ETV Bharat / business

ଅସ୍ଥିର କାରବାର, ସାମାନ୍ୟ ଖସିଲା ସେନସେକ୍ସ

author img

By

Published : Jan 13, 2021, 6:34 PM IST

ହ୍ରାସ-ବୃଦ୍ଧିର କାରବାରରେ ସେନସେକ୍ସରେ ସାମାନ୍ୟ ଖସିଥିଲାବେଳେ ନିଫ୍ଚି ସ୍ଥିର ଅଛି । ଅଧିକ ପଢନ୍ତୁ..

ଅସ୍ଥିର କାରବାର , ସାମାନ୍ୟ ଖସିଲା ସେନସେକ୍ସ
ଅସ୍ଥିର କାରବାର , ସାମାନ୍ୟ ଖସିଲା ସେନସେକ୍ସ

ମୁମ୍ବାଇ: ବୈଶ୍ବିକ ବଜାରରେ ମିଶ୍ରିତ ସଙ୍କେତ ମଧ୍ୟରେ ଅସ୍ଥିର ଘରୋଇ ବଜାର । ବୁଧବାର ସେନସେକ୍ସ ରେକର୍ଡ ସ୍ତରକୁ ଛୁଇଁବା ପରେ ପୁଣି ଖସିଛି । ସେପଟେ କିନ୍ତୁ ନିଫ୍ଟି ସାମାନ୍ୟ ଲାଭରେ କାରବାର ବନ୍ଦ କରିଛି ।

ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ କାରବାର ମଧ୍ୟରେ 721 ପଏଣ୍ଟ ଉପର-ତଳ ହୋଇଛି । ଶେଷରେ ଏହା 24.79 ପଏଣ୍ଟ ହ୍ରାସ ହୋଇ 49,492.32 ପଏଣ୍ଟରେ ବନ୍ଦ ହୋଇଛି । ଦିନର କାରବାର ମଧ୍ୟରେ ସେନସେକ୍ସ 49,795.19 ପଏଣ୍ଚର ଏହାର ସର୍ବକାଳୀନ ସ୍ତରକୁ ଛୁଇଁଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 1.40 ପଏଣ୍ଟ ଲାଭରେ 14,564.85 ପଏଣ୍ଟରେ ବନ୍ଦ ହୋଇଛି । ଦିନର କାରବାର ସମୟରେ ଏହା 14,653.35 ପଏଣ୍ଟ ସହ ସର୍ବକାଳୀନ ଉଚ୍ଚସ୍ତରକୁ ଛୁଇଁଛି ।

ସେନସେକ୍ସର କମ୍ପାନୀରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ସେୟାର ସବୁଠୁ ଅଧିକ ପାଖାପାଖୀ 6 ପ୍ରତିଶତ ଚଢିଛି । ଏସବିଆଇ , ଆଇଟିସି ଏଣ୍ଟିପିସି, ଭାରତୀ ଏୟାରଟେଲ ଏବଂ ଓଏନଜିସିର ସେୟାର ମଧ୍ୟ ଲାଭରେ ରହିଛି । ଅନ୍ୟପଟେ ବଜାଜ ଫାଇନାନ୍ସ , ଏଚଡିଏଫସି , ବଜାଜ ଫିନସର୍ଭ , ଟାଇଟନ , ସନ ଫାର୍ମା ଭଳି କମ୍ପାନୀର ସେୟାର ଖସିଛି ।

ରିଲାଏନ୍ସ ସିକ୍ୟୁରିଟିଜର ପ୍ରମୁଖ ବିଶେଷଜ୍ଞ ବିନୋଦ ମୋଦି କହିଛନ୍ତି କି ଘରୋଇ ସେୟାର ବଜାରରେ ହ୍ରାସ-ବୃଦ୍ଧି ରହିଛି । ଆଜି ଏହା ପ୍ରାରମ୍ଭିକ ଲାଭ ମଧ୍ୟ ହରାଇଛି ।

ଏଥିମଧ୍ୟରେ ବୈଶ୍ବିକ ବଜାରରେ ବ୍ରେଣ୍ଟ ଅଶୋଧିତ ତୈଳ 0.28 ପ୍ରତିଶତ ବଢିବା ସହିତ 56.74 ପ୍ରତି ଡଲାରରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.