ETV Bharat / business

ବଜେଟ ବରାଦରେ ଖୁସ ନିବେଶକ, ଆଜି ବି ରେକର୍ଡ ବୃଦ୍ଧିରେ ବନ୍ଦ ବଜାର

author img

By

Published : Feb 2, 2021, 6:05 PM IST

ବଜେଟରେ ହୋଇଥିବା ଅନେକ ଘୋଷଣାରେ ଉତ୍ସାହିତ ନିବେଶକ । ଏଥିପାଇଁ ଲଗାତାର ଦ୍ବିତୀୟ ଦିନ ଧରି ପୁଞ୍ଜି ବଜାର ପ୍ରଫିଟରେ ବନ୍ଦ ହୋଇଛି । ଅଧିକ ପଢନ୍ତୁ..

ଝୁମିଲା ବଜାର
ଝୁମିଲା ବଜାର

ମୁମ୍ବାଇ: ପୁଞ୍ଜି ବଜାରକୁ ସୁହାଇଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କେନ୍ଦ୍ର ବଜେଟ 2021 । ବଜେଟ ପରେ ଲଗାତାର 2 ଦିନ ଧରି ସବୁଜ ସଙ୍କେତରେ ପ୍ରବଳ ପ୍ରଫିଟ ସହ ବନ୍ଦ ହେଉଛି କାରବାର । ସୋମବାର ଭଳି ମଙ୍ଗଳବାର ମଧ୍ୟ ବିଏସଇ ବେଞ୍ଚମାର୍କ ସେନସେକ୍ସ 1200 ପଏଣ୍ଟ ଉଛୁଳିଛି ।

ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 1,197.11 ପଏଣ୍ଟ ବଢି 49,797.72. ପଏଣ୍ଟରେ ପହଞ୍ଚିଛି । ଆଜିର କାରବାର ମଧ୍ୟରେ ବିଏସଇ ସୂଚକାଙ୍କ ରେକର୍ଡ ସ୍ତର ସହ 50 ହଜାର ମାର୍କକୁ ଟପିଥିଲା । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 366.65 ପଏଣ୍ଟ ବୃଦ୍ଧି ହୋଇ 14,647.85 ପଏଣ୍ଟ ଛୁଇଁଛି ।

ଆଜି ଏସବିଆଇ, ଅଲ୍ଟ୍ରା ଟେକ ସିମେଣ୍ଟ, ଏଚଡିଏଫସି ବ୍ଯାଙ୍କ, ଏଲ ଆଣ୍ଡ ଟି , ଭାରତୀ ଏୟାରଟେଲ, ମାରୁତି ସୁଜୁକି ଏବଂ କୋଟାକ ବ୍ୟାଙ୍କର ସେୟାର ଅଧିକ ପ୍ରଫିଟ ସହ ଟପ ସେୟାର ରହିଛି । ସେନସେକ୍ସର 27ଟି ସେୟାର ସବୁଜରେ ବନ୍ଦ ହୋଇଛି ।

ଅଧିକ ପୁଞ୍ଜି ନିବେଶ ଯୋଜନା, ବୀମା କ୍ଷେତ୍ରରେ ବିନିବେଶ, ରିଅଲ ଇଷ୍ଟେଟକୁ ବୁଷ୍ଟର, ବ୍ୟାଙ୍କକୁ ଅଧିକ ପାଣ୍ଠି ଆଦି ବଜେଟରେ ବହୁ ସୁହାଇବା ଭଳି ଘୋଷଣା ପରେ ନିବେଶକ ଧାରଣା ମଜବୁତ ହୋଇଛି । ଫଳରେ ବଜେଟ ପରଠୁ କାରବାର ଜୋରଦାର ବୃଦ୍ଧି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.