ଦ୍ବିତୀୟ ଦିନ ସବୁଜରେ ବନ୍ଦ ବଜାର, ଉପରମୁହାଁ ଏସବୁ ସେୟାର

ଗୁରୁବାର ହ୍ରାସ-ବୃଦ୍ଧି ମଧ୍ୟପରେ ସେୟାର ସୂଚକାଙ୍କ ଊର୍ଦ୍ଧ୍ବମୁହାଁ ସହ କାରବାର ବନ୍ଦ କରିଛି । କୋଭିଡ-19 ସଂକ୍ରମଣ ମାମଲା ବୃଦ୍ଧି ପରେ ବି ନିବେଶକ ବ୍ୟାଙ୍କ, ଫାଇନାନ୍ସ କମ୍ପାନୀ ଓ କିଛି ଆଇଟି କମ୍ପାନୀରେ ରୁଚି ଦେଖାଇଛନ୍ତି । ଅଧିକ ପଢନ୍ତୁ..

ଲଗାତାର ଦ୍ବିତୀୟ ଦିନ ସବୁଜରେ ବନ୍ଦ ବଜାର,   ଉପରମୁହାଁ ଏସବୁ ସେୟାର
ଲଗାତାର ଦ୍ବିତୀୟ ଦିନ ସବୁଜରେ ବନ୍ଦ ବଜାର, ଉପରମୁହାଁ ଏସବୁ ସେୟାର
author img

By

Published : Apr 15, 2021, 8:51 PM IST

ମୁମ୍ବାଇ: ସେୟାର ବଜାରରେ ଲଗାତାର ଦ୍ବିତୀୟ ଦିନରେ ବୃଦ୍ଧି ଦେଖାଦେଇଛି । ଗୁରୁବାର ହ୍ରାସ-ବୃଦ୍ଧି ମଧ୍ୟପରେ ସେୟାର ସୂଚକାଙ୍କ ଊର୍ଦ୍ଧ୍ବମୁହାଁ ସହ କାରବାର ବନ୍ଦ କରିଛି । କୋଭିଡ-19 ସଂକ୍ରମଣ ମାମଲା ବୃଦ୍ଧି ପରେ ବି ନିବେଶକ ବ୍ୟାଙ୍କ, ଫାଇନାନ୍ସ କମ୍ପାନୀ ଓ କିଛି ଆଇଟି କମ୍ପାନୀରେ ରୁଚି ଦେଖାଇଛନ୍ତି ।

ଆମେରିକା ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ସୁଧାର ତଥା ସକରାତ୍ମକ ବୈଶ୍ବିକ ସଙ୍କେତ ମଧ୍ୟ ବଜାରକୁ ଗତି ଦେଇଛି । ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 259.62 ପଏଣ୍ଟ ବଢି 48,803.68 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 76.65 ପଏଣ୍ଟ ବଢି 14,581.45 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସର ସେୟାରରେ ସର୍ବାଧିକ ଲାଭରେ ଟିସିଏସ ରହିଛି । ଏଥିରେ 3.67 ପ୍ରତିଶତ ବୃଦ୍ଧି ଦେଖାଦେଇଛି । ଏହା ବ୍ୟତୀତ ଓଏନଜିସି, ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଡ. ରେଡ୍ଡୀଜ, ଏଚଡିଏଫସି ଓ ଏଚସିଏଲ ଟେକରେ ବି ବୃଦ୍ଧି ଦେଖାଦେଇଛି ।

ଅନ୍ୟପଟେ ଇମ୍ଫୋସିସରେ ସର୍ବାଧିକ ହ୍ରାସ ରେକର୍ଡ ହୋଇଛି । କମ୍ପାନୀର ଆର୍ଥିକ ପରିଣାମ 2020-21ର ଜାନୁଆରୀ-ମାର୍ଚ୍ଚ ତ୍ରୟମାସ ରିପୋର୍ଟ ଆଶା ଅନୁରୂପ ରହିନାହିଁ । ଫଳରେ ଫାଇନାନ୍ସ କମ୍ପାନୀର ସେୟାର ମୂଲ୍ୟ ତଳମୁହାଁ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.