ETV Bharat / business

ଉଛୁଳିଲା ରିଲାଏନ୍ସ ସେୟାର, ଉପରମୁହାଁ ସେନସେକ୍ସ

author img

By

Published : Feb 11, 2021, 8:22 PM IST

ଅସ୍ଥିର କାରବାରରେ ଆଜି 30 ସେୟାର ଆଧାରିତ ସେନସେକ୍ସ 222.13 ପଏଣ୍ଟ ମଜବୁତ ହୋଇ 51,531.52 ପଏଣ୍ଟରେ ବନ୍ଦ ହୋଇଛି । ଅଧିକ ପଢନ୍ତୁ..

ଉଛୁଳିଲା ରିଲାଏନ୍ସ ସେୟାର , ଉପରମୁହାଁ ସେନସେକ୍ସ

ମୁମ୍ବାଇ: ବୈଶ୍ବିକ ସ୍ତରରେ ମଜବୁତ ସଙ୍କେତ ମଧ୍ୟରେ ସେନସେକ୍ସରେ ଭଲ ଯୋଗଦାନ ରଖୁଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ବୃଦ୍ଧି ଦ୍ବାରା ବଜାରରେ ଅଭିବୃଦ୍ଧି ଫେରିଛି । ବିଏସଇ ସେନସେକ୍ସ ଗୁରୁବାର 222 ପଏଣ୍ଟ ବୃଦ୍ଧି ସହ କାରବାର ବନ୍ଦ କରିଛି ।

ଅସ୍ଥିର କାରବାରରେ ଆଜି 30 ସେୟାର ଆଧାରିତ ସେନସେକ୍ସ 222.13 ପଏଣ୍ଟ ମଜବୁତ ହୋଇ 51,531.52 ପଏଣ୍ଟରେ ବନ୍ଦ ହୋଇଛି । ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 66.80 ପଏଣ୍ଟ ଉଛୁଳି 15,173.30 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସର ସେୟାରରେ ସର୍ବାଧିକ ଲାଭରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ରହିଛି । ଏଥିରେ 4 ପ୍ରତିଶତରୁ ଅଧିକ ବୃଦ୍ଧି ଆସିଛି । ଏହା ବ୍ୟତୀତ ସନ ଫାର୍ମା, ପାୱରଗ୍ରୀଡ, ବଜାଜ ଫାଇନାନ୍ସ , ନେସଲେ ଇଣ୍ଡିଆ ଓ ଏଚସିଏଲ ଟେକ ମଧ୍ୟ ବଢିଛି । ଅନ୍ୟପଟେ ଯେଉଁ ସବୁ ସେୟାରରେ ହ୍ରାସ ରେକର୍ଡ ହୋଇଛି, ସେଥିରେ ଟାଇଟନ, ଏଲ ଆଣ୍ଡ ଟି, ଓଏନଜିସି, ଏଚଡିଏଫସି ବ୍ୟାଙ୍କ ଓ ଆଇଟିସି ସାମିଲ ଅଛି ।

ରିଲାଏନ୍ସ ସିକ୍ୟୁରିଟିଜର ରଣନୀତି ବ୍ୟାପାରର ପ୍ରମୁଖ ବିନୋଦ ମୋଦି କହିଛନ୍ତି କି ଘରୋଇ ସେୟାର ବଜାର ସୀମିତ ପରିସୀମାରେ ରହିଛି , ଆଉ କାରବାର ଶେଷ ହେବା ପୂର୍ବରୁ ମାନକ ସୂଚକାଙ୍କ ବୃଦ୍ଧିରେ ବନ୍ଦ ହୋଇଛି । ବଜାରକୁ ବିଶେଷ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ବୃଦ୍ଧି ପରେ ସମର୍ଥନ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.